ବଲିଉଡ ଗ୍ରହଣ ନ କରିବା ମୋ ଭାଇକୁ ବାଧୁଥିଲା : ଏମିିତି କହିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ : ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିବା ସହ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଥିଲା ପୋଲିସ । ଏ ମଧ୍ୟରେ ଅନେକ ବର୍ଷ ବିତିବା ସହ ସିବିଆଇ ହାତକୁ ତଦନ୍ତ ଭାର ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜଣାପଡିନାହିଁ । ପରିବାର ପାଇଁ ସୁଶାନ୍ତଙ୍କୁ ଭୁଲିବା ସମ୍ଭବ ନଥିବା ବେଳେ ଏବେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ବଡ ଅଭିଯୋଗ ଆଣିଛନ୍ତି । ମୋ ଭାଇକୁ ବଲିଉଡ କେବେ ଗ୍ରହଣ କରି ନ ଥିଲା ବୋଲି କହିଛନ୍ତି ଶ୍ୱେତା ।

ମୋ ଭାଇ ଭଲ କାମ କରିଥିଲେ ବି ମିଳିନି କେବେ ପ୍ରଶଂସା

ଏକ ସାକ୍ଷାତକାରରେ ଶ୍ୱେତା କହିଛନ୍ତି ଯେ, ଯେତେବେଳେ ଏମଏସ ଧୋନି ମୁକ୍ତିଲାଭ କଲା, ସେତେବେଳେ ଜଣେ ଅଭିନେତାଙ୍କ ପୁଅର ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା । ସମସ୍ତେ ଅଭିନେତାଙ୍କ ପୁଅର ଫିଲ୍ମକୁ ପ୍ରଶଂସା କରୁଥିଲେ, ତାଙ୍କ ବିଷୟରେ ଲେଖୁଥିଲେ । କିନ୍ତୁ ମୋ ଭାଇ ଭଲ କାମ କରିଥିଲେ ବି କେହି ତାଙ୍କ ବିଷୟରେ ଲେଖୁ ନଥିଲେ । ଏହା ତାଙ୍କୁ ବହୁତ ବାଧୁଥିଲା । ଯଦି ତୁମେ କିଛି ଭଲ କରିଛ, ତେବେ ଲୋକମାନେ ତୁମକୁ ପ୍ରଶଂସା କରନ୍ତୁ ବୋଲି ତୁମେ ଚାହିଁବ । ହେଲେ ମୋ ଭାଇକୁ କେବେବି ବଲିଉଡରେ ସେଭଳି ପ୍ରଶଂସା ବା ଗ୍ରହଣୀୟତା ମିଳି ନ ଥିଲା । ସିବିଆଇ ତଦନ୍ତକୁ ନେଇ ଶ୍ୱେତା କହିଛନ୍ତି, ଆମେ ଏଯାଏ ବି ଜାଣି ନାହୁଁ ଆମ ଭାଇ ସହ କ’ଣ ହୋଇଥିଲା । ଆମ ପରିବାର ଏବେ ବି ସେ ଦୁଃଖକୁ ଭୁଲିପାରୁନାହିଁ । ମୁଁ ଚାହୁଁଛି ସିବିଆଇ ଯାହା ବି ତଦନ୍ତରୁ ଜାଣି ପାରିଛି ତାହା ଆମକୁ ଜଣାଉ ।

Bollywood actor sushant singh rajputsushant singh rajput was not accepted in bollywoodsushant singhs sister makes big claim
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami