ପେନ୍‌ସିଲ ମୁନରେ ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କଲେ ଯୁବକ

Above Post Content

ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେବ । ଏନେଇ ଅନେକ ସାଧୁସନ୍ଥଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି, ବିଶିଷ୍ଟ ବ୍ୟକ୍ତିବିଶେଷ ଅଯୋଧ୍ୟାରେ ପହଞ୍ଚି ସାରିଲେଣିି । ଏହାକୁ ନେଇ ଚାରିଆଡେ ଏବେ ପରିବେଶ ଉତ୍ସବମୁଖର ହୋଇଉଠିଛି । କେହି ରାମଲଲ୍ଲାଙ୍କୁ ଦର୍ଶନ କରିବା ପାଇଁ ଚାଲିଚାଲି ଅଯୋଧ୍ୟା ଗଲେଣି ତ ଆଉ କିଏ ତାଙ୍କୁ ନେଇ ଗୀତ ଗାଇଲେଣି । ସେହିପରି ଆଉ କିଏ ବିସ୍କୁଟରେ ରାମ ମନ୍ଦିରର ନିର୍ମାଣ କରି ଚର୍ଚ୍ଚାକୁ ଆସିଲେଣି । ଏବେ ଜଣେ ଯୁବ କଳାକାର ପେନସିଲ ମୁନରେ ରାମଲଲ୍ଲାଙ୍କ ପ୍ରତିମା ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ଏବେ କଳାକାରଙ୍କର ପେନ୍‌ସିଲ ମୁନରେ ରାମଲଲାଙ୍କ କଳାକୃତି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଏହି କାରୁକାର୍ଯ୍ୟଟି ଅତି ସୂକ୍ଷ୍ମ ଥିବା ବେଳେ ରାମଲଲ୍ଲାଙ୍କ ପ୍ରତିମା ଖୁବ ସୁନ୍ଦର ଭାବେ ଏଥିରେ ଦେଖିବାକୁ ମିଳୁଛି ।

Middle post content

୫ଦିନରେ ତିଆରି କଲେ ରାମଲଲାଙ୍କ ପ୍ରତିମା

After 2nd paragraph post ads

ଜୟପୁରର ମହେଶ ନଗରରେ ରୁହନ୍ତି ଶିଳ୍ପୀ ନବରତ୍ନ ପ୍ରଜାପତି । ଏବେ ସେ ଖୁବ୍ ଚର୍ଚ୍ଚାରେ । କାରଣ ସେ ରାମଲଲ୍ଲାଙ୍କ ମୂର୍ତ୍ତିକୁ ପେନସିଲ ମୁନରେ ତିଆରି କରିଛନ୍ତି । ଏହି ସୂକ୍ଷ୍ମ କାରୁକାର୍ଯ୍ୟରେ ନବରତ୍ନ ରାମଲଲ୍ଲାଙ୍କୁ ଗୋଟିଏ ହାତରେ ଧନୁ ଓ ଅନ୍ୟ ହାତରେ ତୀର ଧରାଇଥିବାର ଦେଖିବାକୁ ମିଳୁଛି । ତାଙ୍କର ଏହି କଳାକୃତିକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭୁରିଭୁରି ପ୍ରଶଂସା କରିଛନ୍ତି । ଏନେଇ ନବରତ୍ନ କହିଛନ୍ତି ଯେ, ପେନସିଲ ମୁନରେ ରାମଲଲ୍ଲାଙ୍କ ପ୍ରତିମା ଆଙ୍କିବା ପାଇଁ ମୋତେ ୫ଦିନର ସମୟ ଲାଗିଥିଲା । ଏହି ପ୍ରତିମାର ଲମ୍ବ ୧.୩ ସେଣ୍ଟିମିଟର ରହିଛି । ମୁଁ ଏହି ଛୋଟ ଉପହାରକୁ ରାମମନ୍ଦିର ଟ୍ରଷ୍ଟକୁ ଭେଟି ଦେବାକୁ ଚାହୁଛି । ନବରତ୍ନଙ୍କ ଏହି ପ୍ରତିଭା ବାସ୍ତବରେ ପ୍ରଶଂସଯୋଗ୍ୟ । ରାମଲଲ୍ଲାଙ୍କ ପ୍ରତିମା ପୂର୍ବରୁ ନବରତ୍ନ ପେନସିଲ ମୁନରେ ଭଗବାନ ଗଣେଶ, ମହାବୀର ସ୍ୱାମୀ, ବଲ୍ଲଭଭାଇ ପଟେଲ, ମହାତ୍ମାଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମା ଆଙ୍କି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏପରି କଳାକୃତି ପାଇଁ ପୂର୍ବରୁ ତାଙ୍କ ନାମ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami