ଏହି କାରଣରୁ ଝିଅକୁ ମିଡିଆ ସାମ୍ନାକୁ ଆଣୁନାହାନ୍ତି ବିରୁଷ୍କା

ମୁମ୍ବାଇ: କିଛି ଦିନ ତଳେ ବଲିଉଡର ଷ୍ଟାର ଦମ୍ପତି ରଣବୀର କପୁର-ଆଲିଆ ଭଟ୍ଟ ନିଜ ଝିଅ ରାହା କପୁରଙ୍କୁ ମିଡିଆ ସାମ୍ନାକୁ ଆଣିଥିଲେ । ଏହାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଥିଲା । ରାହାଙ୍କୁ ଦେଖିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । ଏବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଷ୍ଟାର କ୍ରିକେଟର ବିରାଟ କୋହଲି ନିଜ ଝିଅ ଭାମିକାଙ୍କୁ କେବେ ମିଡ଼ିଆ ସାମ୍ନାକୁ ଆଣିବେ ସେ ଦିନକୁ ପ୍ରଶଂସକ ଅନାଇ ବସିଛନ୍ତି ।

ଝିଅକୁ ମିଡିଆ ସାମ୍ନାରୁ ଦୂରେଇ ରଖିବା କାରଣ କହିଲେ ବିରୁଷ୍କା

୨୦୨୨ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଥିବା ବେଳେ ଷ୍ଟାଡିୟମର କ୍ୟାମେରାରେ ଭାମିକାଙ୍କ ଝଲକ ଦେଖିବାକୁ ମିଳିିଥିଲା, ଯାହା ଖୁବ ଭାଇରାଲ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ବିରୁଷ୍କା ଝିଅକୁ ସ୍ୱଇଚ୍ଛାରେ ମିଡିଆର କ୍ୟାମେରା ସାମ୍ନାକୁ ଆଣିନାହାନ୍ତି । ଏଭଳି କରିବା ପଛର କାରଣ ସମ୍ପର୍କରେ ବିରାଟ କହିଥିଲେ । ସେ କହିଥିଲେ ଯେ, ମୁଁ ଓ ଅନୁଷ୍କା ନିଷ୍ପତ୍ତି ନେଇଛୁ ଯେ, ଯେପର୍ଯ୍ୟନ୍ତ ଭାମିକା ସୋସିଆଲ ମିଡିଆ ଓ ନିଜ ପସନ୍ଦ ବିଷୟରେ ଜାଣିନାହାନ୍ତି, ସେପର୍ଯ୍ୟନ୍ତ ଆମେ ତାଙ୍କୁ ସୋସିଆଲ ମିଡିଆ ବା ଗଣମାଧ୍ୟମ ସାମ୍ନାକୁ ଆଣିବୁ ନାହିଁ । ୨୦୨୧ ଜାନୁଆରି ୧୧ ତାରିଖରେ ବିରୁଷ୍କା ମାତା-ପିତା ହୋଇଥିଲେ । ଏବେ ଭାମିକାଙ୍କୁ ୩ବର୍ଷ ହୋଇଥିବା ବେଳେ ବିରୁଷ୍କା ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି ।

bollywood actress anushka sharmacricketer virat kohliVirat and anushka does not share daughter picture on socialvirat kohli and anushka Sharma
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami