ଶ୍ରୀରାମ ମନ୍ଦିରର ପ୍ରବେଶ ଦ୍ୱାରରେ ୪ ସ୍ୱତନ୍ତ୍ର ମୂର୍ତ୍ତିକୁ କରାଗଲା ସ୍ଥାପନା

Above Post Content

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ହେବ । ଏହା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମନ୍ଦିରର ପ୍ରବେଶ ଦ୍ୱାରର କିଛି ଫଟୋ ସେୟାର କରିଛି । ଟ୍ରଷ୍ଟ ସୂଚିତ କରିଛି କି ମନ୍ଦିରର ପ୍ରବେଶ ଦ୍ୱାରରେ ଚାରିଟି ମୂର୍ତ୍ତର୍ିକୁ ସ୍ଥାପନା କରାଯାଇଛି । ଏହି ମୂର୍ତ୍ତର୍ିଗୁଡ଼ିକ ମଧ୍ୟରେ ହାତୀ, ସିଂହ, ହନୁମାନ ଓ ଗରୁଡ଼ ଅଛନ୍ତି । ଟ୍ରଷ୍ଟ ମନ୍ଦିର ନିର୍ମାଣ ହେବା ଦିନ ଠାରୁ ମଝିରେ ମଝିରେ ରାମ ମନ୍ଦିର ସହିତ ଜଡ଼ିତ ତଥ୍ୟ ଓ ଫଟୋ ସେୟାର କରିଥାଏ । ନିକଟରେ ଟ୍ରଷ୍ଟ ଭବ୍ୟ ସିଂହଦ୍ୱାରର ଫଟୋ ସେୟାର କରିଥିଲା ।

Middle post content

ଗୋଲାପି ରଙ୍ଗର ବାଲି ପଥରରେ ତିଆରି ହୋଇଛି ଏହି ମୂର୍ତ୍ତି

After 2nd paragraph post ads

ଏହି ୪ ମୂର୍ତ୍ତିକୁ ରାଜସ୍ଥାନର ଗ୍ରାମ ବଂଶୀ ପହାଡ଼ପୁରର ହାଲୁକା ଗୋଲାପି ରଙ୍ଗର ବାଲି ପଥରରେ ତିଆରି କରାଯାଇଛି । ଟ୍ରଷ୍ଟ ମୁତାବକ, ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟରୂପ ଓ ପ୍ରଥମ ମହଲାରେ ଶ୍ରୀରାମଙ୍କ ଦରବାର ରହିବ । ମନ୍ଦିରରେ ୫ଟି ମଣ୍ଡପ ରହିବ । ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ । ମନ୍ଦିର ଖମ୍ଭ ଓ କାନ୍ଥରେ ବିଭିନ୍ନ ଦେବୀ ଓ ଦେବତାଙ୍କ ପ୍ରତିମା ଖୋଦେଇ କରାଯାଇଛି । ଯାହାକି ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami