କେଜ୍ରିୱାଲ ଗିରଫ ପରେ ଜେଲରୁ ଚାଲିବ ଦିଲ୍ଲୀ ସରକାର

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ଗିରଫ କରିଛନ୍ତି । ଭାରତରେ ଏହା ପ୍ରଥମ ଘଟଣା ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରେ କିଏ ଆପ ସରକାର ଚଲାଇବ ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ନେଇ ଆମ ଆଦମୀ ପାର୍ଟିର ସ୍ପଷ୍ଟ ଉତ୍ତର ରଖିଛି । ଆପ୍ ପକ୍ଷରୁ କୁହାଯାଇଛି, କେଜ୍ରିୱାଲ ଇସ୍ତଫା ଦେବେ ନାହିଁ । ଜେଲରୁ ହିଁ ସେ ସରକାର ଚଲାଇବେ ।

Middle post content

ବାସଭବନରୁ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡ଼ି

After 2nd paragraph post ads

୯ଟି ସମନ ଦେବା ପରେ ଗୁରୁବାର ୧୦ ସମନ ଦେବାକୁ ପହଞ୍ଚି ଥିଲା ଇଡି । ଇଡି ଅଧିକାରୀ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପଚରାଉଚରା କରିବା ସହ ଘରର ଯାଞ୍ଚ କରିଥିଲେ । ଏହାପରେ ଇଡି ଅଧିକାରୀ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି । ଇଡି ଅଧିକାରୀ ପ୍ରାୟ ୨ ଘଣ୍ଟା କେଜ୍ରିୱାଲଙ୍କୁ ତାଙ୍କ ଘରେ ପଚରାଉଚରା କରିଥିଲା । ଏହି ସମୟରେ ଇଡି ଯୁଗ୍ମ ନିର୍ଦ୍ଦେଶକ କପିଲ ରାଜ ମଧ୍ୟ ଉପସ୍ଥିତ ଥିଲେ । ପିଏଲଏଲଏ ଧାରା ୫୦ ଅନୁସାରେ କେଜ୍ରିୱାଲଙ୍କ ବୟାନ ରେକର୍ଡ କରାଯାଇଛି । ଇଡି ଅଧିକାରୀଙ୍କ ପଚରାଉଚରା ବେଳେ ସୁରକ୍ଷା ବଳୟ ଭିତରେ ଭିତରେ ରଖାଯାଇଥିଲା । କେଜ୍ରିୱାଲଙ୍କ ବାସଭବନ ଆଗରେ ଆରଏଏଫ ଯବାନଙ୍କୁ ମୁତୟନ କରାଯାଇଥିଲା । ଏହାସହ ସ୍ଥାନୀୟ ପୋଲିସ ମଧ୍ୟ ବହୁ ସଂଖ୍ୟାରେ କେଜ୍ରିୱାଲଙ୍କ ଘର ଆଗରେ ମୁତୟନ ହୋଇଥିଲେ । ଖବର ଜଣାପଡିବା ପରେ ଧିରେ ଧିରେ ଆମ୍ ଆଦମୀ ପାର୍ଟି ନେତା, ମନ୍ତ୍ରୀ ଓ କର୍ମୀଙ୍କ ଭିଡ ଲାଗିଥିଲା । ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆପ୍ ନେତା ଓ କର୍ମୀ ତାଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଇଡି ବିରୋଧରେ ସ୍ଲୋଗାନ ଦେଇଥିଲେ । ରେଡ ବେଳେ କୌଣସି ନେତା ଓ ମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଘରକୁ ଛଡା ଯାଇ ନ ଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami