ଗର୍ଲଫ୍ରେଣ୍ଡ୍ ଶବନମର ପୁଅ ନାମରେ ଦୁବାଇ ସମ୍ପତି ଉଇଲ କରିଛି ମାଫିଆ ଅତିକ୍

ଉତ୍ତର ପ୍ରଦେଶର କୁଖ୍ୟାତ ମାଫିଆ ଅତିକ ଅହମ୍ମଦର ହତ୍ୟା ପରେ ତା ସମ୍ପତିକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସୁଛି। ସେହିଭଳି ଗୋଟିଏ ଖବର ହେଉଛି ଯେ, ମାଫିଆର ଜଣେ ଗର୍ଲଫ୍ରେଣ୍ଡ୍ ଥିଲା। ଖାଲି ନଥିଲା ଅତିକ୍ ଗର୍ଲଫ୍ରେଣ୍ଡର ପ୍ରେମରେ ଏତେ ପାଗଳ ଥିଲା ଯେ, ଦୁବାଇରେ ଥିବା ତାର କୋଟି କୋଟି ଟଙ୍କାର ପ୍ରପର୍ଟିକୁ ଗର୍ଲଫ୍ରେଣ୍ଡର ପୁଅ ନାମରେ କରିଯାଇଛି। ଯାହାର ଅର୍ଥ ହେଉଛି ଅତିକର ହଜାର ହଜାର କୋଟିର ସମ୍ପତି ତାର ଜୀବିତ 4 ପୁଅଙ୍କ ଭିତରେ ନୁହେଁ ମୋଟ 5 ଜଣ ପୁଅଙ୍କ ମଧ୍ୟରେ ବଣ୍ଟା ହେବ ।

ଉଇଲ୍ ଦେଖିଲେ ସାଇସ୍ତା ଚମକିବ

ଦୁବାଇରେ ଅତିକର କୋଟିକୋଟି ଟଙ୍କାର ସମ୍ପତି ରହିଛି। ଏହା ସହିତ ସେଠାରେ ସେ କୋଟିକୋଟି ଟଙ୍କା ବ୍ୟବସାୟରେ ଲଗାଇଛି। ଖବର ଅନୁସାରେ ଦୁବାଇର ସାବୁ ସମ୍ପତିକୁ ଅଥିକ ନିଜ ଗର୍ଲଫ୍ରେଣ୍ଡ୍ ସବନମର ପୁଅ ଆରିଫ୍ ଏମବିଏ ନାମରେ ନାମିତ କରିଯାଇଛି। ଯେତେବେଳେ ଅତିକ ଜେଲରେ ଥିଲା ସେତେବେଳେ ସବନମ୍ ଓ ତା ପୁଅ ଅରିଫ୍ ପ୍ରାୟ ତାକୁ ଭେଟିବାକୁ ଆସୁଥିଲେ

ଶାଇସ୍ତା ନିଶ୍ଚିତ ଭାବେ ଚାହିଁବ ନାହିଁ ଯେ, ସେ ଯେଉଁ କୋଟିକୋଟି ଟଙ୍କାର ସମ୍ପତି ପାଇଁ ଆତ୍ମଗୋପନ କରିଛି ତା ଉପରେ ଆଉ କିଏ ଭାଗ ବସାଉ। ଅତିକର ଓକିଲ ଅନୁସାରେ ଦୁବାଇ ବ୍ୟତିତ ସାଉଦି ଆରବରେ ମଧ୍ୟ ଅତିକର ସମ୍ପତ୍ତି ରହିଛି। ଏହି ସବୁ ସମ୍ପତିର କାଗଜପତ୍ର ସ (ଓକିଲ) ନିଜେ ପ୍ରସ୍ତୁତ କରିଥିବା ଦାବି କରିଛି। ଗତ ତିନି ମାସ ହେବ ଫେରାର ଥିବା ଶାଇସ୍ତା ପାଇଁ ଏହି ଖବର ନିଶ୍ଚିତ ଭାବେ ମୁଣ୍ଡବିନ୍ଧାର କାରଣ ହେବ।

ଶବନମର ସ୍ୱାମୀ ଖୁସି ନାହିଁ

ଏବେ ପ୍ରଶ୍ନ ଉଠୁଥିବା ଯେ, ଏହି ଖବର ପାଇବା ପରେ ଆରିଫ୍ ଏମବିଏର ବାପା ବହୁତ ଖୁସୀ ହୋଇଥିବେ। କିନ୍ତୁ ଓକିଲ ଅନୁସାରେ ଏହି ଖବର ପାଇବା ପରେ ଆରିଫର ବାପା ରାଗି ଯାଇଥିଲା। କାରଣ ଯେଉଁ ଶବନମକୁ ଅତିକର ଗର୍ଲଫ୍ରେଣ୍ଡ୍ କୁହାଯାଉଛି ସେ ହେଉଛି ଅତିକର ସାନ ଭାଇ ଅଶରଫର ଶଳାର ପତ୍ନୀ। ମାନେ ଅନ୍ୟର ସମ୍ପତି ଜୋରଜବରଦସ୍ତ ଛଡାଇ ନେଉଥିବା ଅତିକ୍ ନିଜ ଶଳାର ପତ୍ନୀକୁ ବି ଛାଡିନଥିଲା।

ateeq ahmed shotatiq ahmed gangsta paradiseatiq ahmed propertyatiq ahmed property demolitionatiq ahmed property newsatiq ahmed shaista newsatiq ahmed wife shaista parveenatique ahmed ki wifegangster atiq ahmad biographyup gangster atik
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami