କାଶ୍ମୀର ପରେ ଜୁନାଗଡ ଉପରେ ଦାବି ରଖିଲା ପାକିସ୍ତାନ, ଫେରାର ନବାବ କହିଲେ ଜୁନାଗଡକୁ ଦିଅ ସ୍ୱାଧିନତା

Above Post Content

ପଞ୍ଜାବ ଓ କାଶ୍ମୀର ପରେ ଏବେ ପାକିସ୍ତାନ ଗୁଜୁରାଟର ଜୁନାଗଡ ଉପରେ ନଜର ପକାଇଛି । ପାକିସ୍ତାନର କୁଖ୍ୟାତ ଆଇଏସଆଇ ଓ ଜୁନାଗଡର ତଥାକଥିତ ନବାବ ମହମ୍ମଦ ଜାହାଙ୍ଗୀର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜୁନାଗଡ ପାଇଁ ସ୍ୱାଧିନତାର ଦୂତ ବନନ୍ତୁ ବୋଲି ଅନୁରୋଧ କରିଛନ୍ତି । ଜାହାଙ୍ଗୀର ଚାହାନ୍ତି ଯେ, କାଶ୍ମୀରକୁ ପ୍ରସଙ୍ଗକୁ ଯେମିତି ଇମ୍ରାନ ଅନ୍ତର୍ଜାତୀୟ ମଂଚରେ ରଖୁଛନ୍ତି ସେମିତି ଜୁନାଗଡକୁ ମଧ୍ୟ ରଖନ୍ତୁ ।

ରେଡିଓ ପାକିସ୍ତାନ ଅନୁସାରେ ଜାହାଙ୍ଗିର ଏକ ବୟାନ ଜାରି କରି କହିଛନ୍ତି ଯେ, ଭାରତ ଓ ପାକିସ୍ତାନକୁ ଜୁନାଗଡକୁ ନେଇ ଆଲୋଚନା କରିବା ଆବଶ୍ୟକ । ପାକିସ୍ତାନ ସରକାର ଜୁନାଗଡ ପ୍ରସଙ୍ଗକୁ ମଧ୍ୟ ସେତିକି ଜୋରରେ ଉଠାଇବା ଆବଶ୍ୟକ ଯେମିତି କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି ।

After 2nd paragraph post ads

ଜୁନାଗଡକୁ ନିଜ ନକ୍ସାରେ ଦେଖାଇ ସାରିଛି ପାକିସ୍ତାନ

ନବାବ କହିଛନ୍ତି ଯେ, ଜୁନାଗଡ ପାକିସ୍ତାନର । ଏହି ଜୁନାଗଡ ରାଜ୍ୟ କେବଳ ମାତ୍ର ଗୋଟିଏ ସ୍ଲୋଗାନ ନୁହେଁ ଅଧିକନ୍ତୁ ଏହା ଆମ ପୂର୍ବଜ ମହମ୍ମଦ ଅଲ୍ଲି ଜିନ୍ନା ଓ ଜୁନାଗଡ ନବାବ ଥିବା ନବାବ ମହାବତ ଖାନ ଦେଖିଥିବା ସ୍ୱପ୍ନ । ସେ କହିଛନ୍ତି ଯେ, ଏବେ ଜୁନାଗଡ ଉପରେ ଭାରତର କବଜାକୁ ନେଇ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି । ଏହି ଜବରଦଖଲ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ । ଏହା ପୂର୍ବରୁ ପାକିସ୍ତାନ ନିଜର ନୂଆ ରାଜନୈତିକ ନକ୍ସା ଜାରି କରି ସେଥିରେ ଜୁନାଗଡକୁ ନିଜ ଅଂଚଳ ଭାବେ ଦେଖାଇଥିଲା । ଯାହାକୁ ଭାରତ ବିରୋଧ କରିଥିଲା ।

Middle post content

ଏହି ନକ୍ସାରେ ପାକିସ୍ତାନ କାଶ୍ମୀର, ସିୟାଚିନ ଉପରେ ନିଜ ଦାବି ରଖିଥିଲା । ତେବେ ଜୁନାଗଡ ଉପରେ ପାକିସ୍ତାନର ଦାବି ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା । ୧୯୪୮ ମସିହାରେ ହୋଇଥିବା ଜନମତ ସଂଗ୍ରହରେ ଜୁନାଗଡ ବାସିନ୍ଦା ଭାରତରେ ରହିବାକୁ ଭୋଟ କରିଥିଲେ । ଏହା ସତ୍ୱେ ବି ପାକିସ୍ତାନ ଏହା ଉପରେ ନିଜ ଦାବି ରଖୁଛି ।

ସାର କ୍ରିକ୍ ଉପରେ ବି ରଖୁଛି ଦାବି

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରୈଶି ସେ ସମୟରେ କହିଥିଲେ ଯେ, ସାର କ୍ରିକ୍ ଭାରତର ନୁହେଁ ପାକିସ୍ତାନର । ପାକିସ୍ତାନର ଦାବି ଯେ, ତା’ର ସୀମା ପୂର୍ବ ପଟକୁ ରହିଛି । ଅନ୍ୟପକ୍ଷରେ ଭାରତର କହିବା ହେଉଛି ପାକ୍ ସୀମା ପଶ୍ଚିମ ପଟକୁ ରହିଛି । ପାକିସ୍ତାନର ଅଭିଯୋଗ ଯେ, ଭାରତ ପାକିସ୍ତାନର ଶତାଧିକ କିଲୋମିଟର EEZ ଉପରେ କବଜା କରିବାକୁ ଚାହୁଁଛି । ଗତ ୭୦ ବର୍ଷ ଧରି ସାର କ୍ରିକକୁ ନେଇ ବିବାଦ ଲାଗି ରହିଛି । କଚ୍ଚର ଲବଣ ଦଳୁଆ ଅଂଚଳରେ ସରକ୍ରିକ୍ ହେଉଛି ୯୬ କିମିର ଅଂଚଳ ।

ଜୁନାଗଡକୁ ନେଇ ପାକିସ୍ତାନୀ ଚିନ୍ତା ପୁରୁଣା

୧୯୪୭ରେ ଭାରତ ସ୍ୱାଧିନତା ପାଇଥିଲେ ମଧ୍ୟ କାଶ୍ମୀର ଓ ହାଇଦ୍ରାବାଦ ଭଳି ଗୁଜରାଟର ଜୁନାଗଡ ନବାବ ଭାରତରେ ସାମିଲ ହେବାକୁ ମନା କରିଦେଇଥିଲେ । ସେ ପାକିସ୍ତାନରେ ନିଜ ରାଜ୍ୟର ବିଲୟ କରିବାକୁ ଇଛା ପ୍ରକଟ କରିଥିଲେତେବେ ୯୦ ପ୍ରତିଶତ ହିନ୍ଦୁ ବହୁଳ ଜୁନାଗଡର ବାସିନ୍ଦା ଏହାକୁ ବିରୋଧ କରି ବିଦ୍ରୋହ କରିଥିଲେ । ଫଳରେ ନବାବ ଓ ତାଙ୍କ ପରିବାର ପାକିସ୍ତାନର କରାଚିକୁ ପଳାୟନ କରିଥିଲେ । ଏହାପରେ ଜୁନାଗଡରେ ହୋଇଥିବା ଜନମତ ସଂଗ୍ରହରେ ୯୯ ପ୍ରତିଶତ ମତ ଭାରତ ସପକ୍ଷରେ ପଡିଥିଲା । କିନ୍ତୁ ପାକିସ୍ତାନ ଏହାକୁ ଗ୍ରହଣ କରିବାକୁ ରାଜି ହୋଇନଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami