୨୬ ବର୍ଷ ତଳେ ଦେଶର ପ୍ରଥମ ମୋବାଇଲ କଲ ପାଇଁ ଖର୍ଚ୍ଚ ହୋଇଥିଲା କେତେ ?

ଆଜିର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ । ସ୍ମାର୍ଟ ଫୋନ୍ ଆମ ଜୀବନର ଅଂଗ ପାଲଟିଯାଇଛି । ସ୍ମାର୍ଟ୍ ଫୋନ୍ ବିନା ଆଜିର ସମୟରେ ବଞ୍ଚିବା କଳ୍ପନା କରାଯାଇ ନପାରେ । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଲ୍ୟାଣ୍ଡ୍ ଫୋନ୍ ଥିଲା ଷ୍ଟାଟସ ସିମ୍ବଲ । ଆଉ ଲ୍ୟାଣ୍ଡ୍ ଫୋନ୍ ପାଇଁ ଲାଇନ ମଧ୍ୟ ଲଗାଇବାକୁ ପଡୁଥିଲା । ତେବେ ୱେୟାରଲେସ୍ ଟେକନିକ୍ ବା ମୋବାଇଲ ଫୋନର ଆଗମନ ସହିତ ସବୁକିଛି ବଦଳି ଯାଇଥିଲା । ତେବେ ଖୁବ କମ ଲୋକ ଜାଣିଥିବେ ଯେ, ଭାରତରେ ପ୍ରଥମ ମୋବାଇଲ କଲ୍ କେବେ ହୋଇଥିଲା ଓ ସେହି ବ୍ୟକ୍ତି ଦୁଇଜଣ କିଏ ଯେଉଁମାନେ ପ୍ରଥମଥର ପାଇଁ ମୋବାଇଲରେ କଥା ହୋଇଥିଲେ । ଆସନ୍ତୁ ଜାଣିବା ଭାରତରେ ମୋବାଇଲ ଫୋନର ଜନ୍ମ କାହାଣୀ ।

୨୬ ବର୍ଷ ତଳେ ପ୍ରଥମ ମୋବାଇଲ କଲ

ଆଜିଠାରୁ ଠିକ୍ ୨୬ ବର୍ଷ ତଳେ ଭାରତରେ ପ୍ରଥମ ମୋବାଇଲ ରିଙ୍ଗ ହୋଇଥିଲା । ୩୧ ଜୁଲାଇ ୧୯୯୫ ମସିହାରେ ଦେଶର ପ୍ରଥମ ମୋବାଇଲ କଲ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତିବାସୁଙ୍କ ପାଖକୁ ଯାଇଥିଲା । ଆଉ କଲ କରିଥିଲେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖରାମ । ନୂଆଦିଲ୍ଲୀର ଟେଲିକମ୍ୟୁନିକେସନ୍ ବିଭାଗରୁ ସୁଖରାମ କୋଲକତାର ରାଇଟର୍ସ ବିଲ୍ଚିଂରେ ବସିଥିବା ଜ୍ୟୋତିବାସୁଙ୍କୁ ପ୍ରଥମ କଲ ଲଗାଇଥିଲେ ।

ଗୋଟିଏ ମିନିଟର କଲ, ଖର୍ଚ୍ଚ ୨୪ ଟଙ୍କା

ଦିଲ୍ଲୀରୁ ସୁଖରାମ କୋଲକତା ଫୋନ୍ ଲଗାଇଥିଲେ । ଆଉ ଏଥିପାଇଁ ତାଙ୍କୁ ମିନିଟ୍ ପ୍ରତି ଦେବାକୁ ପଡିଥିଲା ୧୬ ଟଙ୍କା । ତେବେ ଯଦି ଭାବୁଛନ୍ତି ଜ୍ୟୋତି ବସୁଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିନଥିଲା, ତେବେ ଭୁଲ ଭାବୁଛନ୍ତି । ଜ୍ୟୋତିବାସୁଙ୍କୁ ମଧ୍ୟ କଲ ରିସିଭ କରିବାକୁ ଦେବାକୁ ପଡିଥିଲା ୮ ଟଙ୍କା । ମାନେ ଉଭୟ ପକ୍ଷ ଏକ ମିନିଟର କଲ ପାଇଁ ଖର୍ଚ୍ଚ କରିଥିଲେ ୨୪ ଟଙ୍କା । କାରଣ ସେତେବେଳେ ଇନକମିଂ ଓ ଆଉଟଗୋଇଂ କଲ ଉଭୟ ପାଇଁ ଟଙ୍କା ଦେବାକୁ ପଡୁଥିଲା ।

ଦେଶର ପ୍ରଥମ ମୋବାଇଲ ନେଟୱର୍କ କୋଲକତାରେ ସ୍ଥାପିତ ହୋଇଥିଲା

ଦେଶ ପ୍ରଥମ ମୋବାଇଲ କଲର କାହାଣୀ ତ’ ଜାଣିଲେ । ଏହା ପଛର କାହାଣୀ ମଧ୍ୟ କିଛି କମ ରୋଚକ ନୁହେଁ । ଏହାର ଆରମ୍ଭ ୧୯୯୪ରେ ହୋଇଥିଲା । ଜ୍ୟୋତିବାସୁ ସେହି ବର୍ଷ ବ୍ୟବସାୟୀ ଭୁପେନ୍ଦ୍ର କୁମାର ମୋଦିଙ୍କ କହିଥିଲେ ଯେ, କୋଲକତା ଦେଶର ପ୍ରଥମ ସହର ହେବା ଆବଶ୍ୟକ ଯେଉଁଠି ପ୍ରଥମ ମୋବାଇଲ ନେଟୱର୍କ ସ୍ଥାପିତ ହେବ । ଏହାପରେ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ବିକେ ମୋଦିଙ୍କ କମ୍ପାନିର ନାମ ଥିଲା ମୋଦି ଟେଲେଷ୍ଟ୍ରା । ମୋଦି ଅଷ୍ଟ୍ରେଲିଆର ଟେଲେଷ୍ଟ୍ରା ସହିତ ମିଶି ଭାରତରେ ଜିଏସଏମ ନେଟୱର୍କ ଉପରେ କାମ ଆରମ୍ଭ କରିଥିଲେ । ଅବଶ୍ୟ ଏବେ ମୋଦି ଟେଲେଷ୍ଟ୍ରା ଇତିହାସର କଥା ।

ଏବେ ଭାରତରେ ଖୁବ ଶସ୍ତା ମୋବାଇଲ କଲ ଦର

ଜ୍ୟୋତିବାସୁଙ୍କ ସହିତ ଚର୍ଚ୍ଚା ପରେ ମୋଦି ନୋକିଆ ସହିତ କଥା ଆରମ୍ଭ କରିଥିଲେବୈଶୟିକ ସହାୟତା ପାଇଁ ମୋଦି ନୋକିଆକୁ ଟେକନିକାଲ ପାର୍ଟନର କରିଥିଲେ । ଏହାର ପ୍ରାୟ ୯ ମାସ ପରେ ଭାରତରେ ପ୍ରଥମ ସେଲ୍ୟୁଲାର ସର୍ଭିସ ଆରମ୍ଭ ହୋଇଥିଲା । ଏହାପରେ ଭାରତରେ ମୋବାଇଲ କ୍ରାନ୍ତି ଆରମ୍ଭ ହୋଇଥିଲା । ପ୍ରଥମ କଲ ରିସିଭ କରିବା ପରେ ଜ୍ୟୋତିବାସୁ କହିଥିଲେ ଯେ,ମୋବାଇଲ ଦେଶରେ କ୍ରାନ୍ତି ଆଣିବ । ଆଉ ତାହା ମଧ୍ୟ ସତ ହୋଇଥିଲା । ଏବେ ଆପଣଙ୍କ ହାତରେ ଥିବା ସ୍ମାର୍ଟ୍ ଫୋନ୍ ସେହି କ୍ରାନ୍ତିର ଅଂଶ

First mobile callfirst mobile Nokiafirst mobile ring in IndiaGSM NetworkModi TelestrasmartphoneSukhram from DelhiWest Bengal Jyoti basuWireless mobile phoneଜିଏସଏମ ନେଟୱର୍କଦିଲ୍ଲୀ ସୁଖରାମପଶ୍ଚିମବଙ୍ଗ ଜ୍ୟୋତିବାସୁପ୍ରଥମ ମୋବାଇଲ କଲପ୍ରଥମ ମୋବାଇଲ ନୋକିଆଭାରତର ପ୍ରଥମ ମୋବାଇଲ ରିଙ୍ଗମୋଦି ଟେଲେଷ୍ଟ୍ରାୱେୟାରଲେସ୍ ମୋବାଇଲ ଫୋନସ୍ମାର୍ଟ ଫୋନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami