ଏଲୋପାଥିର ଜନକ କିଏ ? କେବେଠାରୁ ଆରମ୍ଭ ହେଲା ଏଲୋପାଥି ଚିକିତ୍ସା ?

ଏଲୋପାଥି ନା ଆର୍ୟୁବେଦ

ବାବା ରାମଦେବ ଓ ଆଇଏମଏ ଏବେ ପରସ୍ପର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ପ୍ରତିଦିନ ବାବା ଓ ଆଇଏମଏ (ଇଣ୍ଡିଆନ୍ ମେଡିକାଲ  ଆସୋସିଏସନ୍) ମଧ୍ୟରେ ଚାଲିଛି ବାକଯୁଦ୍ଧ । ବାବା କହୁଛନ୍ତି ଏଲୋପାଥି ନୁହେଁ ଆର୍ୟୁବେଦ କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା କରିଛି । ଆଇଏମଏ କହୁଛି ବାବା ଏମିତି କହି ଏଲୋପାଥୀର ବିଶ୍ୱସନୀୟତାକୁ ପ୍ରଶ୍ନଘେରକୁ ଆଣୁଛନ୍ତି । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏଲୋପାଥୀର ଜନ୍ମ କେବେ ଓ କେମିତି ହୋଇଥିଲା । ଆର୍ୟୁବେଦ ଏଲୋପାଥିଠାରୁ ଢେର ପୁରୁଣା ଏଥିରେ ସନ୍ଦେହ ନାହିଁ । ତେବେ ଦୁଇଟି ଯାକ ଭିନ୍ନ ଚିକିତ୍ସା ପଦ୍ଧତି । ଗୋଟିକି ଆଉ ଗୋଟିଏ ସହିତ ତୁଳନା କରାଯାଇ ପାରିବ ନାହିଁ । ଆର୍ୟୁବେଦ ତୁଳନାରେ ନୂଆ ଏଲୋପାଥିର ଜନ୍ମ କେବେ ହୋଇଥିଲା ଓ କେମିତି ଏହା କାମକରେ ଆସନ୍ତୁ ଜାଣିବା ।

ଏଲୋପାଥି ଔଷଧ ଅଲଗା ଭାବେ କାମ କରିଥାଏ

ଏଲୋପାଥି ଟର୍ମର ବ୍ୟବହାର ପ୍ରଥମ ଥର ପାଇଁ ୧୮୧୦ରେ ହୋଇଥିଲାଜର୍ମାନୀ ଚିକିତ୍ସକ ସାମୁଏଲ ହନିମେନ୍ ଏହାକୁ ପ୍ରଥମ ଥର ପାଇଁ ବ୍ୟବହାର କରିଥିଲେ । ଗ୍ରୀକ ଶବ୍ଦରୁ ଏହା ଆସିଛି । ଦୁଇଟି ଗ୍ରୀକ ଶବ୍ଦ ଏଲୋସ ଓ ପୈଥୋଜ ମିଶ୍ରଣରୁ ଏଲୋପାଥିର ସୃଷ୍ଟି । ଏଲୋସର ଅର୍ଥ ହେଉଛି ଅଲଗା ଓ ପୈଥେଜର ଅର୍ଥ ହେଉଛି ପୀଡିତ । ହୋମିଓପାଥିଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ହୋଇଥାଏ ।  ହୋମିଓପାଥିରେ ସେହି ତତ୍ୱର ହାଲୁକା ଡୋଜ୍ ଦିଆଯାଏ ଯାହା ରୋଗର କାରଣ ହୋଇଥାଏ । ଅନ୍ୟପକ୍ଷରେ ଏଲୋପାଥିରେ ଲକ୍ଷଣର ବିପରିତ ଅର୍ଥାତ ରୋଗକୁ ଦବାଇବାର ଔଷଧ ଦିଆଯାଇଥାଏ । ଯେମିତି ଶରିର ତାପମାତ୍ରା ବଢିଲେ ଜ୍ୱର କମାଇବା ଔଷଧ ଦିଆଯାଇଥାଏ ।

ଚିକିତ୍ସାର ନୂଆ ବିଜ୍ଞାନ

ଆରମ୍ଭରେ ଲୋକ ଏଲୋପାଥିକୁ ବିଶ୍ୱାସ କରୁନଥିଲେ । କିନ୍ତୁ ସମୟ ବିତିବା ସହିତ ଏହା ଲୋକପ୍ରିୟ ହେବାରେ ଲାଗିଲା । ଏହାକୁ ଆଧୁନିକ କିମ୍ବା ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନ ବୋଲି କୁହାଯାଇଥାଏ । ଅନେକ ସମୟରେ ଏହାକୁ ଅର୍ଥୋଡକ୍ସ ମେଡିସିନ୍ ବୋଲି କୁହାଯାଇଥାଏ । ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ହେଲ୍ଥ କେୟାର ପ୍ରଫେସନାଲ ଡିଗ୍ରୀଡିପ୍ଲୋମା ପାଇବା ପରେ ଲାଇସେନ୍ସ ନେଇ ପ୍ରାକ୍ଟିସ କରିଥାନ୍ତି ।

ଅପରେସନ୍ ଏହାର ବିଶେଷତା

ଏଲୋପାଥିରେ ଔଷଧ ସହିତ ସର୍ଜରି, ରେଡିଏସନ୍ ଓ ଅନ୍ୟ ଥେରାପି ଆସିଥାଏ । ସର୍ଜରି ଏଲୋପାଥିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହାକି ଚିକିତ୍ସାର ଅନ୍ୟକୌଣସି ବୈକଳ୍ପିକ ପଦ୍ଧତିରେ ନାହିଁ । ହୋମିଓପାଥି, ନେଚରପାଥି, ୟନୁାନି ଓ ଆର୍ୟୁବେଦରେ ସର୍ଜରୀ ବା ଶେଲ୍ୟ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ ।

ଏଲୋପାଥିରେ ଫ୍ରିଭେଣ୍ଟିଭ୍ ଔଷଧର ମଧ୍ୟ ବ୍ୟବସ୍ଥା ରହିଛି

ଏଲୋପାଥିରେ ଅନେକ ଔଷଧ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପରେ ହିଁ ଜଣେ ଦୋକାନରୁ କିଣି ପାରିବେ କିନ୍ତୁ ମୁଣ୍ଡବିନ୍ଧା, କାଶ ଭଳି ଔଷଧକୁ ଜଣେ ଓଭର ଦ କାଉଣ୍ଟରରୁ ବିନା ପ୍ରେସକ୍ରିପସନରେ ମଧ୍ୟ କିଣି ପାରିବେ ।  ପ୍ରିଭେଣ୍ଟିଭ୍ ଟ୍ରିଟମେଣ୍ଟର ଅର୍ଥ ହେଉଛି ରୋଗକୁ ଆଗରୁ ରୋକିବା । ଏଲୋପାଥିର ଆରମ୍ଭ କାଳରେ ଏହା ହେଉନଥିଲା । ଆମେରିକାନ କଲେଜ୍ ଅଫ ପ୍ରିଭେଣ୍ଟିଭ୍ ମେଡିସିନ୍ ନିଜ ଅଧ୍ୟୟନରେ ପାଇଛନ୍ତି ଯେ, ସେତେବେଳେ ଟିକା କିମ୍ବା ଏଭଳି ଔଷଧ ନଥିଲା ଯାହା ରୋଗ ହେବା ଆଗରୁ ତାକୁ ରୋକି ପାରିବାର କ୍ଷମତା ରଖୁଥିଲା ।

ଏଲୋପାଥି ଉପରେ କଡା ନଜର

ଏଲୋପାଥି ଚିକିତ୍ସା ଉପରେ ନଜର ରଖିବାକୁ ଅନେକ ସଂସ୍ଥା ରହିଛନ୍ତି । ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏପଡିଏ) ଓ ଆମେରିକାନ ମେଡିକାଲ ଆସୋସିଏସନ ଏହିଭଳି ସଂସ୍ଥା । ଅନ୍ୟପକ୍ଷରେ ଆର୍ୟୁବେଦ କିମ୍ବା ହୋମିଓପାଥିରେ ଏଭଳି ସଂସ୍ଥାର ଅଭାବ ରହିଛି । ତେବେ ଏଲୋପାଥିକୁ ନେଇ ଗୋଟିଏ ରୋଚକ ତଥ୍ୟ ହେଉଛି ଏହାର ନାମକରଣ ହୋମିଓପାଥିର ଜନକ କରିଛନ୍ତି । ସାମୁଏଲ ହନିମ୍ୟାନ୍ ହୋମିଓପାଥି ଭଳି ଶୁଭୁଥିବା ଶବ୍ଦକୁ ନେଇ ଏହାର ନାମକରଣ କରିଥିଲେ ।

ଏହା ହେଉଛି ଚିକିତ୍ସାର ବିକଳ୍ପ ବିଧି

ଆଧୁନିକ ଚିକିତ୍ସା ବିଜ୍ଞାନ ସହିତ ଅନେକ ଚିକିତ୍ସାର ବିକଳ୍ପ ପଦ୍ଧତି ଉପରେ ଭରସା କରିଥାନ୍ତି । ଏହାକୁ କମ୍ପ୍ଲିମେଣ୍ଟାରି ଆଣ୍ଡ୍ ଅଲ୍ଟରନେଟିଭ୍ ମେଡିସିନ୍ ବା କାମ୍ କୁହାଯାଏ ।  ହପକିନ୍ସ ମେଡିସିନ୍ ୱେବସାଇଟ୍ ଅନୁସାରେ କେବଳ ଆମେରିକାରେ ହିଁ ୩୮ ପ୍ରତିଶତ ବୟସ୍କ ଓ ୧୨ ପ୍ରତିଶତ ପିଲା ବୈକଳ୍ପିକ ଚିକିତ୍ସା ପଦ୍ଧତିକୁ ଗ୍ରହଣ କରିଥାନ୍ତି । ଯେଉଁଥିରେ ଆର୍ୟୁବେଦ, ହୋମିଓପାଥି, ନେଚରପାଥି, ଆକ୍ୟୁପ୍ରେସର ,ଏକ୍ୟୁପଂକଚର ଓ ଚାଇନିଜ୍ ମେଡିସିନ୍ ସାମିଲ ଅଛି ।

୧୮୧୦Allopathic treatmentsBaba Ramdevhistory of allopathyIMAIndian medical associationଅପରେସନ୍ଆଇଏମଏଆମେରିକାନ କଲେଜ୍ ଅଫ ପ୍ରିଭେଣ୍ଟିଭ୍ ମେଡିସିନ୍ଆମେରିକାନ ମେଡିକାଲ ଆସୋସିଏସନଆର୍ୟୁବେଦଏଲୋପାଥିଏଲୋପାଥି ଚିକିତ୍ସାଏଲୋପାଥିର ଜନକକମ୍ପ୍ଲିମେଣ୍ଟାରି ଆଣ୍ଡ୍ ଅଲ୍ଟରନେଟିଭ୍ ମେଡିସିନ୍ଜର୍ମାନୀ ଚିକିତ୍ସକନେଚରପାଥିପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନଫ୍ରିଭେଣ୍ଟିଭ୍ ଔଷଧବାବା ରାମଦେବବୈକଳ୍ପିକ ଚିକିତ୍ସା ପଦ୍ଧତିୟନୁାନିରେଡିଏସନ୍ସର୍ଜରିସାମୁଏଲ ହନିମେନ୍ହପକିନ୍ସ ମେଡିସିନ୍ ୱେବସାଇଟ୍ହେଲ୍ଥ କେୟାର ପ୍ରଫେସନାଲ ଡିଗ୍ରୀହୋମିଓପାଥି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami