ଆମେରିକାକୁ ଯୁଦ୍ଧକୁ ଟାଣିବାକୁ ଚୀନର ଚାଲ,ଇସ୍ରାଏଲ ଉପରେ ହମାସ ଜରିଆରେ ଆକ୍ରମଣ !

ଇସ୍ରାଏଲ ହମାସ ଯୁଦ୍ଧ ମୈଦାନକୁ ଆମେରିକା ଓହ୍ଲାଇଲାଣି । ଆମେରିକାର ଯୁଦ୍ଧ ଜାହଜ ଇସ୍ରାଏଲ ଉପକୂଳରେ ପଂହଚି ସାରିଛି । ବ୍ରିଟେନ୍,ଜର୍ମାନୀ ଖୋଲାଖୋଲି ଇସ୍ରାଏଲ ସମର୍ଥନରେ ବାହାରିଛନ୍ତିଆମେରିକା ନିଜ ସାଥିକୁ ଏକାଛାଡିବାକୁ ଚାହୁଁନାହିଁ । ଆମେରିକାକୁ ଯୁଦ୍ଧରେ ନପଡ଼ିବାକୁ ଲେବାନନର ହେଜବୁଲ୍ଲା ଧମକ ଦେଇଛି । ତେବେ ହେଜବୁଲା ଧମକକୁ ଆମେରିକା ମାନିବ ନାହିଁ ଏହା ଜଣାଶୁଣା । ତା’ହେଲେ ଏହାର ଅର୍ଥ କ’ଣ ? ଏହାର ଅର୍ଥ ହେଉଛି ମଧ୍ଯପ୍ରାଚ୍ୟର ଯୁଦ୍ଧକାଣ୍ଡକୁ ଯଦି ଆମେରିକା ଓହ୍ଲାଇବ ତେବେ ଋଷ ଓ ଚୀନ ମଧ୍ଯ ଓହ୍ଲାଇବେ । ତେବେ କ’ଣ ଆମେରିକାକୁ ଜାଣିଶୁଣି ଯୁଦ୍ଧକୁ ଟାଣିବାକୁ କେହି ଚାଲ୍ ଖେଳିଥିଲା ? ଇସ୍ରାଏଲ ଉପରେ ବଡ଼ଧରଣର ଆକ୍ରମଣ ହେଲେ ଆମେରିକା ନିଜ ସାଥୀ ସମର୍ଥନରେ ବାହାରିବ ଇସ୍ରାଏଲକୁ ସମର୍ଥନ ଦେଲେ ଯୁଦ୍ଧ ଥିଏଟର ବଡ଼ କାନଭାସରେ ଲଢାଯିବ । ଆମେରିକାର ଅର୍ଥନୀତି ପ୍ରଭାବିତ ହେବ । ଏସବୁ ଚାଲ ଚୀନର ଥିଲା ଓ ଋଷ ମଧ୍ଯ ଏହା ଚାହୁଁଥିଲା ବୋଲି ବିଶେଷଜ୍ଞ ଦାବି କରୁଛନ୍ତି । ବିଶେଷଜ୍ଞଙ୍କ ଦାବି ଯେ, ହମାସ ଯେଉଁଧରଣର ରକେଟ ଆକ୍ରମଣ କରିଥିଲା ତାହା ତା’ର ସାମର୍ଥ୍ୟ ବାହାରେ । ହମାସ ୫ ହଜାର ରକେଟ୍ ଆକ୍ରମଣ କରିଥିବା ପ୍ରଥମେ ଦାବି କରିଥିଲା । ପରେ ଏହି ସଂଖ୍ୟା ୩ ହଜାର ୫ଶହ ବୋଲି ହମାସ ତରଫରୁ କୁହାଯାଇଥିଲା । ଇସ୍ରାଏଲର ଆଇରନ୍ ଡୋମ୍ ସିଷ୍ଟମକୁ ଚକମା ଦେବାକୁ ଯେଉଁ ସଂଖ୍ୟାରେ ରକେଟ୍ ଆକ୍ରମଣ କରିଥିଲା ତାହା ଇରାନ ଯୋଗାଇଥିଲା ବୋଲି ସନ୍ଦେହ କରାଯାଉଛି । ସେହିଭଳି ଡ୍ରୋନ୍ ଚୀନ ଦେଇଥିଲା ବୋଲି କୁହାଯାଉଛି । ଚୀନ୍ ହମାସକୁ ମୋହରା କରି ଆମେରିକା ବିରୋଧରେ ଛଦ୍ମ ଯୁଦ୍ଧ ଲଢୁଥିବା ବିଶେଷଜ୍ଞ କୁହାଯାଉଛି । ତେବେ ଆମେରିକାକୁ ଯୁଦ୍ଧକୁ ଟାଣିବା ଦ୍ୱାରା ଚୀନର କ’ଣ ଫାଇଦା ଓ କାହିଁକି ଚୀନ୍ ଏମିତି କରୁଛି ଆସନ୍ତୁ ଜାଣିବା ।

ଚୀନ ବଂଶୋଦ୍ଭବ ରାଜନୈତିକ ବିଶ୍ଲେଷକଙ୍କ ଦାବି

ଇସ୍ରାଏଲ ଉପରେ ହୋଇଥିବା ସବୁଠାରୁ ବଡ ଆକ୍ରମଣ ପଛରେ ରହିଛି ଚୀନ୍ । ଏଭଳି କହିଛନ୍ତି ଚୀନ ବଂଶୋଦ୍ଭବ ଜଣେ ବିଶ୍ଳେଷକ । ଚାଇନାର ବିଶ୍ଳେଷକ ଜେନିଫର ଜେଙ୍ଗ କହିଛନ୍ତି ଯେ, ଚୀନ ହମାସକୁ ପୂରାପୂରି ସମର୍ଥନ କରୁଛି। ସି ଜିନପିଙ୍ଗଙ୍କ କାର୍ଯ୍ୟାଳୟ ସହ ହମାସର ସିଧା ଯୋଗାଯୋଗରେ ରହିଛି। ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ହମାସର ଜଣେ ବଡ ଆତଙ୍କବାଦୀ ସି ଜିନପିଙ୍ଗଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲା ।

ପାଞ୍ଚଜଣ ବ୍ୟକ୍ତିଙ୍କୁ ଗାଜାର ଗଡଫାଦର ବୋଲି କୁହାଯାଏ । ତେବେ ଏହି ୫ ଜଣଙ୍କ ବ୍ୟାତିତ ଗାଜାର ଆଉ ଜଣେ ଗଡ଼ଫାଦର ଅଛନ୍ତି ବୋଲି ଏହି ବିଶ୍ଲେଷକ ଦାବି କରିଛନ୍ତି । ତାଙ୍କ ଅନୁସାରେ ସି ଜିନପିଙ୍ଗଙ୍କ କାର୍ଯ୍ୟାଳୟ ୬ ତମ ବ୍ୟକ୍ତିକୁ କୋଡେ ନେମ୍ ଦେଇଛି। ଆଉ ଏହି କୋଡ୍ ନେମ୍ ହେଉଛି SFRNSFRN ହେଉଛି ହମାସ ପଲିଟିକାଲ ବ୍ୟୁରୋର ଭାଇସ୍ ଚେୟାର ପର୍ସନ । SFRN ଚାଇନାର ରେନମିଙ୍ଗ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଛି ।

ଟଙ୍କା, ଅସ୍ତ୍ର ଏବଂ ତାଲିମ ଦେଇଛି ଚୀନ

ଜେନିଫର ଜେଙ୍ଗ ଦୃଢ଼ତାର ସହ କହିଛନ୍ତି ଯେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଅଫିସର ହମାସକୁ ସିଧାସଳଖ ସମର୍ଥନ କରୁଛନ୍ତିଇସ୍ରାଏଲ ଏବଂ ଆମେରିକାକୁ ହଇରାଣ କରିବା ପାଇଁ ଚୀନ୍ କେବଳ ପାଲେଷ୍ଟାଇନ ଏବଂ ଆତଙ୍କବାଦୀ ସଂଗଠନ ହମାସକୁ ଅର୍ଥ ଦେଇନାହିଁ ବରଂ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ତାଲିମ ଦେଇଥିଲା ।

ଏହାର ଅର୍ଥ ଏହା ହେଉଛି, ଇସ୍ରାଏଲ୍ ଏବଂ ଗାଜାକୁ ରକ୍ତ ରଞ୍ଜିତ କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ନିଜେ ଚାଇନା ।

ମହମ୍ମଦ ଦାଏଫର ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ସହିତ ସମ୍ପର୍କ

ଗାଜାର ପାଞ୍ଚ ଜଣ ଗଡଫାଦରଙ୍କ ମଧ୍ୟରୁ ଜଣେ ହମାସର ମିଲିଟାରୀ ୱିଙ୍ଗର ମୁଖ୍ୟ ଅଛନ୍ତି । ତା ନାଁ ହେଉଛି ମହମ୍ମଦ ଦାଏଫମହମ୍ମଦକୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଚୀନର କମ୍ୟୁନିଷ୍ଟ ପାର୍ଟି ଏମିତି କରିବାକୁ ତାକୁ କହିଛି ।

ମହମ୍ମଦ ଦାଏଫ PLAର ଅର୍ଡାନ୍ସ ଇଞ୍ଜିନିୟରିଂ କଲେଜରୁ ପାଠ ପଢ଼ିଛି । ସେ ଚାଇନାର ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଛି। ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଦାଏଫକୁ ଚୀନ ହିଁ ନିର୍ଦ୍ଦେଶ ଦେଇଥିଲା।

ମହମ୍ମଦ ଦଏଫ ହିଁ ଚାଇନା ହାତର କାଠ କଣ୍ଢେଇଚାଇନା ଇସାରାରେ ହମାସର ୧୫ ହଜାର ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ।

ହମାସ ପାଖରେ ଏକାଥର ଏତେ ସଂଖ୍ୟକ ରକେଟ ଦେଖି ଆମେରିକାଠୁ ଆରମ୍ଭ କରି ଇସ୍ରାଏଲ ଚକିତ ହୋଇଯାଇଥିଲା । ଏହା ଇସ୍ରାଏଲର ଆଇରନ୍ ଡୋମକୁ ବି କାମ ଭୁଲ ପ୍ରମାଣିତ କରିଦେଲାହମାସକୁ ମୋହରା କରି ଚାଇନା ହିଁ ଇସ୍ରାଏଲ ଉପରେ ଏମିତି ଆକ୍ରମଣ କରିଛି ।

ପୂରା ସମର୍ଥନ କରିବାକୁ ପ୍ରତିଶୃତି ଦେଇଛି ଚାଇନା

ଗତ ଜୁନ ୧୪ ରେ ପାଲେଷ୍ଟାଇନର ଏକ ପ୍ରତିନିଧି ଦଳ ଚୀନ୍ ଯାଇଥିଲେ । ଏହା ପରଠୁ ଚାଇନା ବିନା ସର୍ତ୍ତରେ ପୂରା ସମର୍ଥନ କରିବାକୁ ପ୍ରତିଶୃତି ଦେଇଥିଲା ।

ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଚାଇନାକୁ ଦାୟୀ କରିଛନ୍ତି ଜେନିଫର ଜେଙ୍ଗଜେନିଫର ଜେଙ୍ଗଙ୍କ ପୂର୍ବରୁ ଆମେରିକାର ସିନେଟର ଚକ ଶୁମର ମଧ୍ୟ ଇସ୍ରାଏଲ-ହାମାସ ବିବାଦ ପଛରେ ଚୀନ ଦାୟୀ ବୋଲି ଅଭିଯୋଗ କରିଥିଲେ । ଇସ୍ରାଏଲକୁ ରକ୍ତାକ୍ତ କରି ଚୀନ ଆମେରିକାକୁ ନୂଆ ଯୁଦ୍ଧ ଆଡ଼କୁ ଟାଣି ନେବାକୁ ଚେଷ୍ଟା କରୁଛି

america israel relationshipamerica support israelchina america war today newschina on israel palestine conflictchina on israel palestine warchina on israel warisrael hamas war gazaisrael hamas war news todayisrael vs hamas todayisrael vs hamas today live
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami