ପେନସନ୍ ଧାରକଙ୍କ ପାଇଁ ବଡ଼ ଖବର, କରୋନା ସମୟରେ ବ୍ୟାଙ୍କକୁ ନଯାଇ ବି ଦାଖଲ କରିପାରିବେ ଲାଇଫ୍ ସାର୍ଟିଫିକେଟ୍

Life Certificate- ପେନସନ୍ ଧାରକଙ୍କୁ ନିଜ ପେନସନ୍ ଜାରି ରଖିବା ପାଁ ପ୍ରତିବର୍ଷ ନିଜ ଲାଇଫ୍ ସାର୍ଟିଫିକେଟ୍ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ଆର୍ଥିକ ସଂସ୍ଥାନଙ୍କ ନିକଟରେ ଦାଖଲ କରିବାକୁ ପଡିଥାଏ । ଏଥିପାଇଁ ପେନସନ୍ ଧାରକଙ୍କୁ ବ୍ୟାଙ୍କକୁ ଯିବାକୁ ପଡିଥାଏ । କିନ୍ତୁ ଏବେ ଘରେ ବସି ମଧ୍ୟ ଜଣେ ପେନସନ୍ ଧାରକ ନିଜ ଲାଇଫ୍ ସାର୍ଟିଫିକେଟ୍ ବା ଜୀବନ ପ୍ରମାଣ ପତ୍ର ଜମା କରିପାରିବେ । ପେନସନ୍ ଧାରକ ସରକାରୀ ବ୍ୟାଙ୍କ ଓ ପୋଷ୍ଟାଲ ସର୍ଭିସର ଡୋର ଷ୍ଟେପ୍ ସର୍ଭିସର ଫାଇଦା ଉଠାଇ ଘରେ ବସି ନିଜ ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ । ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ୩୦ ତାରିଖ ମଧ୍ୟରେ ଲାଇଫ୍ ସାର୍ଟିଫିକେଟ୍ ଜମା କରିବାକୁ ସମୟ ଦିଆଯାଇଛି । ଏହି ଅବଧି ଭିତରେ ପେନସନ୍ ଧାରକ ନିଜ ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ । ଅନ୍ୟପକ୍ଷରେ ୮୦ ବର୍ଷରୁ ଅଧିକ ଆୟୁର ପେନସନ୍ ଧାରକ ଅକ୍ଟୋବର ମାସରୁ ନିଜ ସାର୍ଟିଫିକେଟ୍ ଜମା କରିପାରିବେ ।

ଘରେ ବ୍ୟାଙ୍କିଂ ସୁବିଧା

ପେନସନ୍ ଧାରକ ୧୨ ସରକାରୀ ବ୍ୟାଙ୍କର ଡୋରଷ୍ଟେପ୍ ସର୍ଭିସର ବ୍ୟବହାର କରି ନିଜ ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ । ଏହି ବ୍ୟାଙ୍କ ଗୁଡିକ ମଧ୍ୟରେ ଅଛନ୍ତି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ପଂଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ । ଏହା ସହିତ ପେନସନ୍ ଧାରକ ମୋବାଇଲ, ୱେବସାଇଟ୍ କିମ୍ବା ଟୋଲ୍ ଫ୍ରି ନମ୍ବରରେ କଲ କରି ସର୍ଭିସ ବୁକ୍ କରିପାରିବେ । ଏଥିରେ ଗୁଗଲ ପ୍ଲେ ଷ୍ଟୋରରୁ ଡୋରଷ୍ଟେପ୍ ବ୍ୟାଙ୍କିଂ ଆପ୍ ଡାଉନ୍ ଲୋଡ୍ କରିବାକୁ ପଡେ । ଏହାପରେ ୱେବସାଇଟ୍ doorstepbanks.com କୁ ଯାଇ ଟୋଲ୍ ଫ୍ରି ନମ୍ବରକୁ କଲ କରିପାରିବେ

ଲାଇଫ୍ ସାର୍ଟିଫିକେଟ୍ ପୋର୍ଟାଲ ଜରିଆରେ

ଏହି ପୋର୍ଟାଲ https://jeevanpramaan.gov.in/ ମାଧ୍ୟମରେ ବି ଆପଣ ନିଜ ଲାଇଫ୍ ସାର୍ଟିଫିକେଟ୍ ଡାଉନ୍ ଲୋଡ୍ କରିପାରିବେ । ଏଥିପାଇଁ ପ୍ରଥମେ ଜୀବନ ପ୍ରମାଣ ପତ୍ର ଆପକୁ ଡାଉନ୍ ଲୋଡ୍ କରିବାକୁ ପଡିଥାଏ । ଏଥିପାଇଁ ପେନସନ୍ ଧାରକଙ୍କ ପାଖରେ ଆଧାର ନମ୍ବର, ବର୍ତ୍ତମାନର ମୋବାଇଲ ନମ୍ବର, ପେନସନ୍ ଟାଇପ୍, ପିପିଓ ନମ୍ବର ଥିବା ଜରୁରୀ । ଏହାପରେ ଆପଣ ଆପ୍ ଦ୍ୱାରା ନିର୍ଦ୍ଦେଶିତ ପଥଦ୍ୱାରା ଘରେ ବସି ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ

ପୋଷ୍ଟମ୍ୟାନ୍ ଜରିଆରେ ଜମା କରିପାରିବେ

୨୦୨୦ ମସିହାରୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହିତ ମିଶି ପୋଷ୍ଟାଲ ଡିପାର୍ଟମେଣ୍ଟ୍ ଘରୁ ଲାଇଫ୍ ସାର୍ଟିଫିକେଟ୍ ସଂଗ୍ରହ କରୁଛି । ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (IPPB) ଓ ନନ୍-IPPB ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଛି ।

bankbank doorstep servicebank of barodadoorstep banking app downloadIndian bankindian overseas bankjeevan praman patra appLife Certificatelife certificate apppensionpensionerspost officepunjab and sindh bankpunjab national bankstate bank of IndiaUCO bankUnion bank of Indiaଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କଇଣ୍ଡିଆନ ବ୍ୟାଙ୍କଜୀବନ ପ୍ରମାଣ ପତ୍ର ଆପକୁ ଡାଉନ୍ ଲୋଡ୍ଡୋରଷ୍ଟେପ୍ ବ୍ୟାଙ୍କିଂ ଆପ୍ପଂଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କପଂଜାବ ନ୍ୟାସନାଲ ବ୍ୟାଙ୍କପୋଷ୍ଟ ଅଫିସ କିମ୍ବା ଆର୍ଥିକ ସଂସ୍ଥାନବ୍ୟାଙ୍କବ୍ୟାଙ୍କ ଅଫ ବରୋଦାବ୍ୟାଙ୍କର ଡୋରଷ୍ଟେପ୍ ସର୍ଭିସୟୁକୋ ବ୍ୟାଙ୍କଲାଇଫ୍ ସାର୍ଟିଫିକେଟ୍ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami