ନୂଆପଡ଼ାରେ ବାଘ ଆତଙ୍କ , ଘରୁ ବାହାରୁ ନାହାନ୍ତି ଗାଁ ଲୋକେ

ନୂଆପଡ଼ା: ୮ ବର୍ଷର ବାଳକକୁ ଝାମ୍ପି ନେଲା ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଘଟିଛି ଏହି ଅଘଟଣ । ମୃତ ବଙ୍କଳ ଜଣକ ହେଲେ ହୁମନ ଧରୁଆଙ୍କ ପୁଅ ଡମ୍ବରୁଧର ଧରୁଆ । ସୋମବାର ସନ୍ଧ୍ୟାରେ ସେ ଅନ୍ୟ ୪ ଜଣ ପିଲାଙ୍କ ସହ ଘର ପାଖରେ ଖେଳୁଥିଲେ । ଏହି ସମୟରେ ହଠାତ୍ ୨ଟି ବାଘ ଆସି ଡମ୍ବରୁକୁ ଟାଣି ନେଇଥିଲେ । ଏହା ଜାଣିବା ପରେ ପରିବାର ଲୋକ ଗାଁ ଲୋକଙ୍କ ସହ ମିଶି ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ । ପରେ ଏକ ଗୁମ୍ଫା ନିକଟରେ ବାଳକଙ୍କୁ ଛାଡ଼ି ବାଘଦ୍ୱୟ ପଳାଇଥିଲେ । ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ବନ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ । ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ପଠାଯାଇଛି । ସେହିପରି ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ । ଗ୍ରାମର ଅର୍ଜୁନ ଧୁରୁଆ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ । ହେଲେ ସକାଳେ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ସେ ଦେଖିବାକୁ ପାଇଥିଲେ । ବାଘ ଆତଙ୍କ ଯୋଗୁ ଗ୍ରାମବାସୀ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଲୋକେ ଘର ଭିତରେ ରହୁଛନ୍ତି ।

ଗାଁରେ ଜଗି ରହିଛନ୍ତି ବନ କର୍ମଚାରୀ

ଏବାବଦରେ ସୁନାବେଡ଼ା ଅଭୟାରଣ୍ୟ ବନ୍ୟଜନ୍ତୁ ବିଭାଗ ଡିଏଫ୍‌ଓ ମହାଦେବ ବୁଡ଼େକ କହିଛନ୍ତି ଯେ ବାଘ ଜଣେ ନାବାଳକଙ୍କୁ ମାରିଥିବା ଖବର ପାଇବା ପରେ ବନ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । ସେମାନେ ନାବାଳକର ମୃତଦେହ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ବନ ବିଭାଗ କର୍ମଚାରୀମାନେ ବାଘ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ଜଗି ରହିଥିଲେ । ପ୍ରକାଶ ଥାଉକି ନୂଆପଡ଼ା ସଦର ବ୍ଲକ୍ ହଳଦି ଗ୍ରାମରେ ୨୦୧୭ ମସିହାରେ ନାବାଳକ ଛଗନ ପାଣ୍ଡେଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା । ସେହିପରି ୨୦୨୨ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଜଲମଣି ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ଟାଣି ନେଇ ମାରିଥିଲା ।

tiger killed a boy newstiger kills boystiger news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami