ସୀମା ହାଇଦରଙ୍କ ଅବସ୍ଥା ଇକରା ଭଳି ହେବ କି ? ସୀମାଙ୍କୁ ଏଟିଏସ୍ ଉଠାଇ ନେବା ପରେ ଉଠିଲା ପ୍ରଶ୍ନ

ପାକିସ୍ତାନୀ ନାଗରିକ ସୀମା ହାଇଦର ପବଜୀ ଖେଳିବା ସମୟରେ ଭାରତୀୟ ନାଗରିକ ସଚିନଙ୍କୁ ପ୍ରେମ କରି ବସିଥିଲେ ଏବଂ ନିଜର ଚାରି ପିଲାଙ୍କୁ ଧରି ସ୍ୱାମୀଙ୍କୁ ଛାଡ଼ି ସେ ଭାରତ ଚାଲିଆସିଥିଲେଗ୍ରେଟର ନୋଏଡାଠାରେ ରହୁଥିବା ସଚିନଙ୍କ ପାଖରେ ରହିବାକୁ ଲାଗିଥିଲେ । ହେଲେ ଏବେ ତାଙ୍କୁ ତାଙ୍କ ପ୍ରେମିକ ଘରୁ ଉତ୍ତର ପ୍ରଦେଶ ଏଟିଏସ୍ ଉଠାଇ ନେଇଛିସୀମାଙ୍କ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହିତ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସୁରକ୍ଷା ଏଜେନ୍ସି। ଏମିତିରେ ସୀମାଙ୍କ ପ୍ରେମକାହାଣୀକୁ ଆଉ ଜଣେ ପାକିସ୍ତାନୀ ଇକରା ଜିବାନୀଙ୍କ ପ୍ରେମ କାହାଣୀ ସହିତ ତୁଳନା କରାଯାଉଛିଇକରାଙ୍କୁ ଯେମିତି ଭାରତ ସରକାର ପାକିସ୍ତାନ ଡିପୋର୍ଟ୍ କରିଦେଇଥିଲେ ସେମିତି ସୀମାକୁ ମଧ୍ଯ ପାକିସ୍ତାନ ଫେରାଇ ଦେଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି। ଆସନ୍ତୁ ଜାଣିବା ଇକରା-ସୀମା ପ୍ରେମ କାହାଣୀରେ ସମାନତା କଣ ଅଛି।

ଇକରା –ମୁଲାୟମ ବନାମ ସଚୀନ-ସୀମ୍ ପ୍ରେମ କାହାଣୀ

ସୀମାଙ୍କ ସୀମା ପାର ପ୍ରେମ କାହାଣୀ ଆଗରୁ ଜାନୁଆରୀ ମାସରେ ଆଉ ଗୋଟିଏ ସୀମା ପାର ଲଭ୍ ଷ୍ଟୋରୀ ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି କାହାଣୀର ଦୁଇ ଚରିତ୍ର ଥିଲେ ପାକିସ୍ତାନର ଇକରା ଜିବାନୀ ଓ ଭାରତର ମୁଲାୟମ ସିଂ ସୀମା-ସଚୀନଙ୍କ ମଧ୍ଯରେ ପବଜି ଗେମରୁ ପ୍ରେମ ଆରମ୍ଭ ହୋଇଥିଲାଇକରା-ମୁଲାୟମ ଅନଲାଇନରେ ଲୁଡୁ ଖେଳୁ ଖେଳୁ ଲଭ୍ କରି ବସିଥିଲେ। ଆଉ ସୀମାଙ୍କ ଭଳି ଇକରା ମଧ୍ଯ ଭାୟା କାଠମାଣ୍ଡୁ ଦେଇ ଭାରତ ଆସିଥିଲେଉତ୍ତର ପ୍ରଦେଶର ମୁଲାୟମ ଇକରାଙ୍କୁ ଆଣିବାକୁ କାଠମାଣ୍ଡୁ ଯାଇଥିଲେ। ସେଠାରେ ଦୁହେଁ ବିବାହ କରିଥିଲେ। ବାହା ହେବା ପରେ ମୁଲାୟମ ଇକରାଙ୍କୁ ନେ ବେଙ୍ଗାଲୁରୁ ଚାଲି ଆସିଥିଲେ। ସେଠାରେ ମୁଲାୟମ ସିକ୍ୟୁରିଟି ଗାର୍ଡ୍ ଚାକିରି କରିଥିଲେ। ଆଉ ଇକରାଙ୍କ ପାଇଁ ଆଧାର କାର୍ଡ୍ ବି ବନେଇ ଦେଇଥିଲେ। କିନ୍ତୁ ଇକରା ପାକିସ୍ତାନରେ ଥିବା ନିଜ ପରିବାର ସହିତ ସମ୍ପର୍କ କରିବାକୁ ଚେଷ୍ଟା କରିବା ବେଳେ ସୁରକ୍ଷା ଏଜେନ୍ସିଙ୍କ ରଡାରକୁ ଆସିଥିଲେଆଇବି କର୍ଣ୍ଣାଟକ ପୋଲିସକୁ ସୂଚନା ଦେଇଥିଲା। ସୂଚନା ପାଇବା ପରେ ଇକରା ଓ ମୁଲାୟମଙ୍କୁ ପୋଲିସ ଧରିଥିଲାଇକରାଙ୍କୁ ପାକିସ୍ତାନକୁ ପଠାଇ ଦିଆଯାଇଥିଲା ଓ ମୁଲାୟମ ଜେଲ ହାୱା ଖାଇଥିଲେ। ଏବେ ଉତ୍ତର ପ୍ରଦେଶ ଏଟିଏଏସ ସୀମାଙ୍କୁ ପଚରା ଉଚରା କରିବାକୁ ଉଠାଇ ନେଇଛି। ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ,ସୀମାଙ୍କୁ କଣ ପାକିସ୍ତାନ ଫେରିବାକୁ ପଡ଼ିବ ।

ସୀମାଙ୍କୁ କାହିଁକି ଉଠାଇ ନେଲା ଏଟିଏଏସ୍ ?

ସୋମବାର ଦିନ ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍) ସୀମା ହାଇଦରଙ୍କୁ ଉଠାଇ ନେଇଛି ୟୁପି ଏଟିଏସର ଏକ ଟିମ୍ ଗ୍ରେଟର ନଏଡାର ରବୁପୁରା ଗାଁକୁ ଯାଇ ସୀମାଙ୍କୁ ହେପାଜତକୁ ନେଇଛି ।ଏବେ ସୀମା ହାଇଦର ନିଜ ପ୍ରେମୀ ସଚିନଙ୍କଠୁ ଅଲଗା ହୋଇଯାଇଛନ୍ତି । ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଛିସୀମା ହାଇଦରଙ୍କ କନେକ୍ସନ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଥିବା ସନ୍ଦେହ କରାଯାଉଛି । ଏହି ସନ୍ଦେହ ଆଧାରରେ ହିଁ ତଦନ୍ତ କରାଯାଉଛିୟୁପି ଏଟିଏସ୍, ଆଇବି, ନୋଏଡା ପୋଲିସ ସମେତ ଅନେକ ଏଜେନ୍ସି ଏହି ଆଙ୍ଗେଲରେ ତଦନ୍ତ କରୁଛନ୍ତି । ସୀମା ହାଇଦରଙ୍କ ଫୋନ୍ କଲ୍ ଡିଟେଲର ମଧ୍ୟ ଯାଞ୍ଚ କରାଯାଉଛି । ସୀମା ପାକିସ୍ତାନରୁ ଦୁବାଇ, ପରେ କାଠମାଣ୍ଡୁ ଏବଂ ସେଠାରୁ ଗ୍ରେଟର ନୋଏଡା ଆସିଥିଲେ

ପାକିସ୍ତାନୀ ସେନାରେ ସୀମାଙ୍କ ଦାଦା ଓ ଭାଇ

ତେବେ ବିନା ପାସପୋର୍ଟରେ ଭାରତ ଆସିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି । ଆଜି ୟୁପି ଏଟିଏସ୍ ସୀମା ହାଇଦରଙ୍କୁ ହେପାଜତକୁ ନେବା ପରେ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଦେଇଛି ସୀମାଙ୍କ ପରିବାର ସହ ପାକିସ୍ତାନୀ ସେନାର ସମ୍ପର୍କକୁ ନେଇ ଖୁଲାସା ପରେ ମାମଲା ଗରମ ରହିଛି ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଥିବା ଜଣାପଡ଼ିଛି । ଏହା ବ୍ୟତୀତ ସୀମାଙ୍କ ଭାଇ ମଧ୍ୟ ପାକିସ୍ତାନୀ ସେନାରେ ଅଛନ୍ତି । ଏପରି ସ୍ଥିତିରେ ସୀମା ହାଇଦର ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଜଡ଼ିତ ନାହାନ୍ତି ତ? ଏହି ପ୍ରଶ୍ନର ଜବାବ ଖୋଜିବା ପାଇଁ ୟୁପି ଏଟିଏସ୍ ପଚରା ଉଚରା କରୁଛି ।

ଗ୍ରେଟର ନୋଏଡାର ରବୁପୁରା ସ୍ଥିତ ସଚିନଙ୍କ ଘରକୁ ୟୁପି ଏଟିଏସ୍ ସିଭିଲ ଡ୍ରେସରେ ଯାଇଥିଲା । ଏହାପରେ ସୀମାଙ୍କୁ ସାଥିରେ ଧରି ଚାଲି ଆସିଥିଲେସୀମାଙ୍କୁ ଏଟିଏସ୍ ନେଇଯିବା ପରେ ସଚିନଙ୍କ ଘରେ ଏବେ ନୀରବତା ଖେଳିଯାଇଛି । କେହି କିଛି କହିବାକୁ ପ୍ରସ୍ତୁତ ନାହାନ୍ତି । ପରିବାର ସଦସ୍ୟ ଘର କବାଟ ବନ୍ଦ କରିଦେଇଛନ୍ତି ଘରକୁ ଯିବା ପାଇଁ ମଧ୍ୟ କାହାକୁ ଅନୁମତି ଦିଆଯାଉନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ସୀମା ହାଇଦରଙ୍କୁ ନେଇ ସଚିନଙ୍କ ପରିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲାସୀମାଙ୍କ ସହ ସଚିନ ମଧ୍ୟ ମିଡିଆ ସମ୍ମୁଖକୁ ଆସି ପ୍ରଶ୍ନର ଉତ୍ତର ଦେଉଥିଲେ

ତଦନ୍ତକାରୀ ସଂସ୍ଥା ସୀମା ହାଇଦରଙ୍କ ଆଇଡି କାର୍ଡକୁ ହାଇ କମିଶନକୁ ପଠାଇଛି ହାଇ କମିଶନ ସୀମା ହାଇଦରଙ୍କ ଇତିହାସ ଜାଣିବାକୁ ଚେଷ୍ଟା କରିବ । ତଙ୍କର ସମସ୍ତ କୁଣ୍ଡଳୀ ବାହାର କରାଯିବ । ତାଙ୍କର ଭାରତ ଆସିବାର ତାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଏକତ୍ରିତ କରାଯାଉଛି ସୀମା ପାର ପ୍ରେମ ଏବେ ସୀମାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ କଣ ସତରେ ସୀମା ପାକିସ୍ତାନୀ ଗୁଇନ୍ଦା ସହ ଜଡ଼ିତ ନା ସଚିନଙ୍କ ପ୍ରେମ ପାଇଁ ନିଜ ଦେଶ ଛାଡ଼ି ସେ ଭାରତ ଆସିଛନ୍ତି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

iqra jeevaniiqra jeevani caseiqra jeevani pakistanseema haiderseema haider india newsseema haider live newsseema haider newsseema haider news in pakistanseema haider pakistan newsseema haider sachin love storyseema haider sachin newsseema haider statementseema haider statusseema haider today news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami