ଚୀନର ଜହ୍ଲାଦ ଡାକ୍ତର, ଜୀବିତ ବ୍ୟକ୍ତିଙ୍କଠାରୁ କାଢି ନେଉଥିଲେ ଅଙ୍ଗ !

ଡାକ୍ତରଙ୍କ କାମ ହେଉଛି ଜୀବନ ବଂଚାଇବା । କିନ୍ତୁ ଚୀନର ଏଭଳି କିଛି ଡାକ୍ତରଙ୍କ ଉପରେ ନରହତ୍ୟାର ଅଭିଯୋଗ ଲାଗିଛି ଯେଉଁମାନେ ଟଙ୍କା ଲୋଭରେ ଜୀବିତ ଲୋକଙ୍କଠାରୁ କାଢି ନେଉଥିଲେ ଅଙ୍ଗ । ଅଭିଯୋଗ ଅନୁସାରେ ଏହି ଡାକ୍ତର ମାନେ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ସଜ୍ଜା ଦିଆଯିବା ପୂର୍ବରୁ ସେମାନଙ୍କ ଶରିରର ଅଙ୍ଗ କାଢି ନେଉଥିଲେ । ଏକ ନୂଆ ଆକାଡେମିକ୍ ପେପରରେ ଏହି ରହସ୍ୟ ଉଦଘାଟନ ହୋଇଛି । ଅର୍ଗାନ ଟ୍ରାନ୍ସପ୍ଲାଣ୍ଟର ଏଥିକ୍ସ ଉପରେ ଥିବା ଅନ୍ତର୍ଜାତୀୟ ମାର୍ଗଦର୍ଶିକା ଅନୁସାରେ ଶରିରରୁ ଅଙ୍ଗ କାଢିବା ଯୋଗୁ ଯେମିତି କାହାର ମୃତ୍ୟୁ ନହୁଏ ତାହା ଦେଖିବା ଡାକ୍ତରଙ୍କ କାମ ।

ଅଷ୍ଟ୍ରେଲିଆନନ୍ ନ୍ୟାସନାଲ ୟୁନିଭର୍ସିଟିର ଚଳିତ ସପ୍ତାହରେ ଆମେରିକାନ ଜର୍ଣ୍ଣାଲ ଅଫ୍ ଟ୍ରାନ୍ସପ୍ଲାଣ୍ଟେସନରେ ପ୍ରକାଶିତ ରିସର୍ଚ୍ଚରେ ଏହା ଦାବି କରାଯାଇଛି ଯେ, ଚୀନରେ ଅଙ୍ଗ ପ୍ରତ୍ୟାରୋପଣକୁ ନେଇ ଥିବା ଅନ୍ତର୍ଜାତୀୟ ଗାଇଡଲାଇନର ଉଲ୍ଲଂଘନ ହୋଇଛି । ଅଲ ଜଜିରା ଖବର ଅନୁସାରେ ଚୀନ ବୈଜ୍ଞାନିକ ପତ୍ରିକାର ୨ ହଜାର ୮୩୮ ରିପୋର୍ଟର ଫରେନସିକ୍ ରିଭ୍ୟୁରୁ ଏହା ଜଣା ପଡିଛି ଯେ, ୭୧ ମାମଲାରେ ବ୍ୟକ୍ତି ବ୍ରେନ୍ ଡେଡ୍ ହେବା ପୂର୍ବରୁ ତାଙ୍କ ହୃଦୟ କିମ୍ବା ଫୁସଫୁସ କାଢି ନିଆଯାଇଥିଲାମେଡିକାଲ ଭାଷାରେ ବ୍ରେନ୍ ଡେଡ୍ ସେହି ପରିସ୍ଥିତିକୁ ବୁଝାଏ ଯେଉଁଥିରେ ବ୍ୟକ୍ତି ବିନା ଭେଣ୍ଟିଲେଟରରେ ଜୀବିତ ରହିନଥାଏ ।

ମୃତ୍ୟୁର ଅନ୍ତିମ ପ୍ରକ୍ରିୟାରେ ଭୂମିକା ନିର୍ବାହ କରୁଥିଲେ ଡାକ୍ତର

ପ୍ରଶ୍ନ ଘେରରେ ଥିବା ସମସ୍ତ ୭୧ ମାମଲା ୧୯୮୦ରୁ ୨୦୧୫ ଭିତରେ ଘଟିଥିଲା । ୨୦୧୫ରେ ଚୀନରେ କଏଦୀଙ୍କଠାରୁ ଅଙ୍ଗ ନେବା ଉପରେ ଆଧିକାରିକ ଭାବେ ପ୍ରତିବନ୍ଧକ ଲାଗିଥିଲା । ଏହାପୂର୍ବରୁ ମାନିନିଆଯାଉଥିଲା ଯେ, ମୃତ୍ୟୁ ପରେ କଏଦୀଙ୍କ ଅଙ୍ଗ ନିଆଯାଇଛି । ଅଧ୍ୟୟନ ଅନୁସାରେ କଏଦୀଙ୍କୁ ମାରିବାରେ ଚୀନ୍ ଡାକ୍ତର ଅନ୍ତିମ ଭୂମିକା ନିର୍ବାହ କରୁଥିବେ । କାରଣ ଚୀନରେ ମୃତ୍ୟୁଦଣ୍ଡ ଫାଏରୀ ସ୍କ୍ୱାର୍ଡ୍ କିମ୍ବା ବିଶାକ୍ତ ଇଂଜେକ୍ସନ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ । ଯଦି କଏଦୀ ଏଥିରୁ ବଂଚିଯାଉଥିଲେ ତେବେ ସର୍ଜନ ଅଙ୍ଗ ବାହାର କରି କଏଦୀଙ୍କୁ ମାରି ଦେଉଥିଲେ ।

ସରକାରୀ ହତ୍ୟାକାରୀଙ୍କ ଭଳି କାମ କରୁଥିଲେ ଡାକ୍ତର

ରିପୋର୍ଟ ଅନୁସାରେ ଚୀନ ଡାକ୍ତର ମାନେ ସରକାରୀ ହତ୍ୟାକାରୀ ଭାବେ କାର୍ଯ୍ୟକରୁଥିଲେ । ହତ୍ୟାର ତରିକା ଥିଲା ହୃଦୟ ବାହାର କରିନେବା । ବିଶେଷଜ୍ଞଙ୍କ ଅନୁସାରେ ଅଙ୍ଗ ବିକ୍ରି ପାଇଁ ରୋଗୀ ବା କଏଦୀଙ୍କୁ ଜୀବିତ ରଖାଯାଉଥିଲା । କ୍ରେତା ମିଳିବା ପରେ ଜୀବିତ କଏଦୀଙ୍କ ହୃଦୟ କାଢି ନିଆଯାଉଥିଲା । ସନ୍ଦିଗ୍ଧ ମାମଲରେ ୩୪୮ ଜଣ ନର୍ସ, ନିଶ୍ଚେତକକାରୀ ଓ ଅନ୍ୟ ଚିକିତ୍ସାକର୍ମୀ ସାମିଲ ଥିଲେ ବୋଲି ପତ୍ରିକା ଦାବି କରିଛି ।

brain deathchinese doctorChinese governmentExecuted Prisonersliving donorsmilitary affiliated hospitalsorgan transplant surgeryprisonerstransplant organs
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami