ଦୁଇଟି ସୁପ୍ରିମ୍ ଆଦେଶ,ଭାଙ୍ଗିବ କି ‘ସୁପ୍ରିମ୍’ ଅହଙ୍କାର ?

ଗୁରୁବାର ସୁପ୍ରିମକୋର୍ଟଙ୍କ ଦୁଇଟି ଆଦେଶ ଦେଶରେ ଯେଉଁଭଳି ମେରି ମର୍ଜିର ଶାସନ ଚାଲିଛି ତାକୁ ଶକ୍ତ ଚାପୁଡ଼ା କି ? ଏହି ରାୟ କଣ ରାଜନୈତିକ ଅହଂକାର ଉପରେ ଅଙ୍କୁଶ ଲଗାଇ ପାରିବ ? ଏଭଳି ପ୍ରଶ୍ନ ଉଠିବା ସ୍ୱଭାବିକ। କାରଣ ଗତ କେଇ ବର୍ଷ ଧରି ରାଜ୍ୟର ରାଜଭବନ ଓ ରାଜ୍ୟପାଳ ମାନେ କେନ୍ଦ୍ରର ରାଜନୈତିକ ଏଜେଣ୍ଟ୍ ଭଳି ବ୍ୟବହାର କରି ଆସୁଛନ୍ତି। ପ୍ରଥମତଃ ଦିଲ୍ଲୀ ସରକାରଙ୍କୁ ଅଫିସରଙ୍କ ଉପରେ ସୁପ୍ରିମକୋର୍ଟ ପୁର୍ଣ୍ଣ ନିୟନ୍ତ୍ରଣ ଦେଇଛନ୍ତିଉପ-ରାଜ୍ୟପାଳଙ୍କ ଅଧିକାରକୁ ଏହି ଆଦେଶ କେବଳ ସଂକୁଚିତ କରିନି,ଏହା ମଧ୍ୟ କେନ୍ଦ୍ର ସରକାରଙ୍କୁ ନିଜ ସୀମା ମଧ୍ୟରେ ରହିବାକୁ ଏକରକମ କହିଛି। ସେହିଭଳି ଶିବସେନାରେ ବିଭାଜନ ଓ ଉଦ୍ଧବ ସରକାରର ପତନରେ ରାଜ୍ୟପାଳଙ୍କ ଭୂମିକାକୁ ମଧ୍ୟ ସୁପ୍ରିମ କୋର୍ଟ୍ ସମାଲୋଚନା କରିଛନ୍ତି।

ଦିଲ୍ଲୀର କିଙ୍ଗ୍ କେଜ୍ରିୱାଲ

ଅଫିସରଙ୍କ ଉପରେ ନିୟନ୍ତ୍ରଣ ନରହିଲେ ସେମାନେ ଦାୟିତ୍ୱବାନ ହେବେ ନାହିଁ। ଏହା ହେଉଛି ସୁପ୍ରିମକୋର୍ଟଙ୍କ ଦିଲ୍ଲୀକୁ ନେଇ ରାୟ। ଏହି ରାୟ ଅନୁସାରେ ଅଫିସରଙ୍କ ନିଯୁକ୍ତି ଓ ବଦଳିକୁ ନେଇ ଉପରାଜ୍ୟପାଳଙ୍କ ଭୂମିକାକୁ ପସନ୍ଦ କରିନାହାନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ବଡ଼ ବେଂଚ୍ ନିଜ ରାୟରେ କହିଛନ୍ତି ଯେ, ଅଫିସରଙ୍କୁ ଯଦି ନିର୍ବାଚିତ ସରକାର ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ ତେବେ ସେମାନେ ଦାୟିତ୍ୱବାନ ହେବେ ନାହିଁସୁପ୍ରିମକୋର୍ଟଙ୍କ ଏହି ଆଦେଶ କେଜ୍ରିୱାଲଙ୍କ ବହୁଦିନର ଦାବି ଉପରେ ଏକରକମ ମୋହର କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଦିଲ୍ଲୀ ପୋଲିସ ସହିତ ଅଫିସରଙ୍କ ଉପରେ କର୍ତ୍ତୁତ୍ୱ କଥା କହି ଆସୁଛନ୍ତି। କିନ୍ତୁ ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାର ଆଳ ଦେଖାଇ କେନ୍ଦ୍ର ସରକାର ପୋଲିସ ଉପରୁ ନିଜ ନିୟନ୍ତ୍ରଣ ଛାଡୁନାହାନ୍ତିସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ,ପୋଲିସ ,ଆଇନ ଶୃଙ୍ଖଳା ଓ ସମ୍ପତ୍ତିକୁ ଛାଡି ଦିଲ୍ଲୀରେ ପ୍ରଶାସନ ଉପରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିବା ଉଚିତ। ନିର୍ବାଚିତ ସରରକାରଙ୍କ ପାଖରେ ଯଦି ଅଫିସରଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ରହିବ ନାହିଁ ତେବେ ଅଫିସର ମନ୍ତ୍ରୀଙ୍କୁ ରିପୋର୍ଟ କରିବେ ନାହିଁ। ଏଭଳି ପରିସ୍ଥିତିରେ ଉତ୍ତରଦାୟିତ୍ୱ ନିୟମର କୌଣସି ମାଇନା ରୁହେନାହିଁରାଜ୍ୟ ମାମଲାରେ କେନ୍ଦ୍ରର ଏତେ ଅଧିକ ଦଖଲ ନରହୁ କି ନିୟନ୍ତ୍ରଣ କେନ୍ଦ୍ର ହାତକୁ ଚାଲିଯିବଦିଲ୍ଲୀ ଯଦିଓ ସମ୍ପୂର୍ଣ୍ଣ ରାଜ୍ୟ ନୁହେଁ କିନ୍ତୁ ତାଙ୍କ ପାଖେ ଆଇନ ବନାଇବାର କ୍ଷମତା ରହିଛି।

ସୁପ୍ରିମ ରାୟର ପ୍ରଭାବ କଣ ହେବ

ଦିଲ୍ଲୀରେ ସରକାର ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଜ ହିସାବରେ କରିବେ। ସବୁ ନିଷ୍ପତ୍ତି ପାଇଁ ଉପ ରାଜ୍ୟପାଳଙ୍କ ମଂଜୁରୀ ନେବା ଆବଶ୍ୟକ ହେବ ନାହିଁ। ଉପରାଜ୍ୟପାଳଙ୍କୁ ସରକାରଙ୍କ ପରାମର୍ଶ ମାନିବାକୁ ହିଁ ପଡ଼ିବ। ଯେଉଁ ବିଷୟରେ କେନ୍ଦ୍ରୀୟ ଆଇନ ନାହି ସେ ବିଷୟ ଉପରେ ଦିଲ୍ଲୀ ଚାହିଁଲେ ଆଇନ ତିଆରି କରିପାରିବ। ଏସବୁର ଅର୍ଥ ହେଉଛି ଉପରାଜ୍ୟପାଳଙ୍କୁ ବ୍ୟବହାର କରି କେନ୍ଦ୍ର ଅଯଥା ହସ୍ତକ୍ଷେପ କରିପାରିବ ନାହିଁ।

ଶିବସେନା,ସିନ୍ଦେ ଓ ରାଜ୍ୟପାଳ

ଶିବସେନାରେ ବିଦ୍ରୋହ ପରେ ସିନ୍ଦେ କ୍ଷମତାକୁ ଆସିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ତାଙ୍କ ରାୟରେ ତତ୍କାଳୀନ ରାଜ୍ୟପାଳଙ୍କ ବ୍ୟବହାରକୁ ପସନ୍ଦ କରି ନାହାନ୍ତି। ଗୋଟିଏ ରାଜନୈତିକ ଦଳରେ ଅସନ୍ତୋଷ ଓ ବିଦ୍ରୋହ ପାଇଁ ବିଧାନସଭାରେ ଆସ୍ଥାଭୋଟ୍ କରାଇବାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ତେବେ ଉଦ୍ଧବ ଆସ୍ଥାଭୋଟ୍ ନଲୋଡି ଇସ୍ତଫା ଦେଇଥିବା କାରଣରୁ ଏବେ ତାଙ୍କ ସରକାର ପୁନଃଅବସ୍ଥାପିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତିସୁପ୍ରିମକୋର୍ଟଙ୍କ ଗୋଟିଏ ଲାଇନ୍ ରାଜ୍ୟପାଳ ଓ ରାଜଭବନକୁ ଚର୍ଚ୍ଚା ଭିତରକୁ ଆଣିଥିବା ବେଳେ ବିରୋଧୀଙ୍କ ସେହି ଅଭିଯୋଗକୁ ଅଧିକ ବଳ ପ୍ରଦାନ କରୁଛି ଯେଉଁଥିରେ ରାଜଭବନ ଗୁଡିକ କେନ୍ଦ୍ରର ଏଜେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା କୁହାଯାଏ।

ଦିଲ୍ଲୀ ଓ ମହାରାଷ୍ଟ୍ରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଗାମୀ କିଛିଦିନ ପାଇଁ ଭାରତୀୟ ରାଜନୀତିକୁ ଉଷ୍ମ କରିବ ଏଥିରେ ସନ୍ଦେହ ନାହିଁ।

arvind kejriwal delhi newsdelhi arvind kejriwal news todayeknath shinde shiv sena statusshiv sena party newssupreme court hearing on delhi governmentsupreme court hearing on shiv sena todaysupreme court live todaysupreme court live today shiv senasupreme court on delhisupreme court on delhi governmentsupreme court on delhi govtsupreme court verdict on delhiuddhav thackeray shiv sena status
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami