କର୍ଣ୍ଣାଟକରେ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା’ ଦୁର୍ଗା । ଜଗତଜନନୀଙ୍କୁ ସ୍ୱାଗତ କରିବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା କରିଛନ୍ତି । କର୍ଣ୍ଣାଟକ ଗସ୍ତରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥିବାବେଳେ ବିଜାପୁରରେ ଏହି ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି । ବିଭିନ୍ନ ସ୍ଥାନରେ ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା’ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ ହୋଇପଡ଼ିଛି । ଏହି ବାଲୁକା କଳାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମୁଛି ।

ବିଶ୍ୱ କପ୍ ପାଇଁ ଟିମ୍ ଭାରତର ମାଆଙ୍କୁ ପ୍ରାର୍ଥନା

ଏହି ଶାରଦୀୟ ପୂଜା ସମୟରେ ହିଁ ବିଶ୍ୱକପ ଅଭିଯାନ ଜାରି ରଖିଛି ଭାରତ । ଭାରତ ତିନୋଟି ମ୍ୟାଚ୍ ଜିତି ଏବେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ତେଣୁ ଟିମ ଭାରତକୁ ବିଶ୍ୱକପ ପାଇଁ ଆଶୀର୍ବାଦ ଦେବାକୁ ମାଆଙ୍କୁ ଏହି ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକାକଳାରେ ଟିମ ଭାରତ କ୍ୟାପଟେନ ରୋହିତ ଶର୍ମାଙ୍କୁ ମାଆଙ୍କ ଚରଣଆଶ୍ରିତ ହୋଇ ଆଶୀର୍ବାଦ ନେବାର ଚିତ୍ର ଦେଖିବାକୁ ମିଳିଛି । କର୍ଣ୍ଣାଟକର ବିଜାପୁର ଜିଲ୍ଲା ବାଶ୍ୱେଶ୍ୱର ଆଦିଶକ୍ତି ତରୁଣ ମଣ୍ଡଳ ସହପୀଠ ଅଞ୍ଚଳରେ ଏହି କୃତିକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ସୁଦର୍ଶନ କହିଛନ୍ତି ପ୍ରଥମ ଥର ପାଇଁ ବାଲୁକାକଳାରେ ସେ ଲେମ୍ବୁ ବ୍ୟବହାର କରିଛନ୍ତି । ତେବେ ଅତି ଆକର୍ଷଣୀୟ ଏହି ବାଲୁକାକଳାଟିକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

puri newsseeking blessings for team indiasudarsan pattnaik creates durga sandsudarsan pattnaik creates durga sand sculpture with 5000 lemons
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami