୬୪ ରାଷ୍ଚ୍ରର ଜାତୀୟ ପତାକାରେ ଧର୍ମୀୟ ଚିହ୍ନ,କେତୋଟି ଦେଶର ପତାକାରେ ଅଛି ହିନ୍ଦୁ ପ୍ରତୀକ ?

Above Post Content

ଭାରତୀୟ ରାଜନୀତିରେ ଧର୍ମର ପ୍ରବେଶ ନେଇ ବେସ ବାଦବିବାଦ ଚାଲିଛି । କିଛି କହୁଛନ୍ତି ବିଜେପି ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ଉଦ୍ଯମ କରୁଛି । ଏଭଳି ପରିସ୍ଥିତିରେ ମନରେ ସ୍ୱଭାବିକ ଭାବେ ପ୍ରଶ୍ନ ଆସେ ଯେ,ବିଶ୍ୱର କେତୋଟି ଦେଶର ଜାତୀୟ ପତାକାରେ ଧର୍ମୀୟ ଚିହ୍ନ ବା ପ୍ରତୀକ ରହିଛି ? ଉତ୍ତର ହେଉଛି ବିଶ୍ୱର ୬୪ ଦେଶର ଜାତୀୟ ପତାକାରେ ନିର୍ଦ୍ଦିଷ୍ଟ ଧର୍ମର ପ୍ରତୀକ ରହିଛି । ତେବେ ଏହି ୬୪ ଦେଶ ମଧ୍ଯରୁ କେତୋଟି ଦେଶର ଜାତୀୟ ପତାକାରେ ହିନ୍ଦୁ ଧର୍ମର ଚିହ୍ନ ରହିଛି ବୋଲି ଆପଣଙ୍କ ମନକୁ ପ୍ରଶ୍ନ ଆସିପାରେ । ଏହାର ଉତ୍ତର ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ବିଶ୍ୱର ଦୁଇ ପ୍ରମ୍ମୁଖ ଧର୍ମର ପ୍ରତିକ କେତୋଟି ଦେଶର ପତାକାରେ ଅଛି ।

୩୧ ଦେଶର ଜାତୀୟ ପତାକାରେ ଖ୍ରୀଷ୍ଟିଆନ୍ ଧର୍ମର ପ୍ରତୀକ

After 2nd paragraph post ads

୩୧ ଦେଶର ଜାତୀୟ ପତାକାରେ ଅଛି ଖ୍ରୀଷ୍ଟିଆନ ଧର୍ମର ପ୍ରତୀକୟୁରୋପ,ଏସିଆ,ପ୍ରଶାନ୍ତ ମହାସାଗରୀୟ ଓ ଆମେରିକାରେ ଥିବା ଦେଶ ଗୁଡିକର ଜାତୀୟ ପତାକାରେ ଖ୍ରୀଷ୍ଟିଆନ୍ ଧର୍ମର ପ୍ରତୀକ ରହିଛିବ୍ରିଟେନର ଜାତୀୟ ପତାକାରେ ସେଣ୍ଟ୍ ଜର୍ଜ୍,ସେଣ୍ଟ୍ ପ୍ଯାଟ୍ରିକ୍ ଓ ସେଣ୍ଟ୍ ଆଣ୍ଡ୍ର୍ଯଙ୍କ କ୍ରସ ଦେଖିବାକୁ ମିଳେ । କିଛି ରାଜ୍ଯଗୋଷ୍ଠୀ ରାଷ୍ଟ୍ର ପତାକା ମଧ୍ଯ ବ୍ରିଟେନ୍ ପତାକା ଦ୍ୱାରା ପ୍ରଭାବିତ । ଯେମିତି ଫିଜୁ,ତୁବାଲୁ,ଅଷ୍ଟ୍ରେଲିଆ,ନ୍ୟୁଜ୍ ଲାଣ୍ଡ୍ । ସେହିଭଳି ଡେନମାର୍କ,ଡୋମିନିକାନ୍ ରିପବ୍ଲିକ୍,ନ୍ୟୁଜଲାଣ୍ଡ୍ ସ୍ପେନ୍,ନରୱେର ଜାତୀୟ ପତାକାରେ ମଧ୍ଯ କ୍ରସ୍ ଚିହ୍ନ ରହିଛି । ଯାହା ଖ୍ରୀଷ୍ଟ ଧର୍ମର ପବିତ୍ର ପ୍ରତୀକ ।

Middle post content

୨୧ ଦେଶର ଜାତୀୟ ପତାକାରେ ଇସଲାମିକ୍ ଚିହ୍ନ

ଏବେ ଆସନ୍ତୁ ଜାଣିବା ବିଶ୍ୱର କେତୋଟି ଦେଶର ଜାତୀୟ ପତାକାରେ ଇସଲାମିକ ପ୍ରତୀକ ରହିଛି ଆଫ୍ରିକାରୁ ଏସିଆ ଓ ୟୁରୋପରେ ଥିବା ୨୧ ଦେଶର ଜାତୀୟ ପତାକାରେ ରହିଛି ଇସଲାମିକ ପ୍ରତୀକ । ଏହି ଦେଶ ଗୁଡିକ ମଧ୍ୟରେ ରହିଛନ୍ତି ପାକିସ୍ତାନ,ସାଉଦି ଆରବ ବାହାରିନ ଓ ତୁର୍କୀ ଭଳି ଦେଶବାହାରିନର ଜାତୀୟ ପତାକାରେ ଥିବା ପାଂଚ ଧଳା ତ୍ରୀକୋଣ ଇସଲାମର ୫ ସ୍ତମ୍ବର ପ୍ରତୀକ । ସେହିଭଳି ପାକିସ୍ତାନ ପତାକାରେ ଥିବା ଅର୍ଧଚନ୍ଦ୍ର ମଧ୍ଯ ଇସଲାମର ଏକ ପବିତ୍ର ପ୍ରତୀକ । ଏଇଠି ଗୋଟିଏ କଥା ମନେ ରଖନ୍ତୁ,ସିଙ୍ଗାପୁର ଜାତୀୟ ପତାକାରେ ଥିବା ଅର୍ଦ୍ଧଚନ୍ଦ୍ର ଓ ତାରା ଧାର୍ମିକ ପ୍ରତୀକ ନୁହେଁ । ଏହାର ପତାକାରେ ଥିବା ଅର୍ଧଚନ୍ଦ୍ର ଗୋଟିଏ ଯୁବା ରାଷ୍ଟ୍ରର ପ୍ରତୀକ । ଅନ୍ୟପକ୍ଷରେ ପତାକାରେ ଥିବା ୫ ତାରା ସିଙ୍ଗାପୁରର ପାଂଚ ସିଦ୍ଧାନ୍ତ ଗଣତନ୍ତ୍ର,ଶାନ୍ତି,ବିକାଶ,ନ୍ୟାୟ ଓ ସମାନତାର ପ୍ରତୀକ ।

୫ ଦେଶର ପତାକାରେ ହିନ୍ଦୁ ଓ ବୌଦ୍ଧ ପ୍ରତୀକ

ଏବେ ଆସନ୍ତୁ ଜାଣିବା କେତୋଟି ରାଷ୍ଟ୍ରର ଜାତୀୟ ପତାକାରେ ହିନ୍ଦୁ ଓ ବୌଦ୍ଧ ଧର୍ମର ପ୍ରତୀକ ରହିଛିବିଶ୍ୱର ମାତ୍ର ୫ଟି ଦେଶର ଜାତୀୟ ପତାକାରେ ରହିଛି ହିନ୍ଦୁ ଓ ବୌଦ୍ଧ ଧର୍ମର ପ୍ରତୀକକାମ୍ବୋଡିଆର ଜାତୀୟ ପତାକାରେ ଥିବା ୱାଙ୍ଗକର ବାଟ୍ ମନ୍ଦିର ହିନ୍ଦୁ ଧର୍ମର ପ୍ରତୀକ । ଏହା କାମ୍ବୋଡିଆର ହିନ୍ଦୁ ଅତିତ କଥା କୁହେ । ସେହିଭଳି ନେପାଳର ପତାକା ହେଉଛି ଦୁନିଆର ଏକମାତ୍ର ତ୍ରୀକୋଣୀୟ ପତାକା,ହିନ୍ଦୁ ଧର୍ମରେ ଏବଳି ଆକାରର ପତାକା ବ୍ଯବହାର କାରଯାଏ । ସେହିଭଳି ନେପାଳ ପତାକାରେ ଥିବା ପ୍ରତୀକ ମଧ୍ଯ ହିନ୍ଦୁ ଧର୍ମର ପବିତ୍ର ଚିହ୍ନବିଶ୍ୱର ଏକମାତ୍ର ଦେଶ ହେଉଛି ଇସ୍ରାଏଲ ଯାହାର ପତାକାରେ ଇହୁଦି ଧର୍ମର ଚିହ୍ନ ରହିଛି । ସେହିଭଳି ଆମେରିକାର ଜାତୀୟ ପତାକାରେ କୌଣସି ଧର୍ମୀୟ ଚିହ୍ନ ନାହିଁ । ଏହାର ପତାକାରେ ଥିବା ୫୦ତାର ହେଉଛନ୍ତି ତାହାର ୫୦ ରାଜ୍ଯର ପ୍ରତୀକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami