ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି ପେଞ୍ଚ

Above Post Content

ୟୁକ୍ରେନ୍ ଉପରେ ଯେଉଁଭଳି ଭାବେ ଋଷ ଆକ୍ରମଣ କରିଛି ତାକୁ ନେଇ ଭାରତରେ ଦୁଇପ୍ରକାର ମତ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଗୋଟିଏ ଗୋଷ୍ଠୀ ଏଥିପାଇଁ ଋଷକୁ ନିନ୍ଦା କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ, ଋଷର ଏହି ଆକ୍ରମଣ ଭାରତକୁ ପାକ୍ ଅଧିକୃତ କାଶ୍ମୀର ଅଧିକାର କରିବାର ମୌକା ଦେଇଛି । ସେମାନଙ୍କ କହିବା ହେଉଛି ଯେମିତି ଋଷ ଏହାକୁ ଆକ୍ରମଣ କିମ୍ବା ଯୁଦ୍ଧ ବୋଲି ନକହି ସେନା କାର୍ଯ୍ୟାନୁଷ୍ଠାନ ବୋଲି କହୁଛି ସେମିତି ଭାରତ ମଧ୍ୟ କରୁ । କାରଣ ପାକ୍ ଅଧିକୃତ କାଶ୍ମୀର ଭାରତର । ତେବେ ଏହା ଏତେ ସହଜ ନୁହେଁ । ଭାରତ ଚାହିଁଲେ ପାକ୍ ଅଧିକୃତ କାଶ୍ମୀରରେ ସାମରିକ କାର୍ଯ୍ୟାନୁଷ୍ଠାନ କରିପାରିବ କିନ୍ତୁ ଏଥିରେ କିଛିଟା ପେଞ୍ଚ ରହିଛି । ଆସନ୍ତୁ ଜାଣିବା ସେଗୁଡିକ ସବୁ କ’ଣ ?

ଭାରତ ଋଷ ନୁହେଁ

After 2nd paragraph post ads

ପ୍ରଥମ କଥା ହେଉଛି ଭାରତ ଋଷ ନୁହେଁ । ଆମେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଋଷ ଭଳି ଶକ୍ତିଶାଳୀ ନୁହେଁ । ଏହା ହେଉଛି ସବୁଠାରୁ ବଡ଼ ପେଂଚ । ଆଉ ପାକିସ୍ତାନ ଉପରେ ଆକ୍ରମଣ ସମୟରେ ଚୀନ ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ନିଶ୍ଚୟ ଇସଲାମାବାଦକୁ ସମର୍ଥନ କରିବ ।

Middle post content

ପାକିସ୍ତାନ ୟୁକ୍ରେନ୍ ନୁହେଁ

ଋଷର ସାମରିକ ଶକ୍ତି ସମ୍ମୁଖରେ ୟୁକ୍ରେନ୍ କିଛି ମଧ୍ୟ ନୁହେଁ । ପାରମ୍ପାରିକ ଯୁଦ୍ଧରେ ପାକିସ୍ତାନ ଭାରତୀୟ ସେନା ସମ୍ମୁଖରେ ତିଷ୍ଟି ପାରିବ ନାହିଁ । କିନ୍ତୁ ସମସ୍ୟା ହେଉଛି ଯେ, ଏହା ପାକିସ୍ତାନ ମଧ୍ୟ ଜାଣିଛି । ତେଣୁ ପାକିସ୍ତାନ ନିଜକୁ ଆଣବିକ ଅସ୍ତ୍ରରେ ସଜିତ କରିଛି । ଆଉ ପାକିସ୍ତାନ ତ’ ଖୁଲମଖୁଲା କହୁଛି ଏହାର ପରମାଣୁ ଅସ୍ତ୍ର ଭାରତ ବିରୋଧରେ ଉଦ୍ଧିଷ୍ଟ । ଏହା ସହିତ ଭାରତ ମଧ୍ୟ ‘ପ୍ରଥମେ ବ୍ୟବହାର ନକରିବା’ ନୀତିକୁ ଆପଣାଇଛି । କିନ୍ତୁ ପାକିସ୍ତାନ ପରମାଣୁ ଅସ୍ତ୍ରକୁ ନେଇ ସେଭଳି କିଛି ନୀତି ରଖିନାହିଁ । ଏହା ନିଜ ଇଛାରେ ଯୁଦ୍ଧ ଆରମ୍ଭରୁ ମଧ୍ୟ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ । ଏହିଠାରେ ହିଁ ସମୀକରଣ ବଦଳି ଯାଉଛି । ଭାରତକୁ ଏକ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଆକ୍ରାମକ ହେବାକୁ ପଡିବ ।

ପାକିସ୍ତାନକୁ ସମର୍ଥନ କରିବ ଚୀନ

ୟୁକ୍ରେନ୍ ନାଟୋ ଓ ଆମେରିକା ସମର୍ଥନ ଆଶା କରୁଥିଲାଭାବୁଥିଲା ୟୁରୋପ ତାକୁ ଋଷ ଦାଦାଗିରିର ମୁକାବିଲା ପାଇଁ ସାହାଯ୍ୟ କରିବ । କିନ୍ତୁ ଠିକ ସମୟରେ ନାଟୋ, ଆମେରିକା ଓ ୟୁରୋପର ବାକି ଦେଶ ୟୁକ୍ରେନକୁ ଏକୁଟିଆ ଛାଡି ଦେଇଛନ୍ତି । କିନ୍ତୁ ପାକିସ୍ତାନ ସହିତ ଭାରତର ଯୁଦ୍ଧ ବେଳେ ଅନେକ ସମ୍ଭାବନା ରହିଛି ଯେ, ଚୀନ୍ ନିଜ ସବୁ ପାଗର ବନ୍ଧୁ ସହିତ ଛିଡା ହେବ । ଆହୁରି ମଧ୍ୟ ଚୀନ୍ ଓ ଋଷ ମଧ୍ୟରେ ଯେଉଁ ନୂଆନୂଆ ପ୍ରେମ ସୃଷ୍ଟି ହୋଇଛି ତାହା ଋଷକୁ ଅତିକମରେ ନିରବ ରହିବାକୁ ବାଧ୍ୟ କରିପାରେ । ଋଷ ୧୯୭୧ ଭଳି ଖୋଲାଖୋଲି ଭାରତର ସମର୍ଥନ କରି ନପାରେକିମ୍ବା ଆମେରିକା ଭାରତ ଦୋସ୍ତିରେ ଅସନ୍ତୁଷ୍ଟ ଋଷ ପଟ ପରିବର୍ତ୍ତନ କରି ପାକିସ୍ତାନକୁ ସମର୍ଥନ କରିପାରେ । କାରଣ ଜିଓ ପଲିଟିକ୍ସରେ ସବୁକିଛି ସମ୍ଭବ । ଯେଉଁ ଆମେରିକା୧୯୭୧ରେ ପାକିସ୍ତାନ ସମର୍ଥନରେ ତା’ର ସପ୍ତମ ନୌଭେଳା ପ୍ରେରଣ କରିଥିଲା ଏବେ ସେହି ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନାହିଁ । ଏମିତିରେ କିଛି ବି ହୋଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami