ଗରମପାଣି ଭରା ଗାଧୁଆକୁଣ୍ଡରୁ ମୃତାବସ୍ଥାରେ ଉଦ୍ଧାର ହେଲେ ଅଭିନେତା

Above Post Content

ଲସ୍ ଏଞ୍ଜେଲେସ୍‌: ଗରମପାଣି ଭରା ଗାଧୁଆ କୁଣ୍ଡରୁ ମୃତାବସ୍ଥାରେ ଉଦ୍ଧାର ହେଲେ ଅଭିନେତା ମାଥ୍ୟୁ ପେରି । ଶନିବାର ଲସ୍ ଏଞ୍ଜେଲ୍‌ସ୍‌ସ୍ଥିତ ବାସଭବନର ଗରମପାଣି ଭରା ସ୍ନାନକୁଣ୍ଡରୁ ମାଥ୍ୟୁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବାସହ ତଦନ୍ତ ଚଳାଇଛି । ମାଥ୍ୟୁଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ କୌଣସି କଳାକାର ତାଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ହତ୍ୟାକାଣ୍ଡ ନୁହେଁ ବୋଲି ପୋଲିସ କରିଲା ସ୍ପଷ୍ଟ

After 2nd paragraph post ads
Middle post content

ସୁପରହିଟ୍ ଟେଲିଭିଜନ୍ କମେଡି ସିରିଏଲ୍ ‘ଫ୍ରେଣ୍ଡସ୍‌’ର ଅଭିନେତା ମାଥ୍ୟୁ ପେରିଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ମାଥ୍ରୁଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏହି ସିରିଏଲ ଜରିଆରେ ସେ ଘରେ ଘରେ ପରିଚିତ ହୋଇପାରିଥିଲେ । ଶନିବାର ନିଜ ବାସଭବନରେ ଥିବା ଗରମପାଣି ଭରା ସ୍ନାନକୁଣ୍ଡରେ ୫୪ ବର୍ଷିୟ ମାଥ୍ୟୁ ଅଚେତ ହୋଇ ପଡ଼ିଥିଲେ ବୋଲି ପୋଲିସ କହିଛି । ଘଟଣାସ୍ଥଳରୁ କୌଣସି ଡ୍ରଗ୍‌ସ ଉଦ୍ଧାର କରାଯାଇ ନ ଥିବାରୁ ଗରମପାଣି ନିମନ୍ତେ ବ୍ୟବହୃତ ସ୍ନାନକୁଣ୍ଡରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଏହା ହତ୍ୟାକାଣ୍ଡ ନୁହେଁ ବୋଲି ମଧ୍ୟ ପୋଲିସ କହିଛି ।

ଧାରାବାହିକ ‘ଫ୍ରେଣ୍ଡସ୍‌’ କରିଥିଲା ଲୋକପ୍ରିୟ

୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ୧୦ଟି ସେସନ୍‌ରେ ପ୍ରସାରିତ ହୋଇଥିବା ଅତ୍ୟନ୍ତ ଜନପ୍ରିୟ ହାସ୍ୟରସାତ୍ମକ ଟେଲିଭିଜନ୍ ଧାରାବାହିକ ‘ଫ୍ରେଣ୍ଡସ୍‌’ରେ ଚାଣ୍ଡର୍ଲ ବିଙ୍ଗ୍ ଚରିତ୍ରରେ ଅଭିନୟ ପାଇଁ ପେରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ସମ୍ପ୍ରତି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା । ଡ୍ରଗ୍ ସେବନ ଯୋଗୁଁ ୨୦୧୮ରେ ତାଙ୍କର ଅନ୍ତଃନଳୀ ଫାଟିଯାଇଥିଲା । ସେଥିପାଇଁ ଏକାଧିକ ଥର ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିଲା । ୧୯୬୯ ମସିହା ଅଗଷ୍ଟ ୧୯ରେ ମାସାଚ୍ୟୁସେଟ୍‌ସ୍ ଅନ୍ତର୍ଗତ ସୌନ୍ଦର୍ଯ୍ୟମୟୀ ନଗରୀ ୱିଲିୟମ୍ସ୍‌ଟାଉନ୍‌ରେ ଜନ୍ମିତ ମାଥ୍ୟୁ ପେରିଙ୍କ ଜୀବନଯାତ୍ରା ଥିଲା ସଫଳତା ଓ ସଂଗ୍ରାମରେ ପରିପୂର୍ଣ୍ଣ । ଅଭିନୟ ପ୍ରତି ଥିବା ଅଭିଳାଷ ପୂରଣ ନିମନ୍ତେ ସେ ତରୁଣ ବୟସରୁ ଲସ୍ ଏଞ୍ଜେଲ୍‌ସ୍‌କୁ ଚାଲିଆସିଥିଲେ । କେତୋଟି ଟେଲିଭିଜନ୍ ଶୋ’ରେ ଅତିଥି କଳାକାର ଭୂମିକାରେ ଅଭିନୟ କରିବା ପରେ କ୍ରମଶଃ ବିଭିନ୍ନ ଧାରାବାହିକରେ ମୁଖ୍ୟ ଭୂମିକା ଅଭିନୟ କରି ଲୋକପ୍ରିୟ ହୋଇପାରିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami