ସବୁ ହଷ୍ଟେଲ ରୋଷେଇ ଘରୁ ହଟିବ କାଠ ଚୂଲା

ଭୁବନେଶ୍ୱର : ହଷ୍ଟେଲରେ ଆଉ କାଠ ଚୂଲିରେ ହେବ ନାହିଁ ରୋଷେଇ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲରେ ଏଣିକି କାଠ ଚୂଲିରେ ରୋଷେଇ ହେବ ନାହିଁ । ସମସ୍ତ ରୋଷେଇ ଘରକୁ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ଏଲ୍‌ପିଜି ସଂଯୋଗ କରାଯିବ । ବିଭାଗ ଦ୍ୱାରା ପରିଚାଳିତ ୧୭୩୬ଟି ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ ପ୍ରାୟ ୬୦୦୦ ହଷ୍ଟେଲରେ ଥିବା ରୋଷେଇ ଘରେ ଏଲ୍‌ପିଜି ସିଲିଣ୍ଡର ଜରିଆରେ ଖାଦ୍ୟ ପ୍ରସ୍ତୁତ କରାଯିବ । ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଛାତ୍ରାବାସରେ କାଠ ଚୂଲା ଉଛେଦ କରି ଏଲପିଜି ସିଲିଣ୍ଡର ବ୍ୟବହାର କରାଯିବ ।

ପରିବେଶ ସୁରକ୍ଷା ଦିଗରେ ସୃଷ୍ଟି କରାଯିବ ଜାଗରଣ

ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଜଙ୍ଗଲ ଓ ପରିବେଶ ସୁରକ୍ଷା ହେବ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଦିଗରେ ଜାଗରଣ ସୃଷ୍ଟି କରାଯାଇ ପାରିବ । ବିଦ୍ୟାଳୟସ୍ତରରୁ ହିଁ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ ହେବେ । ଏନେଇ ଉପଯୁକ୍ତ ପଦକ୍ଷେପ ନେବା ଲାଗି ବିଭାଗୀୟ ଶାସନ ସଚିବ ରୂପା ରୋଶନ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪-୨୫ ରୁ ୨୦୨୫-୨୬ ମଧ୍ୟରେ ସମସ୍ତ ରୋଷେଇ ଘରେ ଏଲ୍‌ପିଜି ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

The wood stove will be removed from the hostelwood stove cooking
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami