ଜର୍ମାନୀରୁ ଆସେ ଖାଦ୍ୟ, ୧୫ ଦିନରେ କରେ ସ୍ପା

ଆଜିକାଲି ଘରେ କୁକୁର ରଖିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ତେଣୁ ଲୋକେ ସୁନ୍ଦର ସୁନ୍ଦର ହାଇବ୍ରିଡ଼ କୁକୁର ଘରେ ରଖିବାକୁ ବେଶୀ ପସନ୍ଦ କରୁଛନ୍ତି । କୁକୁରକୁ ଘର ଲୋକେ ନିଜ ପରିବାର ସଦସ୍ୟ ପରି ଯତ୍ନ ନେଇଥାନ୍ତି । ବାହାରକୁ ଯୁଆଡ଼େ ଯାଆନ୍ତି ସାଙ୍ଗରେ ନେଇ ଯାଇଥାନ୍ତି । ଲୋକଙ୍କ ଚାହିଦାକୁ ଦେଖି ଭଳିକି ଭଳି ପ୍ରଜାତିର କୁକୁର ବିକ୍ରି ହେଉଛି । ଏଥିଲାଗି ମୋଟା ଅଙ୍କର ଟଙ୍କା ମଧ୍ୟ ଗଣାଯାଉଛି । ତେବେ ଦୁନିଆରେ ସବୁଠାରୁ ମହଙ୍ଗା କୁକୁର କିଏ ଜାଣନ୍ତି? ଆଉ ଏହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।

ଦାମ୍ ଜାଣିଲେ ଉଡ଼ିଯିବ ହୋସ୍‌

ବିଶ୍ୱର ସବୁଠାରୁ ମହଙ୍ଗା କୁକୁର ହେଉଛି ତିବ୍ଦତୀୟ ମାଷ୍ଟିଫ୍ ପ୍ରଜାତିର । ଏହାକୁ ପାଳିବା ବି ବହୁତ ମହଙ୍ଗା । କାରଣ ଏହାର ଖାଦ୍ୟ ଜର୍ମାନୀରୁ ଆସିଥାଏ । ଏହା ବିନା ଏସିରେ ରହିପାରିବ ନାହିଁ । ପ୍ରତି ୧୫ ଦିନରେ କୁକୁର ସ୍ପା କରାଇବାକୁ ପଡ଼ିବ । ଏହା ଦେଖିବାକୁ ଠିକ୍ ସିଂହ ଭଳି । ଏହି କୁକୁରକୁ ଦୂରରୁ ଯେ କେହି ଦେଖିବେ ସେ ଡରିଯିବା ସ୍ୱାଭାବିକ । ସବୁଠାରୁ ବଡ଼ କଥା ଏହି କୁକୁର ଦାମ୍ ଏତେ ଯେ, ବଡ଼ ବଡ଼ ଧନୀ ମଧ୍ୟ ଏହାକୁ ଘରେ ରଖିବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ । କାରଣ ଏହି କୁକୁର ଦାମ ୩୦ କୋଟି ଟଙ୍କା ।

unique dogviral newsworld most expensive dog
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami