ଗୋଟିଏ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ୩ ଷ୍ଟାରଙ୍କ ପିଲା

Above Post Content

ମୁମ୍ବାଇ: ନେଟଫ୍ଲିକ୍ସର ନୂଆ ସିନେମା ‘ଦ ଆର୍ଚିଜ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ଗତ ୭ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଏଥିରେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ଭଳି ବଲିଉଡ ଷ୍ଟାରଙ୍କ ପିଲାଙ୍କୁ ଡେବ୍ୟୁ କରିଥିବା ଦେଖିବାକୁ ମିଳୁଛି । ଏହି ସିନେମାକୁ ନେଇ ଦର୍ଶକଙ୍କ ରିଭ୍ୟୁ ଏତେ ଟା ଭଲ ଆସିନାହିଁ । କିନ୍ତୁ ଲେଖକ ଓ ଗୀତିକାର ଜାଭେଦ ଅଖତର ‘ଦ ଆର୍ଚିଜ’ର କାଷ୍ଟରେ ଜଣେ ୟଙ୍ଗ ଅଭିନେତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି ।

Middle post content

ଅଗସ୍ତ୍ୟଙ୍କ ପ୍ରଶଂସା କଲେ ଜାଭେଦ ଅଖତର

After 2nd paragraph post ads

ଜାଭେଦ ଅଖତର ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦା ବଚ୍ଚନଙ୍କ ଝିଅଙ୍କ ପୁଅ ଅଗସ୍ତ୍ୟ ନନ୍ଦାଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୁଁ ପୂର୍ବରୁ ତ କହି ସାରିଛି କି ଅମିତାଭଙ୍କ ନାତି ଆଗାମୀ ଦିନରେ ନିଶ୍ଚୟ ଜଣେ ଭଲ ଷ୍ଟାର ହେବ । ମୋତେ ଲାଗୁଛି ୫୦ବର୍ଷ ପୂର୍ବେ ଡେବ୍ୟୁ କରିଥିବା ଋଷି କପୁରଙ୍କ ପରେ ଅଗସ୍ତ୍ୟ ନନ୍ଦାଙ୍କ ଭିତରେ ମୁଁ ସେହି ଆଶ୍ଚର୍ଯ୍ୟଜନକ ପ୍ରତିଭା ଦେଖିବାକୁ ପାଉଛି । ଏହି ସିନେମାରେ ଡେବ୍ୟୁ କରିଥିବା ସୁହାନା ଅଗସ୍ତ୍ୟ ନନ୍ଦାଙ୍କ ସହ ଲିପଲକ ସିନରେ ନଜର ଆସିଛନ୍ତି । ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଫିଲ୍ମରେ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଖୁସି କପୁର ଏଥିରେ ଅଗସ୍ତ୍ୟଙ୍କ ବେଷ୍ଟୀ ଭୂମିକାରେ ଅଭିନୟ କରିଥିଲେ । ମୁଭିରେ ଆପଣ କେବଳ ସୁହାନା ନୁହେଁ ବରଂ ଖୁସି କପୁରଙ୍କ ସହ ଅଗସ୍ତ୍ୟ ନନ୍ଦାଙ୍କ ଲିପସିନ୍ ଦେଖିବାକୁ ପାଇବେ । ଏହି ଦୃଶ୍ୟର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami