ଓଡ଼ିଶାରେ ୩ କୋଟି ୩୪ ଲକ୍ଷରୁ ଅଧିକ ଭୋଟର କରିବେ ମତଦାନ

Above Post Content

ଭୁବନେଶ୍ୱର : ଓଡ଼ିଶାରେ ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ ଭୋଟର ମତଦାନ ସାବ୍ୟସ୍ତ କରିବେ । ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ । ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮ ଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୮୬୧ ରହିଛି । ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩ । ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪ ରହିଛି । ସର୍ଭିସ ମତଦାତାଙ୍କ ସଂଖ୍ୟା ୪୯ ହଜାର ୫୯୯ । ପ୍ରବାସୀ ଭୋଟରଙ୍କ ସଂଖ୍ୟା ୧୮୪ ରହିଥିବା ଜଣାଯାଇଛି । ଭାରତୀୟ ନିର୍ବାଚନ ଆୟୁକ୍ତ ରାଜ୍ୟରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଥିସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନିର୍ବାଚନ ଘୋଷଣା ହେବା ପରେ ଏକ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚାରଣ ବିଧିର କଡ଼ାକଡ଼ି ଅନୁପାଳନ କରିବାକୁ ଅନୁରୋଧ କରିଥିଲେ । ରାଜ୍ୟରେ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳ ପ୍ରତିବଦ୍ଧତା ପ୍ରଦର୍ଶନ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

Middle post content

ପ୍ରତି ମତଦାନ କେନ୍ଦ୍ରରେ ରହିବେ ଜଣେ ପ୍ରିଜାଇଡିଂ ଅଫିସର, ୫ ପୋଲିଂ ଅଫିସର

After 2nd paragraph post ads

ଓଡ଼ିଶାର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ମୋଟ ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ଟି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ୨୧ ଜଣ ରିଟର୍ଣ୍ଣିଂ ଅଫିସର(ବିଧାନସଭା),୧୩୧ ଜଣ ରିଟର୍ଣ୍ଣିଂ ଅଫିସର(ବିଧାନସଭା) ଙ୍କୁ ନିଯୁକ୍ତ କରାଯାଇ ତାଲିମ ଦିଆଯାଇଛି । ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର (ବିଧାନସଭା) ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ବୁଥରେ ନିୟୋଜିତ ହେବାକୁ ଥିବା ପ୍ରାୟ ୨.୭୦ ଲକ୍ଷ ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ ୫ଜଣ ଲେଖାଏଁ ପୋଲିଂ ଅଫିସର ରହିବେ । ମତଦାନ କେନ୍ଦ୍ରରେ ଭୋଟର ପରିଚୟ ପତ୍ର ଦେଖାଇବେ । ଆଧାରକାର୍ଡ, ପାନକାର୍ଡ, ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମନରେଗା କାର୍ଡ ଆଦି ମଧ୍ୟରୁ ଯେ କୈାଣସି ଗୋଟିଏ ଦେଖାଇ ଭୋଟ୍ ଦେଇପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami