ଭବିଷ୍ୟତର ପୃଥିବୀ : ୨୦୪୧ରେ ଏମିତି ବଦଳି ଯାଇଥିବ ଦୁନିଆ, ଡାକ୍ତରଙ୍କ ବଦଳରେ ମେସିନ୍ ଦେଖୁଥିବ ରୋଗୀ !

ଭବିଷ୍ୟତ କେମିତି ରହିବ ? ଭବିଷ୍ୟତକୁ ନେଇ ମଣିଷ ସବୁ ଯୁଗରେ ଆଗ୍ରହୀ ରହିଛି । ଭବିଷ୍ୟତକୁ ଦେଖିବାର ଇଛାରୁ ହିଁ ଜନ୍ମ ନେଇଛି କେତେ ପୁରାଣ କାହାଣୀ । ପୁଣି ସେଇ ଇଛାରୁ ଜନ୍ମ ନେଇଛି କଳ୍ପ ବିଜ୍ଞାନ ଉପନ୍ୟାସ ବା ସାଇନ୍ସ ଫିକ୍ସନ । ଆପଣ ଯଦି ହଲିଉଡ୍ ଫିଲ୍ମର ଫ୍ୟାନ୍ ହୋଇଥିବେ ତେବେ ନିଶ୍ଚିତ ଭାବେ ଏମିତି ଅତିକମରେ ଗୋଟିଏ ଫିଲ୍ମ ଦେଖିଥିବେ ଯେଉଁଥିରେ ଭବିଷ୍ୟତ ପୃଥିବୀ କଥା କୁହାଯାଇଥିବ । ଟର୍ମିନେଟର ଭଳି ଫିଲ୍ମରେ ଭବିଷ୍ୟତରୁ ଆସିଥିବା ରୋବଟ ମାନବ ସମାଜକୁ ଧ୍ୱଂସ କରିବା ପାଇଁ ଆସିଥାଏ । ପୁଣି ତା’ର ମୁକାବିଲା ପାଇଁ ଆଉ ଗୋଟିଏ ମେସିନର ଅବିର୍ଭାବ ଘଟେ । ଏମିତିରେ ଆଜିଠୁ ୨୦ ବର୍ଷ ପରେ ଭବିଷ୍ୟତ କେମିତି ହୋଇଥିବା ବୋଲି ଯଦି ଆପଣଙ୍କ ପଚରା ଯାଏ ତେବେ ଉତ୍ତର କ’ଣ ହେବ ?

ଏହାକୁ ବୁଝିବା ପାଇଁ ବର୍ତ୍ତମାନ ଟେକ୍ନୋଲୋଜି ଯେଉଁଭଳି ଦ୍ରୁତ ଗତିରେ ଦୌଡୁଛି ତାକୁ ବୁଝନ୍ତୁ । ବୁଝିବାକୁ ଚେଷ୍ଟା କରନ୍ତୁ ଯେ, ୨୦୪୧ରେ ଦୁନିଆ କେଉଁଠି ଥିବ । ସେତେବେଳେ କ’ଣ ପୃଥିବୀ ପ୍ରଳୟର ପାଖାପାଖି ଥିବ ? କ’ଣ ଏଇଥିପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନେ ମହାକାଶର ଚକ୍କର କାଟିବାକୁ ଆରମ୍ଭ କଲେଣି ? ସେମାନେ କ’ଣ ଜାଣି ସାରିଲେଣି ଯେ, ପୃଥିବୀରେ ଆଉ କିଛି ମଧ୍ୟ ବଂଚିନାହିଁ । ତେଣୁ ଏହାକୁ ଛାଡି ଅଲଗା ଗ୍ରହରେ ଠିକଣା ଖୋଜିବାକୁ ପଡିବ ?

ଇଂରାଜି ଫିଲ୍ମରେ ଆପଣ ଭବିଷ୍ୟତର ମଣିଷ ଦେହରେ ଚିପ୍ ଲାଗିଥିବା ଦେଖିଥିବେ । ଏହା ଏବେ କଳ୍ପନା ଲାଗୁଥାଇ ପାରେ । କିନ୍ତୁ ଭବିଷ୍ୟତରେ ଏହା ସତ ହେବାକୁ ଯାଉଛି । ଯେତେବେଳେ ଆପଣ ୨୦୪୧ରେ ପହଂଚିବେ ସେତେବେଳେ ଏହା ସତ ହୋଇଯାଇଥିବ । ଆଜିର ସ୍ମାର୍ଟ ଫୋନ୍ ସେତେବେଳେ ଆପଣଙ୍କୁ ପ୍ରସ୍ତରଯୁଗର ଟେକ୍ନୋଲଜି ଲାଗିବ ।

ଫୋନ୍ ଓ କମ୍ପ୍ୟୁଟରର କ’ଣ ହେବ ?

ଆଜି ଯେଉଁ ସ୍ମାର୍ଟ ଫୋନକୁ ଆପଣ ସବୁଠାରୁ ଅଧିକ ଆଡଭାନ୍ସ ବୋଲି ମାନୁଛନ୍ତି, ହୁଏତ ୨୦୪୧ ବେଳକୁ ତାହା ପୁରୁଣା ହୋଇଯାଇଥିବ । ସେ ସମୟରେ ଆପଣଙ୍କ ହାତର ଏହାଠାରୁ ଆଡଭାନ୍ସ ଚିଜ ଥାଇପାରେ । କାରଣ ଫୋନ୍ ଓ କମ୍ପ୍ୟୁଟର ଦୁନିଆରେ ଏବେ ସବୁଠାରୁ ଅଧିକ ରିସର୍ଚ୍ଚ ହେଉଛି । ୨୦୪୧ ବେଳକୁ ହୁଏତ କମ୍ପ୍ୟୁଟର ଆପଣଙ୍କ ଦେହ ଭିତରେ ଫିଟ୍ ହୋଇଯାଇଥିବ । ଆପଣଙ୍କ ଆଖିରେ ଏମିତି କଣ୍ଟାକ୍ଟ ଲେନ୍ସ ଲାଗିଥିବ ଯାହାଦ୍ୱାରା ଆପଣ ସବୁକିଛି ଅତି ପାଖରୁ ଦେଖି ପାରୁଥିବେ । ସେହି ସମୟରେ ଯେଉଁ ଟେକ୍ନୋଲଜି ଚରମରେ ଥିବ ତାହା ହେଉଛି ଭର୍ଚୁଲା ଟେକ୍ନୋଲୋଜି । କରୋନା ଏହା ଦେଖାଇ ଦେଇଛି ଯେ, ଆଗାମୀ ଯୁଗ ହେଉଛି ଭର୍ଚୁଆଲ ଯୁଗ । ସବୁକିଛି ଆଭାସୀ ହେବ । ବାସ ଆମେ କେବଳ ଅନୁଭବ କରିବା ଯେ, ଆମ ପାଖରେ କିଏ ଜଣେ ଅଛି କିନ୍ତୁ ସତ ଆଉ କିଛି ହୋଇଥିବ ।

ଡାକ୍ତର ନୁହନ୍ତି ମେସିନ୍ କରିବ ଚିକିତ୍ସା

ଆଜି ଆପଣ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଉଛନ୍ତି । ଡାକ୍ତରଖାନରେ ମେସିନ ଦେଖୁଛନ୍ତି । କିନ୍ତୁ ଭବିଷ୍ୟତ ପୁରା ଅଲଗା ହେବ । ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏ.ଆଇ ଆଧାରିତ ହେବ । ଏଆଇ ହିଁ ଆପଣଙ୍କ ବଡି ସିଷ୍ଟମର ଅଧ୍ୟୟନ କରି ଚିକିତ୍ସା ନିରୁପଣ କରିବ । ଆଜିକାଲି ସ୍ମାର୍ଟଫୋନ୍ ଓ ସ୍ମାର୍ଟ ୱାଚ ଏହାର ଟ୍ରେଲର ଦେଖାଇ ସାରିଲେଣି । ଭବିଷ୍ୟତ ଏହାଠାରୁ ଅଧିକ ଚକିତ କଲାଭଳି ହେବ । ଭବିଷ୍ୟତରେ ପରିବହନ ବ୍ୟବସ୍ଥା ଅଟୋମେସନ୍ ଆଧାରିତ ହେବ । ଅର୍ଥାତ ଆପଣ ଚାଳକବିହିନ ଗାଡିରେ ଯାତ୍ରା କରିବେ । ଗାଡିରେ ଡ୍ରାଇଭର ନଥିବ । ଆପଣ ଗାଡିରେ ବସିବେ ଓ ନିଜ ଗନ୍ତବ୍ୟସ୍ଥଳ ବାବଦରେ ଗାଡିକୁ କହିବେ । ଗାଡି ଆପଣଙ୍କ ସେଠାରେ ପହଂଚାଇ ଦେବ ।

ମାନବୀୟ ଶ୍ରମର କୌଣସି ମୁଲ୍ୟ ରହିବ ନାହିଁ

ଭବିଷ୍ୟତର ଏହା ହେଉଛି ସବୁଠାରୁ ଖରାପ ଖବର । ଭବିଷ୍ୟତରେ ମାନବୀୟ ଶ୍ରମର କୌଣସି ମୁଲ୍ୟ ରହିବ ନାହିଁ । ମଣିଷଙ୍କ ସ୍ଥାନ ମେସିନ୍ ନେବେ । କାରଖାନାଠାରୁ ଘରେ ସବୁଠି ମେସିନ୍ କାମ କରିବେ । ଆମେରିକା କମ୍ପାନୀର କାମ ଭାରତରେ ହେବ କାରଣ ସେଇ ସମୟର ଭର୍ଚୁଆଲ ଯୁଗ ହେବ । ଅଫିସ ବଦଳରେ ଘରେ ବସି କିମ୍ବା ଗାଡିରେ ବସି କାମ କରାଯିବ । ତେବେ ଅସଲ କଥା ହେଲା ବିଶ୍ୱ ତାପମାତ୍ରା ଏବେ ୩ ଡିଗ୍ରୀ ହିସାବରେ ବଢୁଛି ଏମିତିରେ ୨୦ ବର୍ଷ ପରେ ପୃଥିବୀର ସ୍ଥିତି କ’ଣ ଥିବ ? ହେବାକୁ ହେଲେ ଦୁଇ ପ୍ରକାର ସ୍ଥିତି ସୃଷ୍ଟି ହୋଇଥିବ । ଆଗାମୀ ୨୦ ବର୍ଷ ଭିତରେ କାର୍ବନ ଉତ୍ସର୍ଜନ କମ ହୋଇଥିଲେ ପୃଥିବୀ ସୁସ୍ଥ ହୋଇଯାଇଥିବ । କିନ୍ତୁ ଯଦି ଧନୀ ଦେଶ ନିଜ କାର୍ବନ ଉତ୍ସର୍ଜନ କମ ନକରନ୍ତି ତେବେ ପୃଥିବୀ ବାସପୋଯୋଗୀ ରହିବ ନାହିଁ । ଏମିତିରେ ସେତେବେଳକୁ ବୈଜ୍ଞାନିକ ଅନ୍ୟଗ୍ରହରେ ମାନବ ପ୍ରଜାତି ପାଇଁ ନୂଆ ଠିକଣା ଖୋଜୁଥିବେ ।

ପ୍ରଦୁଷଣର ନାଁ ଗନ୍ଧ ନଥିବ

ଆଶା ଉପରେ ଦୁନିଆ ବଞ୍ଚେ । ଏବେ ପ୍ରଦୁଷଣ କମ କରିବା ପାଇଁ ଗ୍ରୀନ ଏନର୍ଜି ଉପରେ ଢେର କାମ ହେଉଛି । ଆଗାମୀ ୨୦ ବର୍ଷ ଭିତରେ ହୁଏତ ଏଭଳି ଟେକ୍ନୋଲୋଜି ବାହାରି ସାରିଥିବ ଯାହା ପ୍ରଦୁଷଣ କମ କରିଦେବ । ହୁଏତ ଅଧିକ ବନୀକରଣ ପାଇଁ ମଧ୍ୟ ପ୍ରଦୁଷଣ ଏଗଦମ କମିଯିବ । ଶେଷରେ ଏତିକି କୁହାଯାଇପାରେ ଯେ, ୨୦୪୧ ବେଳକୁ ପୃଥିବୀର ଭୂଗୋଳ ଓ ଆକାର ପ୍ରକାର ଆଜି ଭଳି ନିଶ୍ଚୟ ନଥିବ କିନ୍ତୁ କେମିତି ହେବ ତାହାକୁ ନେଇ ଏବେ କଳ୍ପନା କରାଯାଇ ପାରେ ।

after 20 yearsAIartificial intelligenceCarbon extractionchip inside humancontact lensDoctors and machinesdoctors replaced by machinesdriverless vehiclesEarth 2041Earth futureearths geography 2041earths shape and structure 2041future of earthfuture of smart phonesgreen energyhollywood movies fanHuman laborphone and computer advance technologypollution freerobotscience fictionsee the futuresmart watchStone Age Technologyterminator movieVirtual eraworld is going to endworlds richest personworlds temperatureଆଜିଠୁ ୨୦ ବର୍ଷ ପରେ ଭବିଷ୍ୟତକଣ୍ଟାକ୍ଟ ଲେନ୍ସକଳ୍ପ ବିଜ୍ଞାନ ଉପନ୍ୟାସକାର୍ବନ ଉତ୍ସର୍ଜନଗ୍ରୀନ ଏନର୍ଜିଚାଳକବିହିନ ଗାଡିଚିକିତ୍ସା ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଟର୍ମିନେଟରପୃଥିବୀ ପ୍ରଳୟର ପାଖାପାଖିପୃଥିବୀର ଭୂଗୋଳ ଓ ଆକାର ପ୍ରକାରପ୍ରଦୁଷଣ କମପ୍ରସ୍ତରଯୁଗର ଟେକ୍ନୋଲଜିଫୋନ୍ ଓ କମ୍ପ୍ୟୁଟର ଦୁନିଆରେବିଶ୍ୱ ତାପମାତ୍ରାବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଭବିଷ୍ୟତ ପୃଥିବୀଭବିଷ୍ୟତକୁ ଦେଖିବାଭର୍ଚୁଆଲ ଯୁଗମଣିଷ ଦେହରେ ଚିପ୍ମାନବୀୟ ଶ୍ରମରୋବଟସାଇନ୍ସ ଫିକ୍ସନସ୍ମାର୍ଟ ଫୋନ୍ସ୍ମାର୍ଟ ୱାଚହଲିଉଡ୍ ଫିଲ୍ମର ଫ୍ୟାନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami