ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଯୋଡ଼ା ଫ୍ଲାଏଓଭର

ଭୁବନେଶ୍ୱର: ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭରକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ୨୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ୩ କିମି ଲମ୍ବ ବିଶିଷ୍ଟ ଏହି ଦୀର୍ଘତମ ଫ୍ଲାଏ ଓଭର । ଏହାକୁ ସର୍ବସାଧାରଣଙ୍କ ନିମନ୍ତେ ଲୋକାର୍ପିତ କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ସେତୁଟି ନିର୍ମାଣ କରାଯାଇଛି । ୩ କିମି ଲମ୍ବ ବିଶିଷ୍ଟ ଏହି ଫ୍ଲାଏ ଓଭରର ଚଉଡ଼ା ୧୨ମିଟର ଥିବା ବେଳେ ଭୂମି ଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ଫୁଟ ରହିଛି । ସମ୍ପୂର୍ଣ ଭାରତୀୟ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହି ଦୀର୍ଘତମ ସେତୁଟି ନିର୍ମାଣ କରାଯାଇଛି ।

ଫ୍ଲାଏ ଓଭରରେ ରହିଛି ୧୧୧ ପିଲର

ସୁରକ୍ଷା ଦୃଷ୍ଟିରୁ ଫ୍ଲାଏ ଓଭର ଉପରେ ଥିବା ମୋଡଗୁଡ଼ିକରେ ସିଗ୍ନାଲ ବୋର୍ଡ ଲଗାଯାଇଛି । ଏଥିରେ ସ୍ୱତନ୍ତ୍ର ଭାବେ ଲୁହା ବିୟରିଂ ବଦଳରେ ଇଲେଷ୍ଟ୍ରମେଟିକ ବିୟରିଂର ବ୍ୟବହାର ରାଜ୍ୟରେ ପ୍ରଥମଥର ପାଇଁ କରାଯାଇଛି, ଯାହାକି ରବରରେ ତିଆରି । ୧୧୧ ପିଲର ଥିବା ଏହି ସେତୁଟି ଓବିସିସିର ସାଧାରଣ ପରିଚାଳକ ନରସିଂହ ମହାନ୍ତଙ୍କ ପ୍ରତ୍ୟକ୍ଷ ସର୍ବେକ୍ଷଣରେ ସମ୍ପୂର୍ଣ୍ଣ ନିର୍ମାଣ କରାଯାଇଛି । ଫ୍ଲାଏ ଓଭରରେ ବିଦ୍ୟୁତିକରଣ କରାଯାଇଛି । ଏହି ଫ୍ଲାଏ ଓଭରର ନିର୍ମାଣ କାର୍ଯ୍ୟ ୨୦୨୧ମସିହାରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ୍ଣ ହେବାର ଥିଲା । ହେଲେ ବିଭିନ୍ନ କାରଣ ଯଥା ଜମି ଅଧିଗ୍ରହଣ, ଟ୍ରାଫିକ ସମସ୍ୟା, ବହୁଳ ଖଣିଜ ବୋଝେଇ ଭାରିଯାନ ଚଳାଚଳ, ଶିଳ୍ପ ସଂସ୍ଥାର ସ୍ଲରୀ ପାଇପ ଲାଇନ, ପାନୀୟ ଜଳ ପାଇପ ଲାଇନ ପ୍ରଭୃତି ସମସ୍ୟାର ସମାଧାନ ପରେ ଏହି କାର୍ଯ୍ୟ ୨୦୨୪ ମାର୍ଚ୍ଚରେ ସମ୍ପୂର୍ଣ୍ଣ ହୋଇଛି । ତେବେ ଫ୍ଲାଏ ଓଭର ତଳେ ଥିବା ସର୍ଭିସ ରୋଡ ପାଇଁ ଆଉ ଅଧିକ ଦୁଇ ମାସ ସମୟ ଲାଗିବ ଓ ସୁନା ନଦୀର ଦ୍ୱିତୀୟ ପୋଲ ଜୁନ ମାସ ମଧ୍ୟରେ ସରିବ ।

ପୂରଣ ହେଲା ଦୀର୍ଘଦିନର ଦାବି

ଯୋଡ଼ାରେ ବାଇପାସ୍ କିମ୍ବା ଫ୍ଲାଏ ଓଭର ପାଇଁ ବରିଷ୍ଠ ନାଗରିକ ମଞ୍ଚ, ବରିଷ୍ଠ ଖବର ଦାତା, ବୁଦ୍ଧିଜୀବୀ, ଓଡ଼ିଶା ମୋଟର ଚାଳକ ସଙ୍ଘ, ସୁପର ମାର୍କେଟ ବଣିକ ସଂଘ, ଯୋଡା ବିକାଶ ପରିଷଦ, ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଜିତୁ ପଟ୍ଟନାୟକ,ଯୋଡା ପୂର୍ବତନ ନଗର ପାଳ ରବୀନ୍ଦ୍ର କୁମାର ଦାସ, ପ୍ରମୁଖ ଦାବି କରି ଆସୁଥିଲେ । ଏହି ଦାବିର ଯଥାର୍ଥତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଏ ଓଭର ନିର୍ମାଣକୁ ମଞ୍ଜୁର କରିଥିଲେ । ଏହା ନିର୍ମାଣ ହେବା ଫଳରେ ଯୋଡା ସହର ମଧ୍ୟରେ ଯାଇଥିବା ବିଜୁପଟ୍ଟନାୟକ ରାଜ୍ୟ ରାଜପଥରେ ଟ୍ରାଫିକ୍ ନିୟନ୍ତ୍ରଣ ହୋଇପାରିବା ସହ ଯୋଡାବାସୀ ପ୍ରଦୁଷଣରୁ ରକ୍ଷା ପାଇପାରିବେ ।

cm nabin pattnaik inaugurated longest flyoverodishas longest flyover
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami