ମିଶନ ‘ଇସଲାମ -୨୦୪୭ ’ କ’ଣ ? ଆପଣଙ୍କ ହୋସ୍ ଉଡ଼ାଇଦେବ PFIର ପ୍ଲାନ୍

ବିହାର ପୋଲିସ ହାତରେ ଜଣେ ପୂର୍ବତନ ପୋଲିସ ଅଧିକାରୀ ଧରା ପଡିଛନ୍ତି । ଏହି ଅଧିକାରୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣର ଷଡ଼ଯନ୍ତ୍ର କରୁଥିଲେ । ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଧରା ପଡିଛନ୍ତି ଯାହାର ଭାଇ ୨୦୧୩ ପାଟନା ବୋମା ବିସ୍ଫୋରଣ ମାମଲାରେ ଏବେ ଜେଲରେ ଅଛି । ସେତେବେଳେ ମଧ୍ୟ ମୋଦିଙ୍କୁ ଟାର୍ଗେଟ୍ କରାଯାଇଥିଲା । ତେବେ ଏହି ସବୁ ବ୍ୟକ୍ତିଙ୍କ ତାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ନାମକ ସଂଗଠନ ସହିତ ଯୋଡି ହୋଇଛି । ଭାରତରେ ମଝିରେ ମଝିରେ ଏମିତି ଆତଙ୍କବାଦୀ ଧରା ପଡିବା କିଛି ନୁଆ କଥା ନୁହେଁ । ନୂଆ ହେଉଛି ଏହି ବ୍ୟକ୍ତି ମାନଙ୍କ ପ୍ଲାନ୍ ହେଉଛି ୨୦୪୭ ସୁଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବାଏଥିପାଇଁ ସେମାନେ ଏକ ମିଶନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହାର ନାମ ହେଉଛି ‘ଇସଲାମ-୨୦୪୭’ ।

କେଉଁଠୁ ଆସିଲା ‘ମିଶନ ଇସଲାମ୍ ୨୦୪୭’ ନାମ

ପାଟନା ପୋଲିସ ପାଟନାର ନୟାଟୋଲା ଅଂଚଳରେ ଚଢାଉ କରି ପିଏଫଆଇର କାର୍ଯ୍ୟାଳୟରୁ ଦୁଇ ଜଣ ସଂଦିଗ୍ଧଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ କିଛି ଆପତିଜନକ ସାମଗ୍ରୀ ଜବତ ହୋଇଛି । ବହି, ପ୍ରଚାରପତ୍ରରୁ ଏହି ମିଶନ ଇସଲାମ ୨୦୪୭ ବାବଦରେ ଜଣା ପଡିଥିଲାଯେଉଁଥିରେ ୨୦୪୭ ସୁଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବାର ବ୍ଲୁ ପ୍ରିଣ୍ଟ୍ ରହିଛି ।

ମିଶନ ସହିତ କେଉଁମାନେ ଜଡ଼ିତ ?

ମିଶନ ଇସଲାମ ୨୦୪୭ ସହିତ ଅନେକ ବ୍ୟକ୍ତି ଜଡ଼ିତ ଥିବା ସନ୍ଦେହ କରାଯାଉଛି । ଗିରଫ ପୂର୍ବତନ ପୋଲିସ ଅଧିକାରୀ ଜଣକ ଝାଡଖଣ୍ଡ ସରକାର ପାଇଁ କାମ କରୁଥିଲେ । ଯାହାର ନାମ ହେଉଛି ମହମ୍ମଦ ଜଲାଲୁଦ୍ଦିନ । ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କର ଏଭଳି ସଂଗଠନ ସହିତ ଜଡ଼ିତ ହେବା ପୋଲିସକୁ ଚମକାଇ ଦେଇଛି । ତେଣୁ ପୋଲିସ ଆଶଙ୍କା କରୁଛି ଯେ,ଏହା ସହିତ ଅନେକ ରାଜ୍ୟର ବ୍ୟକ୍ତି ଜଡ଼ିତ ଥିବେ ।

ମିଶନ ଇସଲାମ୍ ୨୦୪୭ର ଲକ୍ଷ୍ୟ କ’ଣ ?

ଏହାର ଲକ୍ଷ୍ୟ ହେଉଛି ୨୦୪୭ ସୁଧା ଭାରତକୁ ଏକ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା । ମିଶନକୁ ସଫଳ କରିବା ପାଇଁ ଅନେକ ସ୍ତରରେ ପ୍ଲାନିଂ ହୋଇଛି । ଉଦାହରଣ ସ୍ୱରୁପ ଏଭଳି ଲୋକଙ୍କୁ ବଛା ଯିବା ଉପରେ ଗୁରୁତ୍ୱ ଦିଆଯାଇଛି ଯେଉଁମାନେ ଏହି ମିଶନ ଉପରେ ବିଶ୍ୱାସ କରୁଥିବେ । ଏଭଳି ଲୋକଙ୍କୁ ଟ୍ରେନିଂ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଶିକ୍ଷିତ ଲୋକଙ୍କୁ ମୁସଲିମ୍ ବହୁଳ ଅଂଚଳକୁ ପଠାଇ ଅଧିକ କ୍ଯାଡର ଯୋଗାଡ କରିବା ଏହି ମିଶନର ଲକ୍ଷ୍ୟ ।

ଟ୍ରେନିଂ କ୍ୟାମ୍ପ୍

ପାଟନା ପୋଲିସ ଅନୁସାରେ ଜୁଲାଇ ୬ ଓ ୭ରେ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ ନାମରେ ଫୁଲବାରୀ ଶରିଫରେ କ୍ୟାମ୍ପ ଲଗା ଯାଇଥିଲା । ଏହି କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଛୁରା, ଖଣ୍ଡା ଚଳାଇବା ପ୍ରଶିକ୍ଷଣ ଦିଆଯାଇଥିଲାପୋଲିସ ପାଖରେ ଏସବୁର ସିସିଟିଭି ଫୁଟେଜ୍ ମଧ୍ୟ ରହିଛି ।

କେଉଁ କେଉଁ ରାଜ୍ୟରେ ଚାଲିଛି ମିଶନର କାର୍ଯ୍ୟ ?

ବିହାର, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଭଳି ରାଜ୍ୟରେ ଚରମପନ୍ଥୀ ଏହି ମିଶନକୁ ନେଇ କାର୍ଯ୍ୟ କରୁଛନ୍ତି । ହିନ୍ଦୁଙ୍କ ବିରୋଧରେ ବିଦ୍ୱେଶ ଭାବ ସୃଷ୍ଟି ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ମୁସଲିମ ଯୁବକଙ୍କ ବ୍ରେନ୍ ୱାସ୍ କରାଯାଉଛି ।

ମିଶନ ଇସଲାମ ୨୦୪୭କୁ କିଏ ଦେଉଛି ପାଣ୍ଠି ?

ତୁର୍କି ଓ ପାକିସ୍ତାନରୁ ଏହି ମିଶନ ପାଇଁ ପାଣ୍ଠି ଆସୁଛି । ନିଜେ ଦେବାଳିଆ ହୋଇ ସାରିଥିବା ପାକିସ୍ତାନ ଭାରତକୁ ଅସ୍ଥିର କରିବା ପାଇଁ ପାଣ୍ଠି ଯୋଗାଉ ଥିବା ବେଳେ ତୁର୍କୀ ଇସଲାମିକ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଏଭଳି ମିଶନକୁ ସାହାଯ୍ୟ କରୁଥିବା ସନ୍ଦେହ କରାଯାଉଛି ।

india islamic country newsislam 2047mission 2047 muslimmission islam 2047mohammad jalaluddin jharkhandpatna 2013 bomb blastpfi plan 2047pfi plan india 2047pm narendra modi securitypopular front of india
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami