ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଷ୍ଟାଡ଼ିୟମରେ ବସି ଖେଳ ଦେଖିବେ ୧.୩୦ ଲକ୍ଷ ଲୋକ

Above Post Content

ଅହମ୍ମଦାବାଦ: ସଜ୍ଜେଇ ହୋଇଛି ଅହମ୍ମଦାବାଦର ନରେନ୍ଦ୍ରମୋଦୀ ଷ୍ଟାଡ଼ିୟମ । ରବିବାର ଏହି ଷ୍ଟାଡ଼ିିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦୀର୍ଘ ୨୦ ବର୍ଷ ପରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିବେ । ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରବିବାର ଫାଇନାଲ ମ୍ୟାଚରେ ଭାରତୀୟ ବିମାନ ବାହିନୀ ଦ୍ୱାରା ଗ୍ରାଣ୍ଡ ଏୟାର ଶୋ’ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଟସ୍ ପଡ଼ିବା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ସାମିଲ ହେବେ ବଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ ଏବଂ ବର୍ତ୍ତମାନର କୋକ୍ ଷ୍ଟୁଡିଓର ‘ଗୋଟିଲୋ’ ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୁଜରାଟୀ ସେନସେଶନ ଆଦିତ୍ୟ ଗାଦାଭି । ଇନିଂସ ବ୍ରେକ୍ ସମୟରେ ୫୦୦ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।

Middle post content

ସବୁ ବିଶ୍ୱକପ୍ ବିଜୟୀ ଅଧିନାୟକଙ୍କୁ ପ୍ରଦାନ କରିବ ସ୍ୱତନ୍ତ୍ର ବ୍ଲେଜର

After 2nd paragraph post ads

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାଇନାଲ ମ୍ୟାଚ ଦେଖିବେ । ଏଥିସହିତ ଦୁଇ ପୂର୍ବତନ ଅଧିନାୟକ କପିଳ ଦେବ ଓ ଧୋନୀଙ୍କ ମ୍ୟାଚ ଦେଖା, ରାଜନେତା ଓ ନାମି ନାମି କଳାକାର ଓ ଅଭିନେତା ଅଭିନେତ୍ରୀଙ୍କ ଉପସ୍ଥିତି ଷ୍ଟାଡିୟମକୁ ଉତ୍ସବ ମୁଖରିତ କରିବ । ଷ୍ଟାଡିୟମରେ ଅତି କମ୍‌ରେ ୧.୩୦ ଲକ୍ଷ ଲୋକ ବସି ମ୍ୟାଚ ଦେଖିପାରିବେ । ବିଶ୍ୱବ୍ୟାପୀ ଅନ୍ୟ ୧.୩୯ ବିଲିୟନ ଲୋକ ଘରେ ବସି ମ୍ୟାଚ ଉପଭୋଗ କରିବେ । ଏହି ଅବସରରେ ବିସିସିଆଇ ଆହୁରି ମଧ୍ୟ ୧୯୭୫ ଠାରୁ ୨୦୧୯ ପର୍ଯ୍ୟନ୍ତ ସମସ୍ତ ବିଶ୍ୱକପ୍ ବିଜୟୀ ଅଧିନାୟକଙ୍କୁ ସ୍ୱତନ୍ତ୍ର ବ୍ଲେଜର ପ୍ରଦାନ କରିବ । ଚଳିତ ବିଶ୍ୱକପ୍‌ରେ ପ୍ରତିଟି ଭାରତ ମ୍ୟାଚରେ ଷ୍ଟାଡିୟମର ଷ୍ଟାଣ୍ଡଠାରୁ ଆରମ୍ଭ କରି ଗଳିକନ୍ଦି ସର୍ବତ୍ର ନୀଳ ରଙ୍ଗ ଦେଖିବାକୁ ମିଳିବ । ଗଳିକନ୍ଦିରେ ବିରାଟ କୋହଲିଙ୍କ ୧୮ ନମ୍ବର ଓ ରୋହିତ ଶର୍ମାଙ୍କ ୪୫ ନମ୍ବର ଜର୍ସିର ଅଧିକ ଚାହିଦା ରହିବ । ଏହା ଏକ ସ୍ମରଣୀୟ ରାତି ହେବ ବୋଲି ଆଶା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami