ସମବାୟ କ୍ଷେତ୍ର ପାଇଁ ଐତିହାସିକ ଦିନ

୧୫ ଜିଲ୍ଲା ପାଇଁ ୩୮୪ ବ୍ୟାଙ୍କ ସହାୟକ ନିଯୁକ୍ତ

() ଓଡ଼ିଶା ସମବାୟ କ୍ଷେତ୍ର ପାଇଁ ଶୁକ୍ରବାର ଥିଲା ଐତିହାସିକ ଦିବସ । ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଓ ପରିଚାଳନା କ୍ଷେତ୍ରରେ ପାରଦର୍ଶିତା ଆଣିବା ସହିତ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ । ୫-ଟି ଉପକ୍ରମରେ ସମବାୟ କ୍ଷେତ୍ରର ରୂପାନ୍ତରଣ ସହ ରାଜ୍ୟର ୨୦୨୩ ପ୍ରାଥମିକ କୃଷି ସମବାୟ ସମିତ (ପାକ୍ସ)କୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହାକୁ ପରିଚାଳନା କରିବାକୁ ୧୫ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକରେ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି କମ୍ପ୍ୟୁଟରୀକରଣ ସହ କୋର ବ୍ୟାଙ୍କିଂରେ ପାକ୍ସଗୁଡ଼ିକ ସଂଯୋଗ କରିବା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟର ମାନ୍ୟତା ପାଇଛି । ରାଜ୍ୟରେ ଦିଆଯାଉ ଥିବା ଶସ୍ୟ ଋଣରୁ ୬୦% ସମବାୟ ବ୍ୟାଙ୍କ ଏବଂ ପାକ୍ସ ଦ୍ୱାରା ପ୍ରଦାନ କରାଯାଇଥାଏ ପାକ୍ସ୍ ଜରିଆରେ ପୂରା ଧାନ ଏବଂ ଅନ୍ୟ କୃଷି ଉତ୍ପାଦ ସଂଗ୍ରହ କରାଯାଉଛି ଏବଂ ରାଜ୍ୟରେ ସମବାୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଲକ୍ଷ୍ୟରେ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ଓ ପାକସ ଗୁଡିକୁ ନିୟମିତ ଭାବେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହ ବ୍ୟାଙ୍କ ସହାୟକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥା ଜରିଆରେ ରାଜ୍ୟର ୨୦୬୩ ପାକ୍ସ କୋର୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ଅଧୀନକୁ ଆସିଛି । ଏଥିସହ କୃଷକଙ୍କୁ ସହାୟତା ସ୍ୱରୂପ ସରକାର ସୁଧ ଉପରେ ମଧ୍ୟ ସବସିଡି ଦିଆଯାଉଛି । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ପାକ୍ସଗୁଡ଼ିକର କୋର ବ୍ୟାଙ୍କିଙ୍ଗ୍ ସଲ୍ୟୁସନ୍ ଓ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମରେ ସାମିଲ କରାଯାଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ୫-ଟି ଉପକ୍ରମର ଆଦର୍ଶକୁ ଅନୁକରଣ ଜରିଆରେ ଆପଣମାନେ ସମବାୟ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରନ୍ତୁ ବୋଲି ନବ ନିଯୁକ୍ତ ବ୍ୟାଙ୍କ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମରେ ଯୋଗ ଦେଇଥିବା ୨୮ ନବନିଯୁକ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି

cm naveen patnaik newscm naveen patnaik news todaynaveen patnaik new schemeodisha bank newsodisha development new projectodisha development newsodisha government new schemeodisha government new scheme 2022odisha government scheme
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami