ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

Above Post Content

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହା ଓ ବିଏସପି ମୁଖ୍ୟ ମାୟାବତୀ ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରିଛନ୍ତି ତାହା ବଡ଼ ବଡ଼ ରାଜନୈତିକ ପଣ୍ଡିତଙ୍କୁ କନଫ୍ୟୁଜ୍ କରିଦେଇଛି । ତୃତୀୟ ପର୍ଯ୍ୟାୟ ଭୋଟ୍ ସରିବା ପରେ ଅମିତ ଶାହ ଗୋଟିଏ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ମାୟାବତୀଙ୍କ ବିଏସପି ଏବେ ମଧ୍ୟ ରାଜନୈତିକ ଭାବେ ପ୍ରାସଙ୍ଗିକତା ହରାଇ ନାହିଁ ବୋଲି କହିଥିଲେ । ଏହାପରେ ବୁଧବାର ଦିନ ମାୟାବତୀ ଅମିତ ଶାହଙ୍କୁ ତାଙ୍କ ମହାନତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ତେବେ ମାୟା ଓ ଶାହଙ୍କ ମଧ୍ୟରେ ଏହି କମ୍ପ୍ଲିମେଣ୍ଟ୍ ଦିଆନିଆ ପଛର କାରଣ କ’ଣ ? ଅମିତ ଶାହ ବିଏସପିକୁ ରାଜନୈତିକ ଭାବେ ପ୍ରାସଙ୍ଗିକ କହି କେଉଁ ଲକ୍ଷ୍ୟକୁ ଭେଦ କରିବାକୁ ଚାହୁଁଛନ୍ତି ?

ଅମିତ କ’ଣ କହିଥିଲେ ?

After 2nd paragraph post ads

ଏକ ସାକ୍ଷାତକାରରେ ଅମିତ ଶାହ କହିଥିଲେ ଯେ, ବିଏସପି ରାଜନୈତିକ ପ୍ରାସଙ୍ଗିକତା ହରାଇ ନାହିଁ । ବିଏସପି ଏବେ ମଧ୍ୟ ଭୋଟ୍ ପାଇବ । ଜାଟବ ଓ ମୁସଲମାନ୍ ବିଏସପିକୁ ଭୋଟ୍ ଦେଉଛନ୍ତିଏହି ଭୋଟ୍ କେତେ ଆସନ ଦେବ ତାହା ମୁଁ ଜାଣିନାହିଁ । କିନ୍ତୁ ବିଏସପି ଭୋଟ୍ ପାଇବ । ମାୟାବତୀଙ୍କର ତୃଣମୂଳ ସ୍ଥରେ ନିୟନ୍ତ୍ରଣ ଅଛି । ଜାଟବ ଭୋଟ୍ ମାୟାବତୀଙ୍କୁ ଯିବ । ମୁସଲିମ୍ ଭୋଟ୍ ମଧ୍ୟ ବହୁସଂଖ୍ୟାରେ ବିଏସପିକୁ ଯିବ । ତେବେ ଏହାଦ୍ୱାରା ବିଜେପି କେତେ ଲାଭବାନ ହେବ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ମୁଁ କହିପାରିବି ନାହିଁ । ଏହା ଆସନ ଉପରେ ନିର୍ଭର କରେ । ତେବେ ବିଏସପିର ପ୍ରାସଙ୍ଗିକତା ଶେଷ ହୋଇଯାଇଛି କହିବା ଠିକ୍ ନୁହେଁ ।

Middle post content

ମାୟାବତୀ ‘ମହାନତା’ ପାଇଁ ଦେଲେ ଧନ୍ୟବାଦ

ବୁଧବାର ଦିନ ଭୋଟ୍ ଦେଇ ଫରୁଥିବା ମାୟାବତୀଙ୍କୁ ଅମିତ ଶାହଙ୍କ ବକ୍ତବ୍ୟ ଉପରେ ପ୍ରଶ୍ନ ପଚରାଯିବାରୁ ସେ ଅମିତ ଶାହଙ୍କୁ ତାଙ୍କ ମହାନତା ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ମୁଁ ଶାହଙ୍କୁ ତାଙ୍କ ମହାନତା ପାଇଁ ଧନ୍ୟବାଦ ଜଣାଇବା ସହିତ ଏହା ମଧ୍ୟ କହିବାକୁ ଚାହୁଁଛି ଯେ, ପୁରା ପ୍ରଦେଶରେ କେବଳ ଜାଟବ ନୁହନ୍ତି ମୁସଲିମ୍ ଓ ସବର୍ଣ୍ଣ ତଥା ଅନ୍ୟ ଦଳିତ ବର୍ଗ ବିଏସପିକୁ ଭୋଟ୍ କରୁଛନ୍ତି

ଦୁଇ ନେତାଙ୍କ କମ୍ପ୍ଲିମେଣ୍ଟ୍ ପଛରେ କାଲକୁଲେସନ୍ ?

ତୃତୀୟ ପର୍ଯ୍ୟାୟ ପରେ ହିଁ କ’ଣ ପାଇଁ ଶାହଙ୍କର ବିଏସପି କଥା ମନେ ପଡିଲା ? ରାଜନୈତିକ ବିଶେଷଜ୍ଞଙ୍କ କହିବା ହେଉଛି ଉତ୍ତରପ୍ରଦେଶରେ ଏବେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ମୁସଲିମ୍ ଭୋଟ୍ ବହୁସଂଖ୍ୟାରେ ସମାଜବାଦୀ ପାର୍ଟି ଆଡକୁ ଯାଉଛି । ଏମିତିରେ ଅମିତ ଶାହ ବିଏସପିକୁ ପ୍ରଶଂସା କରି ମୁସଲିମ୍ ଓ ଜାଟବ ଭୋଟରଙ୍କୁ କନଫ୍ୟୁଜ୍ କରିବାକୁ ଚାହୁଁଛନ୍ତି । ଯେମିତି ବିଏସପି ବିଜେପିକୁ ଚ୍ୟାଲେଂଜ୍ କରିପାରେ ଧାରଣା ଦୃଢ ହେଲେ ଜାଟବ ଓ ମୁସଲିମ୍ ଭୋଟର କିଛି ଭାଗ ବିଏସପି ଆଡକୁ ଯିବ । ଭୋଟର ଏହି ବିଭାଜନ ବିଜେପିକୁ ସୁହାଇବ । ରାଜନୈତିକ ପର୍ଯ୍ୟବୈକ୍ଷକଙ୍କ କହିବା ହେଉଛି ସମାଜବାଦୀ ପାର୍ଟି ବିଜେପିକୁ ଜୋରଦାର ଟକ୍କର ଦେଉଛି । ଭୋଟ୍ ବିଭାଜନ କରିବା ପାଇଁ ଶାହ ବିଏସପିର ପ୍ରାସଙ୍ଗିକତା ରହିଛି ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami