ଉମରକୋଟର ପୁଅ ଶାଶ୍ୱତ ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର

ନବରଙ୍ଗପୁର: କୌନ ବନେଗା କରୋଡ଼ପତି ବା କେବିସିରେ ଓଡ଼ିଆ ପୁଅଙ୍କ କମାଲ । ଶାଶ୍ୱତ ପଟ୍ଟନାୟକ‘କୌନ୍ ବନେଗା କରୋଡ୍ ପତି’ଜୁନିୟରରେ ଅଂଶଗ୍ରହଣ କରି ନବରଙ୍ଗପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଉମରକୋଟର ଶାଶ୍ୱତ ପଟ୍ଟନାୟକ ବିଗ୍‌-ବି ଅମିତାଭ ବଚ୍ଚନଙ୍କ ସହ କେବିସି ଖେଳି ଜିତିଲେ ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି । ଏ ନେଇ ଶାଶ୍ୱତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶାଶ୍ୱତ

ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତସୋନି ଟିଭିରେ ପ୍ରସାରିତ ସବୁଠୁ ଲୋକପ୍ରିୟ କୁଇଜ୍ ଶୋ କୌନ ବନେଗା କରୋଡ଼ପତିରେ ଭାଗ ନେଇଥିଲେ ଶାଶ୍ୱତ । ଶାଶ୍ୱତ କିଛି ଦିନ ପୂର୍ବରୁ ରିଆଲିଟି ଶୋ’ରେ ଭାଗ ନେବାକୁ ଆବେଦନ କରିଥିଲେ । ଏଥିପାଇଁ କେବିସି ଟିମ କିଛି ପରୀକ୍ଷା କରିଥିଲେ ଏବଂ ସେ ସମସ୍ତ ପରୀକ୍ଷାକୁ ସଫଳତାର ସହ ଜିତିଥିଲେ । ପରେ ତାଙ୍କୁ କେବିସି ଖେଳିବାକୁ ସୁଯୋଗ ମିଳିଥିଲା । ଏଥିରେ ଖେଳି ଶାଶ୍ୱତ ୧୩ ଲକ୍ଷ ୪୦ ହଜାର ଟଙ୍କା ଜିତିଥିଲେ । ଶାଶ୍ୱତଙ୍କ ପିତା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ତାଙ୍କ ମାଆ ଅର୍ଥନୀତିର ଅଧ୍ୟାପକ ଅଟନ୍ତି । ତାଙ୍କ ପିତାଙ୍କ ନାମ ନରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ମାତାଙ୍କ ନାମ ତୁଷାରୀ କୁମାରୀ ପଟ୍ଟନାୟକ ଶାଶ୍ୱତଙ୍କର ଏହି ସଫଳତା ଖବର ପ୍ରଚାର ହେବା ପରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

kbc amitav bachanasaswat pattnaik plays kbc junior with amitabh bachchanUmerkote boy saswat pattnaik plays kbc junior
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami