ସଂସଦ ଆକ୍ରମଣକୁ ପୁରିଲା ୨୨ ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

Above Post Content

ନୂଆଦିଲ୍ଲୀ: ସଂସଦରେ ଆତଙ୍କୀ ହାମଲାକୁ ୨୨ ବର୍ଷ ପୁରିଛି । ହେଲେ ଆଜି ବି ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ । ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ମନେ ପକାଉଛି ଦେଶ ।ଯେଉଁଥିରେ ୯ଜଣ ଯବାନ ଶହୀଦ ହୋଇଥିଲେ । ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଆତଙ୍କବାଦୀ । ହେଲେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଥିଲେ ସୁରକ୍ଷାକର୍ମୀ । ତେବେ ଏହି କଳାଦିନକୁ ଏହାମଧ୍ୟରେ ୨୨ ବର୍ଷ ପୁରି ସାରିଛି । ହେଲେ ଆଜି ବି ମନରୁ ଲିଭିନି ସେହି କଳାଦିନର କାହାଣୀ ।ସଂସଦ ଉପରେ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୁରି ଥିବା ବେଳେ ଏହି ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମନେ ପକାଉଛି ପୁରା ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ସମୟରେ ଶହୀଦମାନଙ୍କ ପରିବାର ତଥା ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଶଦୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପଚି ଓମ ବିର୍ଲା, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍‌ଯକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରାଷ୍ଟ୍ର ସବୁବେଳେ ବୀରମାନଙ୍କ ପାଖରେ ରହିବ ଋଣୀ

After 2nd paragraph post ads
Middle post content

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଦିନକୁ ମନେ ପକାଇବା ସହ ଟ୍ୱିଟ୍ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଉ ଲେଖିଛନ୍ତି, ରାଷ୍ଟ୍ର ସବୁବେଳେ ସେହି ବୀରମାନଙ୍କ ପାଖରେ ଋଣୀ ରହିବ । ଯେଉଁମାନେ ୨୦୦୧ରେ ସଂସଦ ଉପରେ ହୋଇଥିବା ଆତଙ୍କୀ ହାମଲାରେ ନିଜେ ପ୍ରାଣବଳୀ ଦେଇଛନ୍ତି । ୨୨ ବର୍ଷ ପୂର୍ବେ ଏହି ଦିନ, ଦେଶର ମୁଖ୍ୟ ରାଜନୈତିକ ନେତୃତ୍ୱମାନଙ୍କୁ ହତ୍ୟା କରିବା ପାଇଁ ଓ ଆମ ଗଣତନ୍ତ୍ରର ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀମାନଙ୍କ ଯୋଜନା ଆମ ବୀର ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଥିଲେ । ଯେଉଁଥିରେ ମାତୃଭୂମି ପାଇଁ ୯ଜଣ ପ୍ରାଣବଳୀ ଦେଇଥିଲେ । ଦେଶ ସବୁବେଳେ ସେମାନଙ୍କ ନିକଟରେ ଋଣୀ ହୋଇ ରହିବ । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ । ସାରା ବିଶ୍ୱରେ ମାନବ ଜାତି ପାଇଁ ବିପଦ ସାଜିଥିବା ଆତଙ୍କବାଦୀମାନଙ୍କୁ ଶେଷ କରିବା ପାଇଁ ପଣ ନେବା ।

୫ଘଣ୍ଟା ଧରି ହୋଇଥିଲା ଗୁଳି ବିନିମୟ

ପ୍ରତ୍ୟେକ ଭାରତୀୟଙ୍କ ମନରେ ଡିସେମ୍ବର ୧୩ ତାରିଖ ଏର ଅଭୁଲା ଦିନ ହୋଇ ରହିବ । କାରଣ ଏହି ଦିନ ସଂସଦ ମଧ୍ୟରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ଆତଙ୍କବାଦୀ । ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ସକାଳ ୧୧.୩୦ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ପାଖାପାଖି ୫ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଯବାନ ଓ ଆତଙ୍କୀମାନଙ୍କ ମଧ୍ୟରେ ଚାଲିଥିଲା ଗୁଳିବର୍ଷଣ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami