ରାତିରେ ଘର ଅଗଣାରେ ବୁଲୁଛି କଳା ଚିତା

ନୀଳଗିରି: ଆଜିକାଲି ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଭିଡିଓ ଭାଇରାଲ ହୋଇଥାଏ । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କେତେକ ଭାବପ୍ରବଣ କରିଦିଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତିଙ୍କ ଘର ଅଗଣାରେ ଏକ କଳା ଚିତା ବାଘ ବୁଲୁଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ଭୟଭୀତ ହେବା ସହ ଚକିତ ହୋଇଯାଇଛନ୍ତି ।

ଘର ଲୋକ ହୋଇପଡ଼ିଛନ୍ତି ଭୟଭୀତ

ଆଇଏଫଏସ୍ ଅଧିକାରୀ ପ୍ରବୀଣ କାସୱାନ ତାମିଲନାଡୁର ନୀଳଗିରିସରେ ଏକ ଘର ବାହାରେ କଳା ଚିତାବାଘର ବୁଲୁଥିବା ଭିଡିଓ ସେୟାର କରିଛନ୍ତି । ଏହି ସିସିଟିଭି ଫୁଟେଜ୍ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ୨୪ ସେକେଣ୍ଡ କ୍ଲିପରେ ଦେଖିବାକୁ ମିଳିଛି ଯେ, ଏକ କଳା ଚିତାବାଘ ଘରର ଅଗଣାରେ ବୁଲୁୁଛି । ଚିତାଟି ଅନ୍ଧାରରେ ଘରର ଅଗଣାରେ ଚୁପଚାପ ପ୍ରବେଶ କରେ ଏବଂ କିଛି ସମୟ ଚାଲିବା ପରେ ସେଠାରୁ ପଳାଏ । ଏହି ଭିଡ଼ିଓକୁ ଦେଖିବା ପରେ ଘର ଲୋକ ଭୟଭୀତ ହୋଇପଡ଼ିଛନ୍ତି । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତିି ।

black leopard is roaming in the yard of the houseblack leopard video viral
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami