ପାକିସ୍ତାନୀ ନାଗରିକଙ୍କୁ ଭାରତ ରତ୍ନ, କିଏ ସେ ମହାନ ବ୍ୟକ୍ତିତ୍ୱ ?


ପାକିସ୍ତାନୀ ନାଗରିକକୁ ଭାରତ ରତ୍ନ । ଆପଣ ଏବେ ଭାବୁଥିବେ କେବଳ ଭାରତୀୟଙ୍କୁ ଭାରତ ରତ୍ନ ଦିଆଯାଏ । ପାକିସ୍ତାନୀ ନାଗରିକଙ୍କୁ କିପରି ଦିଆଯାଉଛି ଭାରତ ରତ୍ନ । ତା ନୁହେଁ, ପୂର୍ବରୁ ନେଲସନ ମଣ୍ଡେଲା ଓ ମଦର ଟେରେସାଙ୍କ ଭଳି ଅନେକ ବିଦେଶୀ ନଗରିକଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିକ୍ରମରେ ପାକିସ୍ତାନ ନାଗରିକ ‘ବାଦଶାହ ଖାନ’ଙ୍କୁ ମଧ୍ୟ ଭରତ ରତ୍ନ ପ୍ରଦାନ କରାଯାଇଛି । କିଏ ଏହି ବାଦଶାହ ଖାନ ? ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ କାହିଁକି ଦିଆଗଲା ?

ସୀମାନ୍ତ ଗାନ୍ଧି ଭାବେ ପରିଚିତ ଥିଲେ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ଏନେଇ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚର୍ଚ୍ଚାରେ ଥିଲେ ବାଦ୍‌ଶାହା ଖାନ । ଦେଶ ବିଭାଜନ ଅନେକ ଲୋକଙ୍କ ଘର ଉଜାଡ଼ି ଦେଇଥିଲା । ଦେଶ ଦୁଇ ଖଣ୍ଡ ହେବା ବହୁ ଦେଶପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା । ଏମତି ଜଣେ ଦେଶଭକ୍ତ ହେଉଛନ୍ତି ଖାନ୍ ଅବଦୁଲ ଗଫୁର ଖାନ୍‌, ଯିଏକି ବାଦଶାହ ଖାନ୍ ନାମରେ ଜଣାଶୁଣା । ଭାରତର ସ୍ୱାଧୀନତା ଆନ୍ଦୋଳନରେ ସେ ମହାତ୍ମା ଗାନ୍ଧିଙ୍କ ପଥ ଅନୁସରଣ କରି ଏହି ମହାସଂଗ୍ରାମରେ ଯୋଗ ଦେଇଥିଲେ । ସ୍ୱାଧୀନତା ପର୍ଯ୍ୟନ୍ତ ସେ ସୀମାନ୍ତ ଗାନ୍ଧି ଭାବେ ପରିଚିତ ଥିଲେ ।

ଭାରତ ରତ୍ନ ସମ୍ମାନ ପାଇଥିବା ପ୍ରଥମ ଅଣ ଭାରତୀୟ

ଅବଦୁଲ୍ ଗଫୁର ଖାନ୍‌ଙ୍କ ଜନ୍ମ ପଞ୍ଜାବ ପ୍ରଦେଶର ପେଶୱାର ନିକଟରେ ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ସେ ଭାରତ ସ୍ୱାଧୀନତା ପାଇଁ ଲଢେଇ କରିଥିଲେ । ମାତ୍ର ଯେତେବେଳେ ଦେଶ ବିଭାଜନ ହେଲା ପାକିସ୍ତାନ ପାଲଟିଗଲା ତାଙ୍କର କର୍ମଭୂମି । ଯାହା ତାଙ୍କୁ ବହୁମାତ୍ରାରେ ବ୍ୟଥିତ କରିଥିଲା ।ବାଦଶାହ ଖାନ୍‌ଙ୍କ ପିତା ବୈରାମ ଖାନ୍ ଜଣେ ଶାନ୍ତ ପ୍ରକୃତିର ବ୍ୟକ୍ତି ଥିଲେ । ଗଫୁର ଖାନ ତାଙ୍କ ଜେଜେବାପା ଅବଦୁଲ୍ଲା ଖାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଯିଏ କି ଭାରତ ସ୍ୱାଧୀନତା ପାଇଁ ଅନେକ ଲଢେଇ କରିଥିଲେ । ଅବଦୁଲ୍ ଗଫୁର ଖାନଙ୍କ ପିତା ତାଙ୍କୁ ଏକ ମିଶନାରୀ ସ୍କୁଲରେ ଭର୍ତ୍ତି କରିଥିଲେ, ସେତେବେଳେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ସେ ଅଲିଗଡରୁ ସ୍ନାତକ ହାସଲ କରିଥିଲେ । ୧୯୧୯ରେ ପେଶୱାରରେ ମାର୍ଶାଲ ଲ’ଲାଗୁ ହୋଇଥିଲା । ଏହା ପରେ ତାଙ୍କୁ ଗିରଫ କରାଗଲା । ମିଥ୍ୟା ମକଦ୍ଦମାରେ ବ୍ରିଟିଶ ସରକାର ତାଙ୍କୁ ଜଡିତ କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ବିରୋଧରେ କୌଣସି ସାକ୍ଷ ପ୍ରମାଣ ନଥାଇ ମଧ୍ୟ ତାଙ୍କୁ ୬ ମାସ ଜେଲ୍‌ରେ ରଖାଯାଇଥିଲା । ୧୯୮୭ରେ ଭାରତ ସରକାର ଖାନ ଅବଦୁଲ ଗଫୁର ଖାନଙ୍କୁ ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲେ । ଏହି ସମ୍ମାନ ଗ୍ରହଣ କରିବାରେ ସେ ଥିଲେ ପ୍ରଥମ ଅଣ-ଭାରତୀୟ ଏବଂ ଏକମାତ୍ର ପାକିସ୍ତାନୀ ନାଗରିକ । ସାରା ଜୀବନ ଅହିଂସାକୁ ଅନୁସରଣ କରୁଥିବା ଖାନ୍ ଅବଦୁଲ ଗଫୁର ଖାନଙ୍କ ଶେଷଯାତ୍ରା ହିଂସାର ଶିକାର ହୋଇଥିଲା । ତାଙ୍କ ଅନ୍ତିମ ସଂସ୍କାର ଚାଲିଥିଲା ବେଳେ ଦୁଇଟି ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

bharat ratna awardbharat ratna to Pakistani citizens
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami