ନ୍ୟୁୟର୍କରେ ସ୍ଥାନ ପାଇବ ରାମଦେବ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି । ଦିଲ୍ଲୀର ଏକ ହୋଟେଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିଜେ ବାବା ରାମଦେବ ଉପସ୍ଥିତ ରହି ନିଜ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ରାମଦେବ ପ୍ରଥମ ଭାରତୀୟ ସନ୍ନ୍ୟାସୀ ଭାବେ ଏଥିରେ ସ୍ଥାନ ପାଇବେ । ସ୍ୱାମୀ ରାମଦେବ ଯୋଗ ଗୁରୁ ଭାବେ ସାରା ବିଶ୍ୱରେ ବେଶ୍ ପରିଚିତ । ତାଙ୍କର ଯୋଗକୁ ସାରା ବିଶ୍ୱବାସୀ ପସନ୍ଦ କରନ୍ତି । ଏହିପରି ସେ ବିଶ୍ୱରେ ଅନେକ ଖ୍ୟାତି ଅର୍ଜନ କରିଥିବା ବେଳେ ବର୍ତ୍ତମାନ ବାବା ରାମଦେବ ଏକ ଉପାଧି ହାସଲ କରିଛନ୍ତି । ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ମ୍ୟୁଜିୟମରେ ତାଙ୍କୁ ବୃକ୍ଷାସନ ପୋଜରେ ଦେଖିବାକୁ ମିଳିବ ।

ପ୍ରଥମ ଭାରତୀୟ ସନ୍ନ୍ୟାସୀ ଭାବେ ସ୍ଥାନ ପାଇବେ ରାମଦେବ

ପତଞ୍ଜଳି ଯୋଗପୀଠର କେନ୍ଦ୍ରୀୟ ମୁଖପାତ୍ର ଏସ.କେ ତିଜାରାୱାଲାଙ୍କ କହିବା ଅନୁଯାୟୀ ଭାରତୀୟ ସଂସ୍କୃତି ସନ୍ୟାସ ଏବଂ ସନାତନ ଯୋଗ ପରମ୍ପରାର ବିଶ୍ୱ ପ୍ରତିଷ୍ଠା ପାଇଁ ଏହା ଏକ ଐତିହାସିକ ଘଟଣା । ବାବା ରାମଦେବ ହେଉଛନ୍ତି ପ୍ରଥମ ସନ୍ୟାସୀ, ଯାହାଙ୍କ ନ୍ୟୁୟର୍କରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏହି ସମୟରେ, ବାବା ରାମଦେବ ମଧ୍ୟ ପ୍ରତିମୂର୍ତ୍ତି ଭଳି ପୋଜ ଦେଇଥିଲେ । ବାବା ରାମଦେବ ଖୁସିବ୍ୟକ୍ତ କରି କହିଛନ୍ତି ଯେ ବିଶ୍ୱର ଲୋକମାନେ କିଛି ଶିଖିବା ନେଇ ଏହିପରି ରୋଲ ମଡେଲଙ୍କ ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ କରାଯାଉଛି । ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ୨୦୧୮ ମସିହାରେ ତୁଷାଦ ନ୍ୟୁୟର୍କର ଟିମ ଦୁଇ ଶହରୁ ଅଧିକ ଥର ମୋର ଶରୀର ମାପ ନେଇଥିଲେ । ମୋ ଆକୃତି କିମ୍ବା ରଙ୍ଗରେ କିଛି ପରିବର୍ତ୍ତନ ଅଛି କି ନାହିଁ ନିୟମିତ ଯାଞ୍ଚ କରୁଥିଲେ ।

ସଂଗ୍ରହାଳୟରେ ରହିଛି ୧୨ ସେଲିବ୍ରିଟିଙ୍କ ପ୍ରତିମୂର୍ତ୍ତି

ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ତିଆରି କରିବାକୁ ପ୍ରାୟ ୬ ରୁ ୮ ମାସ ସମୟ ଲାଗିଥାଏ । ଏଥିରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ମାପିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ । ଏକ ମହମ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଅତି କମରେ ୧.୫ ରୁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ୧୮୩୫ ମସିହାରେ ମ୍ୟାଡାମ୍ ତୁଷାଦ ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଥିଲା । ମ୍ୟାଡାମ୍ ତୁଷାଦ ସଂଗ୍ରହାଳୟ ହେଉଛି ମହମ ପ୍ରତିମୂର୍ତ୍ତିର ଏକ ବିଶ୍ୱ ପ୍ରସିଦ୍ଧ ସଂଗ୍ରହାଳୟ । ଏହି ସଂଗ୍ରହାଳୟରେ ବିଶ୍ୱର ବିଭିନ୍ନ ସ୍ଥାନର ବଡ଼ ବଡ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତି ରହିଛି । ପୂର୍ବରୁ ଲଣ୍ଡନର ଏହି ସଂଗ୍ରହାଳୟରେ ଭାରତର ୧୨ ଜଣ ସେଲିବ୍ରିଟିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବଲିଉଡ ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ସମେତ ପ୍ରାୟ ୧୨ ଜଣ ସେଲିବ୍ରିଟିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏବେ ବାବା ରାମଦେବ ମଧ୍ୟ ଏହି ସେଲିବ୍ରିଟିମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।

Baba RamdevBaba ramdev to get a wax statue at madame tussauds in new yorkBaba ramdev wax statue
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami