୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ

ଭାରତରେ ଟଙ୍କା ଛାପିବାର ଅଧିକାର କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ହିଁ ରହିଛି । କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। ୧ ଟଙ୍କିଆ ନୋଟକୁ ଅର୍ଥମନ୍ତ୍ରାଳୟ ମୁଦ୍ରଣ କରିଥାନ୍ତି । ଅନ୍ୟ ସବୁ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଥିବାବେଳେ ୧ ଟଙ୍କିଆ ନୋଟରେ ଅର୍ଥମନ୍ତ୍ରାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। ଏଣୁ ଦେଶରେ କେତେ ମୁଦ୍ରାର ଆବଶ୍ୟକତା ରହିଛି ଓ ତାର ପ୍ରସ୍ତୁତି ଲାଗି ଆରବିଆଇ ଏକ ସଂରକ୍ଷିତ ପ୍ରଣାଳୀ ନିର୍ଦ୍ଧାରଣ କରରିଥାଏ। ଆରବିଆଇ ଟଙ୍କା ଛାପିବା ପାଇଁ ମିନିମମ ରିଜର୍ଭ ସିଷ୍ଟମ ବା ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ ନିୟମର ପାଳ କରେ । ଏହି ନିୟମ ବା ପ୍ରଣାଳୀ ୧୯୫୬ ମସିହାରେ ଆରମ୍ଭ ହୋଇଥିଲା । ଯାହା ଏବେବି ପ୍ରଚଳିତ ରହିଛି ।

ଏହା ଅନୁଯାୟୀ ଆରବିଆଇ ନୋଟ ମୁଦ୍ରଣ କରିବା ଲାଗି ନିଜ ପାଖରେ ୨ଶହ କୋଟି ଟଙ୍କାର ସମ୍ପତ୍ତି ସଂରକ୍ଷିତ ରଖେ । ଏଥିରୁ ୧୧୫ କୋଟି ଟଙ୍କାର ସୁନା ଭଣ୍ଡାର ଓ ୮୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ରଖିବା ନିହାତି ଆବଶ୍ୟକ। ଏତିକି ପରିମାଣର ସମ୍ପତ୍ତି ନିଜ ପାଖରେ ଗଛିତ ରଖିବା ପରେ ହିଁ ଆରବିଆଇ ଅର୍ଥବ୍ୟବସ୍ଥା ଆବଶ୍ୟକ କରୁଥିବା ଟଙ୍କା ଛାପିବା ଲାଗି ପ୍ରସ୍ତୁତି କରେ । ଆଉ ଏହାକୁ ହିଁ କୁହାଯାଏ ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ ।

ଆମେ ପ୍ରତ୍ୟେକଦିନ ୧୦, ୨୦, ୫୦, ୧୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟର ବ୍ୟବହାର କରୁହେଲେ ଆପଣ ଜାଣନ୍ତି କି ଏହାକୁ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଚାଲନ୍ତୁ ଏ ବିଷୟରେ ଜାଣିବା..

୧୦ ଟଙ୍କା ନୋଟ ଛାପିବା ପାଇଁ କେତେ ଖର୍ଚ୍ଚ ହୁଏ ଜାଣିବା ଆଗରୁ ଆସନ୍ତୁ ଜାଣିବା ୨୦୦୦ ଟଙ୍କିଆ ନୋଟ ବିଷୟରେ । ଏହି ନୋଟ ହେଉଚି ଭାରତୀୟ ମୁଦ୍ରାର ସବୁଠୁ ବଡ଼ ନୋଟ । ଏହି ନୋଟ ଛାପିବା ପାଇଁ ପାଖାପାଖି ୩ଟଙ୍କା ୫୪ ପଇସା ଖର୍ଚ୍ଚ କରିଥାଏ ରିଜର୍ଭ ବ୍ୟାଙ୍କ । ସେହିଭଳି ୫୦୦ ଟଙ୍କିଆ ନୋଟ ପାଇଁ ୨ ଟଙ୍କା ୯୪ ପଇସା ଓ ୨୦୦ ଟଙ୍କିଆ ନୋଟ ପାଇଁ ୨ ଟଙ୍କା ୯୩ ପଇସା ଖର୍ଚ୍ଚ ହୋଇଥାଏ ।

୧୦୦ ଟଙ୍କିଆ ନୋଟ ପାଇଁ ୧ ଟଙ୍କା ୫୧ ପଇସା ଓ ୫୦ ଟଙ୍କିଆ ନୋଟ ପାଇଁ ୧ ଟଙ୍କା ୨୨ ପଇସା ଖର୍ଚ୍ଚ ହୁଏସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସରକାର ୧୦ ଟଙ୍କିଆ ନୋଟ ପାଇଁ ୨୦ ଟଙ୍କିଆ ନୋଟରୁ ଅଧିକ ଖର୍ଚ୍ଚ କରନ୍ତି ।

୧୦ ଟଙ୍କିଆ ନୋଟ ଛାପିବା ପାଇଁ ୧ ଟଙ୍କା ୧ ପଇସା ଖର୍ଚ୍ଚ ହେଉଥିବାବେଳେ ୨୦ ଟଙ୍କିଆ ନୋଟ ପାଇଁ ମାତ୍ର ୧ ପଇସା ଖର୍ଚ୍ଚ ହୋଇଥାଏ ।

କେଉଁଠି ଛପା ହୁଏ ଟଙ୍କା :

ଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିନରେ ଦେଶରେ ୪ଟି ପ୍ରିଣ୍ଟିଂ ପ୍ରେସ ରହିଛି। ଏଗୁଡ଼ିକ ମହାରାଷ୍ଟ୍ରର ନାସିକ୍, ମଧ୍ୟପ୍ରଦେଶର ଦେୱାସ, କର୍ଣ୍ଣାଟକର ମହିସୁର ଓ ପଶ୍ଚିମବଙ୍ଗର ସାଲବୋନିରେ ରହିଛି । ଟଙ୍କା ଛାପିବା ପାଇଁ ଯେଉଁ କାଳି ବ୍ୟବହାର ହୁଏ ତାହା ସ୍ୱିଜରଲ୍ୟାଣ୍ଡରୁ ଆସିଥାଏ । ଏବଂ ଏଥିରେ ଏକ ବିଶେଷ ପ୍ରକ୍ରିୟାରେ ତିଆରି କାଗଜ ବ୍ୟବହୃତ ହୋଇଥାଏ ।

ନୋଟ ଭଳି ମୁଦ୍ରା ପାଇଁ ଭାରତର ୪ଟି ସ୍ଥାନରେ ମୁଦ୍ରାଶାଳ ରହିଛି । ଏଥିରୁ ଗୋଟିଏ ମୁମ୍ବାଇରେ ଥିବା ବେଳେ ଗୋଟିଏ କୋଲକାତାରେ, ଗୋଟିଏ ହାଇଦ୍ରାବାଦରେ ଓ ଆଉ ଗୋଟିଏ ନୋଏଡାରେ ରହିଛି । ୧ ଟଙ୍କାର କଏନ ପ୍ରସ୍ତୁତି ଲାଗି ପ୍ରାୟ ୧ ଟଙ୍କା ୧୧ ପଇସା ଖର୍ଚ୍ଚ ହୋଇଥାଏ । ଯାହାକି ତାର ପ୍ରକୃତ ମୂଲ୍ୟଠୁ ବି ଅଧିକ । ସେହିପରି ୨ ଟଙ୍କିଆ କଏନ ପାଇଁ ୧ ଟଙ୍କା ୨୮ ପଇସା, ୫ ଟଙ୍କିଆ କଏନ ପାଇଁ ୩ ଟଙ୍କା ୬୯ ପଇସା ଓ ୧୦ ଟଙ୍କିଆ କଏନ ପାଇଁ ଲାଗି ଖର୍ଚ୍ଚ ହୋଇଥାଏ ୫ଟଙ୍କା ୫୪ପଇସା ଖର୍ଚ୍ଚ ହୋଇଥାଏ ।

୧୧୫ କୋଟି ଟଙ୍କାର ସୁନା ଭଣ୍ଡାର୨ ହଜାର ଟଙ୍କା2000 rupee printing costs 3 rupees 54 paise୨୦୦୦ ଟଙ୍କିଆ ନୋଟ୩ଟଙ୍କା ୫୪ ପଇସା ଖର୍ଚ୍ଚ୪ଟି ପ୍ରିଣ୍ଟିଂ ପ୍ରେସdewas in madhya pradeshGold reserves worth Rs 115 croreIndian governmentmaharashtra nashikMinistry of Finance print one rupee notemoney printing pressmysore in karnatakaone rupee coinprinting moneyRBIRBI governor signaturereserve bankreserve bank of IndiaRs 45 crore in foreign currencysalboni west bengaltwo thousand rupee noteଅର୍ଥମନ୍ତ୍ରାଳୟ ମୁଦ୍ରଣଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷରଏକ ଟଙ୍କିଆ ମୁଦ୍ରାକର୍ଣ୍ଣାଟକର ମହିସୁରଟଙ୍କା ଛାପିବାପଶ୍ଚିମବଙ୍ଗର ସାଲବୋନିଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆଭାରତରେ ଟଙ୍କା ଛାପିବାରଭାରତୀୟ ରିଜର୍ଭ ବ୍ୟାଙ୍କମଧ୍ୟପ୍ରଦେଶର ଦେୱାସମହାରାଷ୍ଟ୍ରର ନାସିକ୍ମୁଦ୍ରାଶାଳରିଜର୍ଭ ବ୍ୟାଙ୍କ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami