୩ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବେ ୫ଟି ଅଧ୍ୟକ୍ଷ

Above Post Content

ଭୁବନେଶ୍ୱର: ଯୁବ ଶକ୍ତିକୁ ମିଳିବ ସାମର୍ଥ୍ୟ । ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ । ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ନୂଆ ଓ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ଏହି ନୂଆ-ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ୟର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଧର୍ମଗଡ଼, ଟିଟିଲାଗଡ଼ ଓ ବରଗଡ଼ରେ ଛାତ୍ରଛାତ୍ରୀଙ୍କ ନୂଆ-ଓ ସ୍କଲାରସିପ୍ ସାର୍ଟିଫିକେଟ୍ ପ୍ରଦାନ କରିବେ ୫ଟି ଅଧ୍ୟକ୍ଷ । ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯିବ । ଯୁକ୍ତ ୩ ଏବଂ ପିଜିର ୬ ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ ।

Middle post content

ଯୁବକଙ୍କ ସବୁ ସ୍ୱପ୍ନକୁ ସାକାର କରିବେ ରାଜ୍ୟ ସରକାର

After 2nd paragraph post ads

ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ୨୦୩୬ ସୁଦ୍ଧା ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି । ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ୟ ରହିଛି । ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ୱପ୍ନକୁ ସାକାର କରିବେ ରାଜ୍ୟ ସରକାର । ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି । ରାଜ୍ୟର ୬ହଜାର ୮୫୦ ହାଇସ୍କୁଲର ହୋଇଛି ରୂପାନ୍ତରୀକରଣ । ଯୁବକ ଯାହା ସ୍ୱପ୍ନ ଦେଖିବ, ତାକୁ ସାକାର କରିପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami