ହଟଲାଇନ୍ କ’ଣ ?

ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଯେଉଁ ହଟ୍ ଲାଇନରେ କଥା ହୁଅନ୍ତି ତାହା ପ୍ରକୃତରେ କ’ଣ ?

ଗତବର୍ଷ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ସେତେବେଳ ମିଡିଆରେ ଖବର ଆସିଥିଲା ଯେ, ଦୁଇ ଦେଶ ମଧ୍ୟରେ ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହଟ୍ ଲାଇନରେ ଆଲୋଚନା ହୋଇଛି । ପାକିସ୍ତାନ ସହିତ ବିବାଦ କାଳରେ ମଧ୍ୟ ହଟଲାଇନକୁ ନେଇ ମଝିରେ ମଝିରେ ଏମିତି ଖବର ଆସେ । ଭାରତୀୟ ପ୍ରଧାନମନ୍ତ୍ରୀ ଓ ପାକ୍ ପ୍ରଧାନମନ୍ତ୍ରୀ ହଟଲାଇନରେ କଥା ହୋଇଛନ୍ତି ବୋଲି ଆପଣ ଅନେକ ଥର ଖବର କାଗଜରେ ପଢିଥିବେ । ତେବେ ଏହି ହଟ୍ ଲାଇନ୍ କ’ଣ ? କେମିତି ଏହା କାମ କରିଥାଏ ?

ଦୁଇ ଦେଶ ମଧ୍ୟରେ ହଟଲାଇନ୍ ସେବା କ’ଣ ?

ହଟଲାଇନ୍ ଅର୍ଥାତ ପଏଣ୍ଟ୍ ଟୁ ପଏଣ୍ଟ୍ କମ୍ୟୁନିକେଶନର ସେହି ଲିଙ୍କ୍ ଯେଉଁଥିରେ କଲ୍ ସ୍ୱୟଂକୃତ ଭାବେ ପୂର୍ବରୁ ନିର୍ଧାରିତ ନମ୍ବରକୁ ଲାଗିଥାଏ । ଏହାର ବ୍ୟବହାରକାରୀଙ୍କୁ ଅତିରିକ୍ତ କିଛି କରିବାକୁ ପଡିନଥାଏ । ଏଥିପାଇଁ ଏକ ଡେଡିକେଟେଡ୍ ଫୋନ୍ ଥାଏ । ଏଥିପାଇଁ କୌଣସି ପ୍ରକାରର ରୋଟାରି ଡାଏଲ କିମ୍ବା କି-ପ୍ୟାଡର ଆବଶ୍ୟକତା ନଥାଏ । ହଟଲାଇନକୁ ଆପଣ ଅଟୋମେଟିକ୍ ସିଗନାଲିଂ, ରିଙ୍ଗଡାଉନ୍ କିମ୍ବା ଅଫ୍ ହୁକ୍ ସର୍ଭିସ ଭାବେ ମଧ୍ୟ ଦେଖି ପାରିବେ । ହଟଲାଇନ୍ ନମ୍ବର ଡାଏଲ କରିବାକୁ ୟୁଜରଙ୍କୁ କିଛି ମଧ୍ୟ କରିବାକୁ ପଡିନଥାଏ । ଅର୍ଥାତ୍ ରିସିଭର ଉଠାଇଲା ମାତ୍ରେ ଫୋନ୍ ମନକୁ ମନ କେନେକ୍ଟ ହୋଇଥାଏ । ଏଥିପାଇଁ କୌଣସି ନମ୍ବର ଡାଏଲ କରିବାକୁ ପଡିନଥାଏ ।

କେଉଁ କେଉଁ ଦେଶ ମଧ୍ୟରେ ରହିଛି ହଟ୍ ଲାଇନ୍ ସେବା ?

  • ଭାରତ-ଆମେରିକା
  • ଭାରତ-ଚୀନ୍
  • ଭାରତ-ପାକିସ୍ତାନ
  • ଆମେରିକା-ଇଂଲଣ୍ଡ
  • ଋଷ-ଚୀନ୍
  • ଋଷ-ଫ୍ରାନ୍ସ
  • ଆମେରିକା-ଚୀନ୍
  • ଋଷ-ଇଂଲଣ୍ଡ
  • ଚୀନ୍-ଜାପାନ
  • ଉତ୍ତର କୋରିଆ-ଦକ୍ଷୀଣ କୋରିଆ

ଭାରତ-ପାକିସ୍ତାନ୍ ହଟଲାଇନ୍ ସେବା

ଭାରତ ଓ ପାକିସ୍ତାନ ମଧ୍ୟରେ ହଟଲାଇନରେ ବାର୍ତ୍ତାକୁ ନେଇ ଅଧିକାଂଶ ସମୟରେ ଖବର ଆସିଥାଏ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପରେ ଏହି ହଟଲାଇନ୍ ସେବା ଆରମ୍ଭ ହୋଇଥିଲା । ଏହି ହଟଲାଇନ୍ ଇସଲାମାବାଦ ସ୍ଥିତ ପାକ୍ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଡାଇରେକ୍ଟୋରେଟ୍ ଜେନରାଲ ଅଫ୍ ମିଲିଟାରି ଅପରେସନ୍ସଙ୍କ ଜରିଆରେ ନୂଆଦିଲ୍ଲୀ ସ୍ଥିତ ସଚିବାଳୟ ସହ ଯୋଡି ହୋଇଛି । ଏହି ହଟଲାଇନ୍ ଜରିଆରେ ଦୁଇ ଦେଶର ସେନା ଜେନରାଲ ମାନେ କଥା ହୋଇଥାନ୍ତି । ଏହା ଯୋଗାଯୋଗର ସବୁଠାରୁ ସୁରକ୍ଷିତ ମାଧ୍ୟମ ବୋଲି କୁହାଯାଏ । ୧୯୭୧ ପରେ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ୧୯୯୧ରେ ଏହାର ପ୍ରୟୋଗ ହୋଇଥିଲା । ଏହାପରେ ୧୯୯୭ରେ ଏହାକୁ ଦ୍ୱିତୀୟ ଥର ପାଇଁ ବ୍ୟବହାର କରାଯାଇଥିଲା । ୧୯୯୮ରେ ପୋଖରାନ ପରମାଣୁ ପରୀକ୍ଷଣ ପରେ ଦୁଇ ଦେଶ ମଧ୍ୟରେ ହଟଲାଇନ୍ ଜରିଆରେ ଆଲୋଚନା ହୋଇଥିଲା । ୧୯୯୯ ମସିହା କାରଗିଲ ଯୁଦ୍ଧ କାଳରେ ମଧ୍ୟ ଏହା ଜରିଆରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହେଉଥିଲା । ସେହିଭଳି ୨୦୦୧, ୨୦୦୨ ଓ ୨୦୦୮ରେ ଦୁଇ ଦେଶ ହଟଲାଇନକୁ ବ୍ୟବହାର କରିଥିଲେ ।

ଭାରତ-ଆମେରିକା ହଟଲାଇନ୍

୨୦୧୫ ପରଠାରୁ ଭାରତ ଓ ଆମେରିକା ମଧ୍ୟରେ ହଟଲାଇନ ଯୋଗାଯୋଗ ଆରମ୍ଭ ହୋଇଛି । ଏହି ସେବା ଦ୍ୱାରା ଦୁଇ ଦେଶର ଏନଏସଏ କୌଣସି ଦ୍ୱିତୀୟ ଚ୍ୟାନେଲ ବ୍ୟବହାର ଦ୍ୱାରା ପରସ୍ପର ସମ୍ପର୍କରେ ରହି ପାରୁଛନ୍ତି । ଏହା ସହିତ ଆମେରିକା ରାଷ୍ଟ୍ରପତି ଓ ଭାରତୀୟ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ହଟଲାଇନର ବ୍ୟବହାର କରନ୍ତି ।

ହଟଲାଇନରେ ଆମେରିକା-ଋଷ

ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ବଡ ସଂଘର୍ଷ ହଟଲାଇନ୍ କାରଣରୁ ହିଁ ଏଡାଇ ହୋଇଥିଲା । ଅନ୍ୟପକ୍ଷରେ ଆମେରିକା ଓ ଋଷ ମଧ୍ୟରେ ହଟଲାଇନ୍ ସେବା ଶୀତଳ ଯୁଦ୍ଧ ସରିବାର ୧୪ ବର୍ଷ ପରେ ଆରମ୍ଭ ହୋଇଥିଲା । ଶୀତଳ ଯୁଦ୍ଧ କାଳରେ ପରମାଣୁ ଯୁଦ୍ଧର ଆଶଙ୍କା ଭିତରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗର ବ୍ୟବସ୍ଥା ହୋଇଥିଲା । କିନ୍ତୁ ତାହା ହଟଲାଇନ୍ ସେବା ନଥିଲା । ଅନେକ ଉପନ୍ୟାସ ଓ ହଲିଉଡ୍ ଫିଲ୍ମରେ ଆମେରିକା ରାଷ୍ଟ୍ରପତି ଏକ ଲାଲ ରଙ୍ଗର ଟେଲିଫୋନ୍ ଦ୍ୱାରା ଋଷ ରାଷ୍ଟ୍ରପତିଙ୍କ ସହିତ ସିଧା କଥା ହେବାର ଦେଖା ଯାଇଛି କିନ୍ତୁ ତାହା ସତ୍ୟ ନୁହଁ । ଏହି ଦୁଇ ଦେଶର ରାଷ୍ଟ୍ରମୁଖ୍ୟ କେବେ ମଧ୍ୟ ଫୋନରେ କଥା ହିଁ ହୋଇନଥିଲେ ।

1971 india pakistan war୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧamerica china hotline serviceamerica england hotline serviceamerica presidentautomatic signalingchina japan hotline servicecold wardedicated phonedirectorate general of military operationshollywood movieshotlinehotline serviceindia america hotlineindia chaina hotlineindia pakistan hotlineindian prime minister and pakistan prime ministerkargil war 1999keypad numbersnorth korea south korea hotline serviceoff hook servicepoint to point communicationpokhran missile testingringdownrotary dialrussia china hotline servicerussia england hotline servicerussia france hotline servicetelephoneଅଟୋମେଟିକ୍ ସିଗନାଲିଂଅଫ୍ ହୁକ୍ ସର୍ଭିସଆମେରିକା ରାଷ୍ଟ୍ରପତିଆମେରିକା-ଇଂଲଣ୍ଡଆମେରିକା-ଚୀନ୍ଉତ୍ତର କୋରିଆ-ଦକ୍ଷୀଣ କୋରିଆଋଷ-ଇଂଲଣ୍ଡଋଷ-ଚୀନ୍କାରଗିଲ ଯୁଦ୍ଧକି-ପ୍ୟାଡଚୀନ୍-ଜାପାନଟେଲିଫୋନ୍ଡାଇରେକ୍ଟୋରେଟ୍ ଜେନରାଲ ଅଫ୍ ମିଲିଟାରି ଅପରେସନ୍ସଡେଡିକେଟେଡ୍ ଫୋନ୍ପଏଣ୍ଟ୍ ଟୁ ପଏଣ୍ଟ୍ କମ୍ୟୁନିକେଶନପୋଖରାନ ପରମାଣୁ ପରୀକ୍ଷଣଭାରତ-ଆମେରିକାଭାରତ-ଚୀନ୍ଭାରତ-ପାକିସ୍ତାନଭାରତୀୟ ପ୍ରଧାନମନ୍ତ୍ରୀଭାରତୀୟ ପ୍ରଧାନମନ୍ତ୍ରୀ ଓ ପାକ୍ ପ୍ରଧାନମନ୍ତ୍ରୀରିଙ୍ଗଡାଉନ୍ରୋଟାରି ଡାଏଲଶୀତଳ ଯୁଦ୍ଧହଟଲାଇନ୍ କ’ଣହଟ୍ ଲାଇନହଟ୍ ଲାଇନ୍ କ’ଣହଟ୍ ଲାଇନ୍ ସେବାହଲିଉଡ୍ ଫିଲ୍ମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami