ତିଳୋତମାଙ୍କ ନିରନ୍ତର ପ୍ରୟାସ

କରୋନା ମୁକ୍ତ ଟାଙ୍ଗରା ପାରଷ

ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନା ମକ୍ତ । କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି । ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁ । ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦରାଗଡ଼ା ପଞ୍ଚାୟତ ଟାଙ୍ଗର ପାରଷ ଅଙ୍ଗନବାଡ଼ି କେନ୍ଦ୍ରର ତିଳୋତମା ପରିଜା

ସକାଳ ୮ଟାରୁ ଅପରାହ୍ନ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ତିଳୋତମା । ସକାଳ ବେଳା ଆଶା ଦିଦିଙ୍କୁ ସାଙ୍ଗରେ ଧରି ନିଜ ଘର କାଠମିର ସାହିରୁ ୧୨ କିଲୋମିଟର ଦୂର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟରରେ ଲୋକଙ୍କ ଶରୀରରେ ଅମ୍ଲଜାନ ମାତ୍ରା ମାପିଥାନ୍ତି । ସଙ୍ଗରୋଧରେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଷେଧକ ବ୍ୟବସ୍ଥା ଆପଣେଇବେ ସେ ବାବଦରେ ବୁଝାଇଥାନ୍ତି । ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋବ୍‌ସ ପିନ୍ଧିି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବେଦନ କରୁଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସହ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି । ଏହାଛଡ଼ା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବା ସମ୍ପର୍କରେ ସଚେତନ କରୁଛନ୍ତି ।

ତିଳୋତମାଙ୍କ ମୁଣ୍ଡରେ ଏବେ ୫୦ ପରିବାରର ୨୮୦ ଲୋକଙ୍କ ଭାର । ନିପଟ ମଫସଲ ଗାଁ ହୋଇଥିବାରୁ ତାଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଟୀକାକରଣ ଓ ଆଂଟିଜେନ ପରୀକ୍ଷା ପାଇଁ ବୁଝାଇବା । ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ସେ କେବେ ପଛକୁ ଫେରି ନାହାନ୍ତି ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜୀବନୀ ନେବାକୁ ପ୍ରବର୍ତାଉଛନ୍ତି । ସକାଳ ବେଳା ଘରକୁ ଘର ଯାଇ ଗାଁ ଦାଣ୍ଡରେ ପ୍ଲା-କାର୍ଡ ଧରି ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି । ଏବେ ସ୍କୁଲ ବନ୍ଦ ଥିବାବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠପଢ଼ା ଭୁଲି ନ ଯିବେ ସେଥିପାଇଁ ସେ ପ୍ରତିଦିନ ୩ରୁ ୪ ଜଣ ପିିଲାଙ୍କ ଘରକୁ ଯାଇ ସେମାନଙ୍କୁ ବିଭିନ୍ନ ନାଚ ଗୀତ ମାଧ୍ୟମରେ ପାଠ ପଢ଼ାଇଥାନ୍ତି । ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ସଂଶ୍ଲିଷ୍ଟ ରହିବେ ସେଥିପାଇଁ ମା’ମାନଙ୍କୁ ମଧ୍ୟ ସଚେତନ କରାଇଥାନ୍ତି । ଏସବୁ ଛାଡ଼ିଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତକଙ୍କୁ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଂଟନ ଆଦି କାମର ଦାୟିତ୍ୱ ବି ସମ୍ଭାଳିଥାନ୍ତି ।

Anganwadiantigen testingASHA didicorona awareness programcorona vaccinationdoragada panchayatGhare Ghare Arunima Calendarkoraput district boipariguda blockoxygen level checkOxymeterplacardpre-born childrens vaccinationspregnant women food distributiontanger paras anganwadi kendrathermal screeningtilotama parijavaccinationWomen's self-help groupsଅକ୍ସିମିଟରଅଙ୍ଗନବାଡ଼ିଅମ୍ଲଜାନ ମାତ୍ରାଆଂଟିଜେନଆଶା ଦିଦିକରୋନା ସଞ୍ଜୀବନୀକୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକଗର୍ଭବତୀ ମହିଳାଙ୍କୁ ଖାଦ୍ୟଟାଙ୍ଗର ପାରଷ ଅଙ୍ଗନବାଡ଼ି କେନ୍ଦ୍ରଟୀକାକରଣତିଳୋତମା ପରିଜାଥର୍ମାଲ ସ୍କ୍ରିନିଂଦରାଗଡ଼ା ପଞ୍ଚାୟତନବଜାତକଙ୍କୁ ଟିକାକରଣପିଲାଙ୍କୁ ଛତୁଆ ଓ ଅଣ୍ଡା ବଂଟନପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡରପ୍ଲା-କାର୍ଡମହିଳା ସ୍ୱୟଂ ସହାୟକ ଗୋଷ୍ଠୀସଚେତନତା କାର୍ଯ୍ୟକ୍ରମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami