ଦିଆସିଲି କାଠିରେ ତିନିରଥ

Above Post Content

ନିଆରା ତାଙ୍କର କଳାକୃତି । ବୃହତ୍‌କୁ ଅତିକ୍ଷୁଦ୍ର ଭାବେ କଳାକୃତୀ ମାଧ୍ୟମରେ ଦିଅନ୍ତି ଜୀବନ୍ତ ରୂପ ବୋତଲ ଭିତରେ ତାଜମହଲ, ଇଣ୍ଡିଆ ଗେଟ୍‌, ୱାର୍ଲ୍ଡ କପ୍‌, ଚର୍ଚ୍ଚ ଭଳି ଆଉ କେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଅତି କ୍ଷୁଦ୍ର ବୋତଲ ଭିତରେ ପ୍ରଦର୍ଶିତ କରି ଚର୍ଚ୍ଚିତ ହୋଇଛନ୍ତି ଏଲ୍‌. ଈଶ୍ୱର ରାଓ । ଏଥର କିନ୍ତୁ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଦିଆସିଲି କାଠିରେ ତିଆରି କରିଛନ୍ତି ତିନି ରଥ ସହ ତିନିଠାକୁରଙ୍କ ପ୍ରତିମୂର୍ତିଖୋର୍ଦ୍ଧା ଜିଲ୍ଲା ଜଟଣୀର ଗୋପିନାଥପୁର ବାସିନ୍ଦା ହେଉଛନ୍ତି ଈଶ୍ୱର ୪୩୫ଟି ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ଏହି ରଥ । ଏହାର ଉଚ୍ଚତା ୪.୫ ଇଂଚ । ଏହି ରଥ ନିର୍ମାଣ କରିବା ତାଙ୍କୁ ୯ ଦିନ ସମୟ ଲାଗିଛି ବୋଲି ସେ କୁହନ୍ତି । କଳା କ୍ଷେତ୍ରରେ ସବୁବେଳେ ନିଆରା ପ୍ରୟାସ କରୁଥିବା ଈଶ୍ୱର ଏଥିପାଇଁ ବେଶ୍ ପ୍ରଶଂସା ସାଉଁଟିଛନ୍ତିନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ନିର୍ମାଣ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ତିନି ରଥରେ ତିନି ଠାକୁରଙ୍କ ମୂର୍ତି ନିମ କାଠରେ ତିଆରି କରିଛନ୍ତି । କୁନି ରଥ ଭିତରେ ୧ ଇଂଚର ମୂର୍ତିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବିରାଜମାନ ଅଛନ୍ତି । ଏହି ରଥ ଶ୍ରୀମନ୍ଦିରର ରଥ ସଦୃଶ ଅବିକଳ । ଏ ସମ୍ପର୍କରେ ଈଶ୍ୱର କହନ୍ତି, କରୋନା ଯୋଗୁ ରଥଯାତ୍ରାରେ ପୁରୀକୁ ଯିବା ସମ୍ଭବ ହୋଇପାରିଲା ନାହିଁ । ତେଣୁ ଦିଆସିଲି କାଠିରେ ରଥ ନିର୍ମାଣ କରିବା ପାଇଁ ମନସ୍ଥ କରିଥିଲି । ତାଙ୍କର ଏହି ବିରଳ କଳାକୃତି ଆଜି ତାଙ୍କୁ ସାଧାରଣରେ ପରିଚିତ କରାଇପାରିଛି । ମହାପ୍ରଭୁଙ୍କ ପ୍ରତି ତାଙ୍କ ଅଗାଢ଼ ଭକ୍ତି ହିଁ ଏମିତି ଏକ ସୃଷ୍ଟିର ପ୍ରତିଫଳନ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami