ପୋଲରୁ ଖସିଲା ବସ୍‌, ଲାଗିଗଲା ନିଆଁ: ୨୧ ମୃତ

ଭେନିସ୍‌: ଇଟାଲିର ଭେନିସ୍ ଅଞ୍ଚଳରେ ଥିବା ଏକ ପୋଲ ଉପରୁ ତଳକୁ ଖସିପଡ଼ିଲା ବସ । ଫଳରେ ବସରେ ଥିବା ୨୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଖବରପାଇ ଦମକଳବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଫ୍ରାନ୍‌ସ୍ ଓ କ୍ରୋଏସିଆରୁ ଯାତ୍ରୀମାନଙ୍କୁ ନେଇ ଏକ ବସ ମେସ୍ତ୍ରେ ଜିଲ୍ଲା ଅନ୍ତର୍ଗତ ଏକ ରାସ୍ତାକୁ ଭେନିସ୍ ନଗରୀ ସହିତ ସଂଯୁକ୍ତ କରୁଥିବା ପୋଲ ଉପରେ ଯାଉଥିଲା । ଏହି ସମୟରେ ବସ ଡ଼୍ରାଇଭର ଜଣକ ହଠାତ୍ ଅସୁସ୍ଥ ହେବାରୁ ଭାରସାମ୍ୟ ହରାଇ ବସିଲେ । ତେବେ ବସଟି ବିପରୀତ ଦିଗକୁ ବୁଲିପଡ଼ି ତଳେ ଥିବା ରେଳଲାଇନ୍‌କୁ ଖସି ପଡ଼ିଥିଲା । ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଫଳରେ ବସରେ ଥିବା ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

ଉଦ୍ଧାର କାର୍ଯ୍ୟ କରୁଥିବା ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ୫୦ ଫୁଟ୍ ଉପରୁ ବସ୍‌ଟି ଖସି ବିଜୁଳି ତାର ଉପରେ ପଡ଼ିବାରୁ ବସ୍‌ରେ ନିଆଁ ଲାଗିଗଲା । ବସ୍‌ରେ ମୋଟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨୧ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ସମସ୍ତ ଆହତଙ୍କୁ ଆଖପାଖ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୫ଜଣ ୟୁକ୍ରେନ୍ ଓ ଜଣେ ଜର୍ମାନୀ ନାଗରିକ ଅଛନ୍ତି ।

italy bus accidentitaly news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami