ଟ୍ରାଫିକ୍ ପୋଲିସ କାହାରିକି ଗିରଫ କରି ପାରିବ କି ? ଜାଣନ୍ତୁ କ’ଣ ରହିଛି ନିୟମ

ଏହା ଆମେ ସମସ୍ତେ ଜାଣିଛେ ଯେ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ସ୍ଥିତିରେ ଟ୍ରାଫିକ୍ ପୋଲିସ ଜରିମାନା ଲାଗୁ କରିଥାଏ ଓ କିଛି ପରିସ୍ଥିତିରେ ଗାଡି ମଧ୍ୟ ଜବତ କରିଥାଏ । ତେବେ ଅନେକଙ୍କ ମନରେ ଧାରଣା ରହିଛି ଯେ, ଟ୍ରାଫିକ୍ ପୋଲିସ କେବଳ ଚାଲଣ କାଟି ପାରିବ ଓ କାହାରିକି ଗିରଫ କରିପାରିବ ନାହିଁ । ଅନ୍ୟପକ୍ଷରେ ଆଉ କିଛିଙ୍କ ମତରେ ପରିସ୍ଥିତି ଯଦି ଦାବି କରେ ତେବେ ଟ୍ରାଫିକ ପୋଲିସ କାହାରିକି ମଧ୍ୟ ଗିରଫ କରି ପାରିବ । ତେବେ ଆସନ୍ତୁ ଜାଣିବା ସତ କ’ଣ ?

ଏହା ସହିତ ଆମେ ଆପଣଙ୍କୁ କହିବୁ ଟ୍ରାଫିକ୍ ପୋଲିସ ପାଖରେ କାହାକୁ ଗିରଫ କରିବା ନେଇ କ’ଣ ସବୁ ଅଧିକାର ରହିଛି ଓ କେଉଁ ପରିସ୍ଥିତିରେ ଜଣେ ବ୍ୟକ୍ତିକୁ ଗିରଫ କରିପାରିବେ ।

ଟ୍ରାଫିକ୍ ପୋଲିସ କାହାକୁ ଗିରଫ କରି ପାରିବ କି ?

ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ପୋଲିସ କିଛି ଧାରାର ଅପରାଧକୁ ନେଇ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ କରିପାରିବେ । ମୋଟର ଯାନ ଆଇନ ଅନୁସାରେ କୌଣସି ବ୍ୟକ୍ତି ଯଦି ପୋଲିସ ଉପସ୍ଥିତିରେ ଧାରା ୧୮୪, ୧୮୫, ୧୯୭ ଅଧିନରେ କୌଣସି ଦଣ୍ଡନିୟ ଅପରାଧ କରନ୍ତି ତେବେ ଟ୍ରାଫିକ୍ ପୋଲିସ ତାକୁ ଗିରଫ କରିପାରିବ । ତେବେ ଧାରା ୧୮୫ ଅଧିନରେ ଥିବା ଦଣ୍ଡନିୟ ଅପରାଧ ଅଭିଯୋଗରେ ଯାହାକୁ ଗିରଫ କରାଯାଇଥିବ ତାଙ୍କର ଦୁଇ ଘଣ୍ଟା ମଧ୍ୟରେ ଡାକ୍ତରୀ ଯାଂଚ କରାଯିବା ବାଧ୍ୟତାମୁଳକ । ଯଦି ଦୁଇ ଘଣ୍ଟା ମଧ୍ୟରେ ଗିରଫ ବ୍ୟକ୍ତିଙ୍କର ଡାକ୍ତରୀ ଯାଂଚ ହୋଇନାହିଁ ତେବେ ତାଙ୍କୁ ଛାଡିବାକୁ ପଡିବ ।

କେତେବେଳେ ବିନା ୱାରେଣ୍ଟରେ ଗିରଫ କରିପାରିବ ପୋଲିସ ?

ୟୁନିଫର୍ମରେ କୌଣସି ପୋଲିସ ଅଧିକାରୀ ନିମ୍ନଲିଖିତ ପରିସ୍ଥିତିରେ ୱାରେଣ୍ଟ୍ ବିନା କାହାରିକି ଗିରଫ କରିପାରିବେ…

  • ଯଦି ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତି ଅଧିନିୟମ ଅନୁସାରେ ନିଜ ନାମ ଓ ଠିକଣା ଦେଉ ନାହାନ୍ତି ଓ ପୋଲିସକୁ ଲାଗୁଛି ଯେ, ବ୍ୟକ୍ତି ଜଣକ ଭୁଲ ତେବେ ତାଙ୍କୁ ଗିରଫ କରାଯାଇ ପାରିବ ।
  • ଏଭଳି କୌଣସି ବ୍ୟକ୍ତି ଯିଏ ଏହି ଆଇନ ଅଧିନରେ ଆଗରୁ କୌଣସି ଅପରାଧ କରିଥିବେ ଓ ସେ ଫେରାର ହେବାର ଆଶଙ୍କା ଥିବ କିମ୍ବା ସମନକୁ ସ୍ୱୀକାର ନକରିପାରେ,ତେବେ ପୋଲିସ ତାଙ୍କୁ ଗିରଫ କରି ପାରିବ
  • ଏହା ସହିତ ବିପଜ୍ଜନକ ଗାଡ଼ି ଚାଳନା (ଧାରା ୧୮୪) ମାଦକ ପଦାର୍ଥ ସେବନ କରି ଗାଡ଼ି ଚାଳନା (ଧାରା ୧୮୫) ମାଲିକଙ୍କ ବିନା ସହମତିଗେ ଗାଡି ଚାଳାଇବା (ଧାରା ୧୯୭) ନିଜ ନାମ ଓ ଠିକଣା କହିବାକୁ ମନା କଲେ କିମ୍ବା ଫେରାର ହେବା ଆଶଙ୍କା ଥିଲେ ଟ୍ରାଫିକ୍ ପୋଲିସ ଗିରଫ କରି ପାରିବେ ।
article 184article 185article 197Motor Vehicles Acttraffic policetraffic police arrest rulestraffic police can arrestTraffic violationsଗିରଫ କରିପାରିବଟ୍ରାଫିକ୍ ନିୟମ ଉଲ୍ଲଂଘନଟ୍ରାଫିକ୍ ପୋଲିସଧାରା ୧୮୪ମୋଟର ଯାନ ଆଇନ ଅନୁସାରେ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami