ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା , ପାଇଲେ ୫ ଗ୍ରାମୀ ଆୱାର୍ଡ଼

Above Post Content

ନୂଆଦିଲ୍ଲୀ : ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା । ଲସ୍ ଏଞ୍ଜେଲସ୍‌ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆୱାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ମିଳିଛି ଏହି ସଫଳତା । ତବଲା ଉସ୍ତାଦ ଜାକିର ହୁସେନ୍‌, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ହୁସେନଙ୍କୁ ସର୍ବାଧିକ ୩ଟି ଗ୍ରାମୀ ପୁରସ୍କାର ମିଳିଥିବାବେଳେ ରାକେଶ ୨ଟି ପାଇଛନ୍ତି । ଗାୟକ ଶଙ୍କର ମହାଦେବନ, ଭାଓଲିନ୍ ବାଦକ ଗଣେଶ ରାଜଗୋପାଳନ ଏବଂ ଡ୍ରମ୍ ବାଦକ ସେଲ୍‌ଭାଗଣେଶ ବିନୟାକ୍ରମ, ଫ୍ୟୁଜନ ଗ୍ରୁପ୍ ଶକ୍ତିରେ ହୁସେନ୍‌ଙ୍କ ସହଯୋଗୀ ଗୋଟିଏ ଲେଖାଏ ଗ୍ରାମୀ ପୁରସ୍କାର ପାଇଛନ୍ତି ।

Middle post content

ବ୍ରିଟିଶ ଗିଟାରିଷ୍ଟ ବି ପାଇଛନ୍ତି ଏହି ପୁରସ୍କାର

After 2nd paragraph post ads

‘ଦିସ୍ ମୋମେଣ୍ଟ’ ସଙ୍ଗୀତ ପାଇଁ ଫ୍ୟୁଜନ ବ୍ୟାଣ୍ଡ୍ ଶକ୍ତିକୁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲ୍‌ବମ୍ ବିଭାଗରେ ଗ୍ରାମୀ ପୁରସ୍କାର ମିଳିଛି । ଉକ୍ତ ଆଲ୍‌ବମ୍‌ରେ ୪ ଭାରତୀୟଙ୍କ ସମେତ ବ୍ରିଟିଶ ଗିଟାରିଷ୍ଟ ଜନ୍ ମାକ୍‌ଲୁଘ୍ଲିନ୍ ରହିଛନ୍ତି । ୨୦୨୩ ଜୁନ୍‌ରେ ମୁକ୍ତିଲାଭ କରିଥିବା ‘ଦିସ୍ ମୋମେଣ୍ଟ’ ଶକ୍ତି ଗ୍ରୁପ୍‌ର ପ୍ରଥମ ଷ୍ଟୁଡିଓ ଆଲ୍‌ବମ୍ ଥିଲା । ଶକ୍ତି ପାଇଁ ପୁରସ୍କାର ସମେତ ହୁସେନ୍‌ଙ୍କୁ ‘ପାଷ୍ଟୋ’ରେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ସଙ୍ଗୀତ ପରିବେଷଣ ଏବଂ ‘ଆଜ୍ ୱି ସ୍ପିକ୍‌’ ଶ୍ରେଷ୍ଠ ସମସାମୟିକ ବାଦ୍ୟଯନ୍ତ୍ର ଆଲବମ୍ ପାଇଁ ଗ୍ରାମୀ ପୁରସ୍କାର ମିଳିଛି । ସେହିପରି କିମ୍ବଦନ୍ତୀ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ପୁତୁରା ରାକେଶ ଚୌରାସିଆ ପାଷ୍ଟୋ ଏବଂ ଆଜ୍ ୱି ସ୍ପିକ୍ ପାଇଁ ୨ଟି ପୁରସ୍କାର ପାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami