କେବେ ଓ କେମିତି ପ୍ରଥମ ଥର ପାଇଁ ନୋଟ ଉପରେ ଛପା ହେଲା ମହାତ୍ମାଙ୍କ ଚିତ୍ର ?

ଆମ ଆଦମୀ ପାର୍ଟି ସୁପ୍ରିମୋ ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ଖେଳିଛନ୍ତି ହିନ୍ଦୁତ୍ୱ କାର୍ଡ୍ ବିଜେପିର ହିନ୍ଦୁତ୍ୱ ଲାବ୍ରୋଟରିରେ ବିଜେପିକୁ ମାତ୍ ଦେବା ପାଇଁ ସେ ଖେଳିଛନ୍ତି ହିନ୍ଦୁତ୍ୱ ଖେଳ ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହିତ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଛାପିବାକୁ କେଜ୍ରିୱାଲ କ୍ରାନ୍ତିକାରି ପରାମର୍ଶ ଦେଇଛନ୍ତି ।

ବୁଧବାର ଦିନ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନୋଟ୍ ଉପରେ ଗାନ୍ଧୀଙ୍କ ସହିତ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ପରାମର୍ଶ ଦେଇ କହିଛନ୍ତି ଯେ, ଏହା ଦ୍ୱାରା ଦେଶର ଅର୍ଥନୀତି ସୁଧୁରିବ । ଅର୍ଥନିତି ଯେଉଁ ସଂକଟର ସମ୍ମୁଖୀନ ହେଉଛି ଗଣେଶଙ୍କ ଚିତ୍ର ଛାପିବା ଦ୍ୱାରା ସବୁ ବିଘ୍ନ କଟିଯିବ । କାରଣ ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା । ସେହିଭଳି ଲକ୍ଷ୍ମୀ ସମୃଦ୍ଧି ଓ ସମ୍ପଦାର ଦେବୀ ତେଣୁ ତାଙ୍କ ଚିତ୍ର ଛପା ଯାଉ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କ ଏହି ପରାମର୍ଶକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି । ଅନ୍ୟ ସମୟ ହୋଇଥିଲେ କିମ୍ବା ଆଉ କେହି ହୋଇଥିଲେ ଏଭଳି ପରାମର୍ଶ ଶୁଣି ଗୈରିକ ଦଳ ଗଦଗଦ ହୋଇଯାଇଥାନ୍ତା । କିନ୍ତୁ କେଜ୍ରିୱାଲଙ୍କ ମୁହଁରୁ ଏହି ପରାମର୍ଶ ଶୁଣି ବିଜେପି ସତର୍କ ହୋଇଯାଇଛି । କେଜ୍ରିୱାଲ ଏମିତି ହିନ୍ଦୁତ୍ୱ କାର୍ଡ୍ ଖେଳି ବିଜେପିର କୋର ଭୋଟରଙ୍କୁ ହାଇଜାକ୍ କରିବାକୁ ଚାହୁଁଛି ବୋଲି ବିଜେପି ଅନୁଭବ କରିଛି । ତେଣୁ ବିଜେପି ତୁରନ୍ତ କେଜ୍ରିୱାଲଙ୍କୁ ଧର୍ମନିରପେକ୍ଷତାର ପାଠ ପଢାଇଛି

ନୋଟରେ ଫଟୋକୁ ନେଇ ରାଜନୀତି

ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାକୁ ନେଇ ଆଗରୁ ମଧ୍ୟ ଅନେକ ମତ ପ୍ରକାଶ ପାଇଛି । କିଛି ସଂଗଠନ ଓ ନେତା ମହାତ୍ମାଙ୍କ ସହିତ ଅନ୍ୟ ନେତାଙ୍କ ଫଟୋ ମଧ୍ୟ ଛାପିବାକୁ ଆଗରୁ ଦାବି କରିଛନ୍ତି । ନିକଟରେ ହିନ୍ଦୁ ମହାସଭା ଗାନ୍ଧୀଙ୍କ ଫଟୋ ସ୍ଥାନରେ ନେତାଜୀ ସୁଭାଶ ବୋଷଙ୍କ ଫଟୋ ଛାପିବାକୁ ଦାବି କରିଥିଲା । ସେହିଭଳି ଆଉ କିଛି ସଂଗଠନ ମହାରାଣା ପ୍ରତାପଙ୍କଠାରୁ ଇତିହାସର ଅନ୍ୟ ପ୍ରଶିଦ୍ଧ ହିନ୍ଦୁ ଯୋଦ୍ଧାଙ୍କ ଫଟୋ ଛାପିବାକୁ ଦାବି କରୁଛନ୍ତି । ତେବେ ପ୍ରଥମ ଥର ପାଇଁ କେବେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ମୁଦ୍ରାରେ ଛପା ଯାଇଥିଲା ? ଆସନ୍ତୁ ଜାଣିବା ଏ ବାବଦରେ କିଛି ରୋଚକ ତଥ୍ୟ ।

୧୯୬୯ ରେ ଟଙ୍କାରେ ପ୍ରଥମ ଥର ପାଇଁ ଗାନ୍ଧୀଙ୍କ ଚିତ୍ର

୧୯୪୭ରେ ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ନୋଟରେ ଅଶୋକସ୍ତମ୍ଭ କିମ୍ବା ଅନ୍ୟ ପ୍ରତିକ ଛପା ହେଉଥିଲାଦେଶ ସ୍ୱାଧିନତା ପାଇବା ପୂର୍ବରୁ ନୋଟରେ ବ୍ରିଟିଶ ରାଜା ଜର୍ଜ୍ ପଂଚମଙ୍କ ଚିତ୍ର ଛପା ଯାଉଥିଲା । ୧୯୫୦ରେ ଭାରତ ସାଧାରଣତନ୍ତ୍ରରେ ପରିଣତ ହେବା ପରେ ନୋଟରେ ଅଶୋକ ସ୍ଥମ୍ଭ ଛପା ହୋଇଥିଲା ୧୯୪୯ରେ ହିଁ ଗାନ୍ଧୀଙ୍କ ଚିତ୍ରକୁ ଟଙ୍କାରେ ସ୍ଥାନ ଦେବାକୁ ନିଷ୍ପତି ହୋଇଥିଲା । କିନ୍ତୁ କିଛି କାରଣ ପାଇଁ ଏହାକୁ ୧୯୬୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ୧୯୬୯ ଥିଲା ଗାନ୍ଧୀଜୀଙ୍କ ଜନ୍ମର ଶତତମ ବର୍ଷ । ସେହି ବର୍ଷ ପ୍ରଥମ ଥର ପାଇଁ ଆରବିଆଇ ଜାରି କରିଥିବା ଟଙ୍କାରେ ଗାନ୍ଧୀଙ୍କ ଚିତ୍ର ଛପା ହୋଇଥିଲା ।

କାହିଁକି ଗାନ୍ଧୀଜୀଙ୍କ ଚିତ୍ର ?

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କ’ଣ ପାଇଁ କେବଳ ଗାନ୍ଧୀଜୀଙ୍କ ଚିତ୍ର ନୋଟରେ ସ୍ଥାନ ପାଉଛି ? ଉତ୍ତର ହେଉଛି ଗାନ୍ଧୀଜୀଙ୍କ ଛଡା ଅନ୍ୟ କୌଣସି ନେତାଙ୍କ ଫଟୋ ଛପା ଗଲେ ବିବାଦ ହେବାର ସମ୍ଭବନା ଥିଲା ଗାନ୍ଧୀଜୀଙ୍କ ଗ୍ରହଣୀୟତା ଅନ୍ୟ ନେତାଙ୍କ ତୁଳନାରେ ଅଧିକ ଥିଲା । ତେଣୁ ତାଙ୍କ ଚିତ୍ର ହିଁ ନୋଟରେ ଛପା ହେଉଛି । ୨୦୧୪ରେ ଆଶଙ୍କା ପ୍ରକାଶ ପାଇଥିଲା ଯେ, ରିଜର୍ଭ ବ୍ୟାଙ୍କ ନୋଟରୁ ଗାନ୍ଧୀଜୀଙ୍କ ଚିତ୍ର ବାଦ ଦେଉଛି । ଯାହାକୁ ନେଇ ଦେଶରେ ହଙ୍ଗାମା ହୋଇଥିଲା । ଶେଷକୁ ସରକାରଙ୍କ ଏହାର ଉତ୍ତର ଦେବାକୁ ପଡିଥିଲା ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ସଫା ସଫା କହିଥିଲେ ଯେ,ସରକାରଙ୍କର ସେଭଳି କୌଣସି ମନୋବାଞ୍ଛା ନାହିଁ ଆରବିଆଇ ମଧ୍ୟ ଏହି ଖବରକୁ ଖଣ୍ଡନ କରିଥିଲା ।

ଇଣ୍ଡୋନେସିଆ ନୋଟରେ ଗଣେଶ

ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ବଡ଼ ମୁସଲିମ୍ ରାଷ୍ଟ୍ର । କିନ୍ତୁ ଗୋଟିଏ ସମୟରେ ଏହା ହିନ୍ଦୁ ବହୁଳ ଥିଲା ମୁସଲିମ୍ ରାଷ୍ଟ୍ର ଇଣ୍ଡୋନେସିଆର ନୋଟରେ କିନ୍ତୁ ଗଣେଶ ସ୍ଥାନ ପାଇଛନ୍ତି । କାରଣ ଇଣ୍ଡୋନେସିଆ ତା’ର ହିନ୍ଦୁ ଅତିତକୁ ଭୁଲି ନାହିଁ । ଏହି ଦେଶ ତା’ର ଅତିତକୁ ନେଇ ଗର୍ବ କରେଭାରତରେ କିଛି ଇଣ୍ଡୋନେସିଆର ଉଦାହରଣ ଦେଇ ନୋଟରେ ଗଣେଶ ଓ ଲକ୍ଷ୍ମୀଙ୍କ ଚିତ୍ର ଛାପିବାକୁ ଦାବି କରିଥାନ୍ତିକେଜ୍ରିୱାଲଙ୍କ ପୂର୍ବରୁ ବିଜେପିର ବିବାଦୀୟ ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏଭଳ ଦାବି କରିଛନ୍ତି । କିଛି ବର୍ଷ ତଳେ ସେ କହିଥିଲେ ଯେ, ଗଣେଶ ଓ ଲକ୍ଷ୍ମୀଙ୍କ ଚିତ୍ର ନୋଟରେ ଛାପିଲେ ଭାରତୀୟ ଅର୍ଥନୀତି ବୁଲେଟ୍ ସ୍ପିଡରେ ଦୌଡ଼ିବ ।

arvind kejriwal currency notearvind kejriwal latest newsarvind kejriwal note speecharvind kejriwal on currencyarvind kejriwal on indian currencyindian government newsindian history notesnarendra modi latest newswhy gandhi photo on indian currencywhy mahatma gandhi photo on indian currency
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami