ପୃଥିବୀ ପାଇଁ ଆଉ ଏକ ବିପଦର କାରଣ ହେଲା ଚୀନ୍, ଆକାଶରୁ ଖସୁଚି ଚୀନ୍ ରକେଟ୍

ଚୀନ୍ ମାଲକୁ ଭରସା ନାହିଁ । ଏହା ସମସ୍ତେ କୁହନ୍ତି । ଆଉ ଏହା ସମସ୍ତେ ମଧ୍ୟ ଜାଣନ୍ତି ୨୦୧୯ ପରଠାରୁ ପୃଥିବୀ ଯେଉଁ କରୋନା ନାମକ ବିପଦର ସମ୍ମୁଖୀନ ହେଉଛି ତାହା ସେଇ ଚୀନର ଅବଦାନ । ଚୀନର ବୁହାନ ଲାବରୁ ବାହାରିଥିବା କରୋନା ପୁରା ପୃଥିବୀକୁ ଲକଡାଉନ ଭିତରେ ରହିବାକୁ ବାଧ୍ୟ କରିଥିଲା । ଆଉ ଏବେ ଚୀନ ମାଟିରୁ ଉଡ଼ିଥିବା ଗୋଟିଏ ରକେଟ୍ ପାଇଁ ଏବେ ପୃଥିବୀକୁ ଆତଙ୍କ ଭିତରେ ବଂଚିବାକୁ ପଡିବ । କାରଣ ଚୀନର ସେହି ରକେଟ୍ ମହାକାଶରୁ ତଳକୁ ଖସୁଛି । ଆଉ ଏହା ଯେକୌଣସି ସ୍ଥାନରେ ପଡିପାରେମହାକାଶରୁ ଖସୁଥିବା ଏହି ମହାବିପଦର ଓଜନ ହେଉଛି ୨୧ ଟନ୍ । କଳ୍ପନା କରନ୍ତୁ ୨୧ ଟନ ଓଜନର ଗୋଟିଏ ରକେଟ୍ ଯଦି ପୃଥିବୀ ଉପରେ ପଡେ ତେବେ କ’ଣ ହେବ? ।

କେଉଁଠି ପଡ଼ିବ ରକେଟ୍ ?

ଜ୍ୟୋତିର୍ବିଜ୍ଞାନୀ ଏହାକୁ ନେଇ ଚେତାବନୀ ଦେଇ କହିଛନ୍ତି କି ଏହି ରକେଟର ୩୦ ମିଟରର ଲମ୍ବା ଏକ ଅଂଶ ପୃଥିବୀର ଯେ କୌଣସି ସ୍ଥାନରେ ପଡ଼ିପାରେ । ଏହା ଏତେ ବଡ଼ ଯେ ଯଦି ଏହା କୌଣସି ସହର ଉପରେ ପଡ଼େ ତେବେ ସେହି ସହର ପୂରାପୁରି ଧ୍ୱଂସ ହୋଇଯିବ । ଏହି ଚାଇନିଜ୍ ରକେଟର ଓଜନ ତିନୋଟି T-Rex ଡାଇନୋସର ସହିତ ସମାନ । ତେବେ ବର୍ତ୍ତମାନ ବିଶେଷଜ୍ଞମାନେ ଏହି ରକେଟର ଦିଗ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଯଦି ସମ୍ଭବ ହୁଏ ତେବେ ଏହାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବିଶେଷଜ୍ଞ ।

ଗତ ସପ୍ତାହରେ ହୋଇଥିଲା ଲଂଚ୍

ଚୀନ ଏହି ରକେଟକୁ ରବିବାର ଉତକ୍ଷେପଣ କରିଥିଲା ଚୀନ୍ ହେନାନ୍ ସ୍ଥିତ ବେନଚାଙ୍ଗ୍ ଲଂଚି ପ୍ୟାଡରୁ ଏହି ରକେଟକୁ ଲଂଚ୍ କରିଥିଲା । ସୌରଶକ୍ତିରେ ପରିଚାଳିତ ଏକ ଲ୍ୟାବକୁ ନେଇ ଏହି ରକେଟ୍ ଉଡା଼ଣ ଭରିଥିଲା । କକ୍ଷପଥରେ ପହଞ୍ଚିବା ପରେ ଏହା ସ୍ପେସ୍ ଷ୍ଟେସନରୁ ବିଚ୍ଛିନ୍ନ ହୋଇ ମହାକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଜ୍ୟୋତିର୍ବିଜ୍ଞାନୀ ଜୋନାଥନ ମ୍ୟାକଡୋୱେଲ ଚେତାବନୀ ଦେଇଛନ୍ତି ଯେ ଏହି ରକେଟ କେବେ ଓ କେଉଁଠାରେ ପଡ଼ିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ଏହା ଯେଉଁଠାରେ ବି ପଡ଼ିବ ସେ ସ୍ଥାନ ସମ୍ପୂର୍ଣ୍ଣ ଧ୍ୱଂସ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।ଚୀନ ତା’ର ରକେଟ୍ କାର୍ଯ୍ୟକ୍ରମରେ ଦାୟିତ୍ୱବାନ ନୁହେଁ ବ ବୋଲି ଆମେରିକା ଅଭିଯୋଗ କରୁଛି । ମହାକାଶ ଅବର୍ଜନା ବୃଦ୍ଧିରେ ଚୀନର ଅଧିକ ହାତ ରହିଛି ବୋଲି ଆମେରିକା ଅଭିଯୋଗ କରି ଆସୁଛି । ଚୀନ ରକେଟ୍ ତିଆରି କରିବାରେ ଯେଉଁ ଅନ୍ତରାଷ୍ଟ୍ରୀୟ ମାନକର ବ୍ୟବସ୍ଥା ରହିଛି ତାକୁ ମାନୁ ନାହିଁ ବୋଲି କୁହାଯାଉଛି

ଲଞ୍ଚିଂ କାଳରେ ବିସ୍ଫୋରଣ

ଚୀନର ଏହି ରକେଟ୍ ଲଂଚି କାଳରେ ବିସ୍ଫୋରଣ କାରଣରୁ ନଷ୍ଟ ହୋଇ ଯାଇଥିଲା । ଆଗାମୀ ସମୟରେ ଏହାର ଭଗ୍ନାବଶେଷ ପୃଥିବୀର ପରିକ୍ରମା କରିବ । ପୃଥିବୀକୁ ପରିକ୍ରମା କରିବାର କିଛିଦିନ ପରେ ଏହା ଭୂପୃଷ୍ଟ ଆଡ଼କୁ ଗତି କରିବବିଶେଷଜ୍ଞଙ୍କ ଅନୁସାରେ ଫ୍ଲାଇଟ୍ ରାସ୍ତାରେ ଅନେକ ମୁସ୍କିଲ ଆସିଛିକାରଣ ସୂର୍ଯ୍ୟର ଗତିବିଧିରେ ପରିବର୍ତ୍ତନ କାରଣରୁ ପରିବେଶରେ ମଧ୍ୟ ଅନେକ ଉତ୍ଥାନ ପତନ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ଅନୁସାରେ ଚୀନ ରକେଟ ସହିତ ସବୁଠାରୁ ବଡ଼ ସମସ୍ୟା ହେଉଛି ଲଂଚ ପ୍ରକ୍ରିୟା ଓ ଏହାର ଡିଜାଇନ । ତେବେ ଚୀନ୍ ଏହି ସବୁ ଅଭିଯୋଗକୁ ଖଣ୍ଡନ କରୁଛି । ଚୀନ କହୁଛି ଯେ, ଆମେ ରକେଟ୍ କାର୍ଯ୍ୟକ୍ରମରେ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛୁ । ରକେଟ୍ ପୃଥିବୀରେ ପଡିବା ଦ୍ୱାରା କାହାର ମଧ୍ୟ କିଛି କ୍ଷତି ହେବ ନାହିଁ ।

china president xi jinpingchina rocket crashchina rocket fallingchina rocket falling to earthchina rocket launchchina rocket launch failurechinese rocket falling to earthchinese rocket falling to earth 2022chinese rocket falling to earth news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami