ବାଘ ଗଣନାରେ ୪୨ ଜଣ ବନ କର୍ମଚାରୀ ନିୟୋଜିତ

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ବାଘ ଗଣନା ଆରମ୍ଭ ହୋଇଯାଇଛି । ଏହି ଗଣନା କାର୍ଯ୍ୟ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ନୀଳଗିରିର କୁଲଡିହା ସଂରକ୍ଷିତ ଅଭୟାରଣ୍ୟରେ ୧୪ଟି ବିଟ୍ ରେ ୪୨ଜଣ ବନ କର୍ମଚାରୀ ବାଘ ଗଣନା ଲାଗି ନିୟୋଜିତ ହୋଇଛନ୍ତି ।

୫୨ଟି ବିଟରେ ୨୫୦ ଅଧିକ ବନ କର୍ମଚାରୀ ନିୟୋଜିତ

ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜରେ ମାସାଂଶୀ ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ବାଘ ଗଣନା କରୁଛି ବନ ବିଭାଗ । ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ନୀଳଗିରି ରେଞ୍ଜ୍‌, ସୋର, ଜଳେଶ୍ୱର ଏବଂ ଚାନ୍ଦିପୁର ରେଞ୍ଜରେ ମଧ୍ୟ ବନ୍ୟ ଜୀବଜନ୍ତୁଙ୍କ ଗତିବିଧି ଏବଂ ଉପସ୍ଥିତି ଉପରେ ନଜର ରଖାଯିବ । ଯେଉଁଥିପାଇଁ ୫୨ଟି ବିଟରେ ୨୫୦ ଅଧିକ ବନ କର୍ମଚାରୀ ନିୟୋଜିତ ଅଛନ୍ତି ।

ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ହେଉଛନ୍ତି ଗଣନା

ସୂଚନା ଥାଉକି, ଚଳିତ ମାସ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ ଗଣନା ଆରମ୍ଭ ହୋଇଛି । ୩ଟି ପର୍ଯ୍ୟାୟରେ ବାଘ ଗଣନା କାର୍ଯ୍ୟ ଚାଲିଛି । ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ବନଖଣ୍ଡରେ ଗଣନା ଜାରି ରହିଛି । ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଗଣନା କରାଯାଉଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା କରାଯିବ । ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ଗଣନା କରାଯାଉଛି ।

tiger censustiger census in odishas kuladiha reservetiger news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami