ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ଉତ୍ସବରେ ଜମିଲା ତାରକାଙ୍କ ଭିଡ଼

ମୁମ୍ବାଇ: ବଡ଼ ଧୁମ୍‌ଧାମ୍‌ରେ ଚାଲିଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଂଟଙ୍କ ପ୍ରାକ୍ ବିବାହ ଉତ୍ସବ ଅନୁଷ୍ଠି ହେଉଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଚାଲିଛି ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ ।

ଭିଆଇପିମାନଙ୍କ ପାଇଁ ରାଜକୀୟ ବ୍ୟବସ୍ଥା

ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍‌, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ତାଙ୍କର ଏହି ଉତ୍ସବରେ ବିଲ୍ ଗେଟ୍‌ସ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ୍‌, କତାର ସୁଲତାନଙ୍କ ଭଳି ହାଇପ୍ରୋଫାଇଲ୍ ଅତିଥିଙ୍କ ଭିଡ଼ ଜମିଛି । ସେହିପରି ବଲିଉଡ଼ର ନାମୀଦାମୀ କଳାକାର ଯେମିତି କି ବିଗ୍‌ବି ଅମିତାଭ ବଚ୍ଚନ, ଅମିରଖାନ, ଶାହାରୁଖ ଖାଁ, ରାଣୀ ମୁଖାର୍ଜୀ, କରିନା କପୁର, ଶୈଫଅଲ୍ଲୀ ଖାନ୍‌, ଅଜୟ ଦେବଗନ, ରଣବୀର ସିଂ ଓ ଦୀପିକା ପାଦୁକୋନ ପ୍ରମୁଖ ସେଲିବ୍ରିଟ୍ ନଜର ଆସିଛନ୍ତି । ଅମ୍ବାନୀ ପରିବାର ପକ୍ଷରୁ ହଜାରେରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଭିଆଇପିମାନଙ୍କ ପାଇଁ ରାଜକୀୟ ବ୍ୟବସ୍ଥା କରାଯାଇଥିବା ବେଳେ ରାଜକୀୟ ପାନୀୟ ପ୍ରଦାନ କରାଯାଉଛି । ବିମାନବନ୍ଦରକୁ ରଙ୍ଗବେରଙ୍ଗ ଫୁଲରେ ସଜାଯାଇଛି । ଏଥିସହିତ ବହୁ ସଂଖ୍ୟାରେ ଭିଆଇପି କାର ବିମାନବନ୍ଦର ନିକଟରେ ଅଟକି ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

A star-studded crowd at Anant Ambani's pre-weddinganant ambanis pre wedding
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami