INS ବିକ୍ରାନ୍ତ ପରେ ଆସୁଛି INS ବିଶାଳ, ବିକ୍ରାନ୍ତଠାରୁ ୪୫ ପ୍ରତିଶତ ବିଶାଳ

Above Post Content

ସ୍ୱଦେଶୀ ଯୁଦ୍ଧପୋତ INS ବିକ୍ରାନ୍ତ ଭାରତୀୟ ନୌସେନାରେ ନିକଟରେ ସାମିଲ ହୋଇଛି । ଯାହାକୁ ନେଇ ପାକିସ୍ତାନକୁ ଛାଡନ୍ତୁ ଚୀନ୍ ମଧ୍ୟ ଚିନ୍ତିତ ଅଛି । ଚୀନ ଚିନ୍ତା ପଛରେ ଦୁଇଟି କାରଣ ରହିଛି । ଗୋଟିଏ ହେଲା INS ବିକ୍ରାନ୍ତ ନୌସେନାରେ ସାମିଲ ହେବା ଦ୍ୱାରା କିଛି ମାତ୍ରାରେ ଶକ୍ତି ସନ୍ତୁଳିତ ହୋଇଛି । କାରଣ ଆଗରୁ ଚୀନ ପାଖରେ ୩ଟି ବିମାନବାହକ ପୋତ ଥିବା ବେଳେ ଭାରତ ପାଖରେ ଗୋଟିଏ ଥିଲା । ବିକ୍ରାନ୍ତ ସହିତ ଏହି ସଂଖ୍ୟା ୨ରେ ପହଂଚିଛି । ଦ୍ୱିତୀୟ କାରଣ ହେଉଛି ଭାରତ ସେହି ହାତ ଗଣତି ଦେଶଙ୍କ ଭିତରୁ ଗୋଟିଏ ଯାହା ପାଖରେ ନିଜେ ନିଜର ବିମାନବାହକ ପୋତ ତିଆରି କରିବାର ଶକ୍ତି ଜ୍ଞାନକୌଶଳ ରହିଛି । ଆଗକୁ ଯେତେବେଳେ ଆଉଏନଏସ ବିଶାଳ ସାମିଲ ହେବ ସେତେବେଳେ ପୁରା ଶକ୍ତି ସନ୍ତୁଳନ ବଦଳିବାର ସମ୍ଭାବନା ରହିଛି । କାରଣ INS ବିଶାଳ,ବିକ୍ରାନ୍ତଠାରୁ ଆକାରରେ ୪୫ ପ୍ରତିଶତ ବଡ଼ ହେବ । ଯାହାର ଅର୍ଥ ହେଉଛି ସେଥିରେ ଅଧିକ ସଂଖ୍ୟକ ଯୁଦ୍ଧ ବିମାନ ସ୍ଥାନ ପାଇ ପାରିବେ ।

INS ବିଶାଳ କ’ଣ ?

After 2nd paragraph post ads

INS ବିଶାଳ ଭାରତର ତୃତୀୟ ବିମାନ ବାହକ ପୋତ ହେବ । ବିଶାଳର ଅର୍ଥ ହେଉଛି ବିରାଟ । ଏହା ବିକ୍ରାନ୍ତ ପରେ ଦ୍ୱିତୀୟ ସ୍ୱଦେଶୀ ବିମାନ ବାହକ ପୋତ ହେବ । ବିଶାଳକୁ କୋଚିନ୍ ସିପୟାର୍ଡ୍ ଲିମିଟେଡ୍ ତିଆରି କରିବ । ଯିଏ ବିକ୍ରାନ୍ତର ନିର୍ମାଣ କରିଥିଲା । ବିଶାଳ ୬୫ ହଜାର ଟନ ଓଜନ ବିଶିଷ୍ଟ ହେବ । ଯାହାକି ଭାରତର ସବୁଠାରୁ ବଡ଼ ବିମାନ ବାହକ ପୋତ ହେବ । ସୂଚନାଯୋଗ୍ୟ ଯେ, ଆଇଏନଏସ ବିକ୍ରମାଦିତ୍ୟ ଓ ବିକ୍ରାନ୍ତର ଓଜନ ୪୫ ହଜାର ଟନ୍ ଆଇଏନଏସ ବିଶାଳରେ ୫୫ ଲଢୁଆ ବିମାନ ରହି ପାରିବେବିକ୍ରାନ୍ତ ଭାରତରେ ତିଆରି ହୋଇଥିବା ବେଳେ ବିକ୍ରମାଦିତ୍ୟକୁ ଭାରତ ଋଷଠାରୁ କିଣିଥିଲା ।

ବିଶାଳର ନିର୍ମାଣ କାର୍ଯ୍ୟ କେବେ ସରିବ ?

Middle post content

INS ବିଶାଳକୁ ନେଇ ଚର୍ଚ୍ଚା ପ୍ରାୟ ଦୁଇ ଦଶକ ତଳେ ଆରମ୍ଭ ହୋଇଥିଲା ସେତେବେଳେ ଆଶା କରାଯାଉଥିଲା ଯେ, ଏହା ୨୦୨୦ ସୁଧା ନୌସେନାରେ ସାମିଲ ହେବ । କିନ୍ତୁ ଅନେକ କାରଣ ପାଇଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା୨୦୧୮ରେ ନୌସେନା ଏହାର ନିର୍ମାଣ ୨୦୨୧ରେ ଆରମ୍ଭ ହେବ ବୋଲି ସମ୍ଭାବନା ବ୍ୟକ୍ତ କରିଥିଲା । କିନ୍ତୁ ଏବେ ଯାହା ଜଣା ପଡୁଛି ୨୦୩୦ ପୂର୍ବରୁ ଏହା ନୌସେନାରେ ସାମିଲ ହେବାର ସମ୍ଭାବନା ବହୁତ କମ ।

ବିଶାଳର ଆବଶ୍ୟକତା କାହିଁକି ପଡ଼ିଲା ?

ଭାରତୀୟ ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ବିମାନ ବାହକ ପୋତର ଆବଶ୍ୟକତା ରହିଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତ ମହାସାଗରେ ଚୀନ ତା’ର ପ୍ରଭାବ ବୃଦ୍ଧି କରିବାରେ ଲାଗିଛି । ଯେଉଁଥିପାଇଁ ଭାରତ ପାଖରେ ଅଧିକ ବିମାନ ବାହକ ପୋତର ଆବଶ୍ୟକତା ରହିଛି । ଚୀନ୍ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଲିଓନିଙ୍ଗ୍ ଓ ଶେଡୋଙ୍ଗ୍ ନାମକ ଦୁଇଟି ଯୁଦ୍ଧ ପୋତ ଥିଲା । ଚଳିତ ବର୍ଷ ଜୁନ୍ ମାସରେ ଚୀନ୍ ଆଉ ଏକ ବିମାନବାହକ ପୋତ ଫୁଜିଆନକୁ ନିଜ ନୌସେନାରେ ସାମିଲ କରିଛି । ଫଳରେ ଶକ୍ତି ସନ୍ତୁଳନ ପାଇଁ ଭାରତ ପାଖରେ ତୃତୀୟ ଏୟାର କ୍ରାଫ୍ଟକ୍ୟାରିୟରର ଆବଶ୍ୟକତା ରହିଛି ।

ବିଶାଳର ବଜେଟ୍ ବି ବିଶାଳ

ବିଶାଳର ନିର୍ମାଣରେ ପାଖାପାଖି ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ମାଣ ସରିଲେ ଏହି ଯୁଦ୍ଧ ପୋତ ଘଣ୍ଟା ପ୍ରତି ୫୫ ନଟିକାଲ ମାଇଲସ ବେଗରେ ଗତି କରିପାରିବ । ଏହାର ରେଞ୍ଜ୍ ୧୪ ହଜାର କିଲୋମିଟର ରହିଛି । ଏଥିରେ ୨୩ ଶହ ସୈନିକ ରହି ପାରିବେ୫୫ ଲଢୁଆ ବିମାନ ଏଥିରୁ ଉଡ଼ାଣ ଭରି ପାରିବେ । ଏହାର ଦୈର୍ଘ୍ୟ ୨୮୪ ମିଟର ଓ ପ୍ରସ୍ତ ୬୦ ମିଟର ହେବାର ସମ୍ଭାବନା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami