୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତିଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ବିଦା କରାଯାଇଛି । ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଓ ପଂଜାବରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ଭାରତୀୟ ରାଜନୀତିରେ ଗୋଟିଏ ନୂଆ ଘଟଣା । ଭାରତରେ ସାଧାରଣତଃ ଯେତେବେଳେ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥାଏ ସେତେବେଳେ କିଛି ବିଶେଷ ପରିସ୍ଥିତିକୁ ଛାଡିଦେଲେ ଅନ୍ୟ ସମୟରେ ମୁଖ୍ୟମନ୍ତ୍ରୀ ବଦଳି ନଥାନ୍ତି । କିନ୍ତୁ ଗତ ୬ ମାସ ମଧ୍ୟରେ ଭାରତୀୟ ରାଜନୈତିକ ପରିଦୃଷ୍ୟ ବଦଳି ଯାଇଛି ମୁଖ୍ୟମନ୍ତ୍ରୀ ମାନଙ୍କୁ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଆଦେଶରେ ଇସ୍ତଫା ଦେବାକୁ ପଡୁଛି

ପବନ କୁମାର ଚାମଲିଙ୍ଗ୍ ସବୁଠାରୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ପ୍ରତିଷ୍ଠାତା ପବନ କୁମାର ୧୯୯୪ରୁ ୨୦୧୯ ପର୍ଯ୍ୟନ୍ତ ସିକ୍କିମ ଉପରେ ଶାସନ କରିଥିଲେ । ତାଙ୍କ ପରେ ଆସେ ଜ୍ୟୋତି ବାସୁଙ୍କ ନାମ । ସେ ୧୯୭୭ରୁ ୨୦୦୦ ପର୍ଯ୍ୟନ୍ତ ପ.ବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ।

୨୦୦୦ ମସିହାରେ ନିଜ କାର୍ଯ୍ୟକାଳ ଆରମ୍ଭ କରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ଓଡ଼ିଶାକୁ ଶାସନ କରୁଛନ୍ତି । ମାଣିକ ସରକାର ମଧ୍ୟ ୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ତ୍ରୀପୁରାର ମଙ୍ଗ ଧରିଥିଲେ । ଏହି ସୂଚିରେ ରାଜସ୍ଥାନର ମୋହନ ଲାଲ ସୁଖାଡିଆ(୧୯୫୫-୧୯୭), ଛତିସଗଡର ରମନ ସିଂହ (୨୦୦୩ରୁ ୨୦୧୮) ଦିଲ୍ଲୀର ଶିଲା ଦିକ୍ଷିତ (୧୯୯୮ରୁ ୨୦୧୩)ଙ୍କ ନାମ ମଧ୍ୟ ଆସିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୦୦୧ରୁ ୨୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ ।

କିନ୍ତୁ ୬ ମାସ ଭିତରେ ୬ ମୁଖ୍ୟମନ୍ତ୍ରୀ…

ତେବେ ଗତ ୬ ମାସ ଭିତରେ ଭାରତୀୟ ରାଜନୀତି ଏକରକମ ବଦଳି ଯାଇଛି କହିଲେ ଭୁଲ ହେବ ନାହିଁ । କାରଣ ଗଲା ୬ ମାସ ଭିତରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଜ ପଦ ହରାଇବାକୁ ପଡିଛି । ପଦ ହରାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ତାଲିକାରେ ଚଳିତ ସପ୍ତାହରେ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜ ନାମ ଲେଖାଇଛନ୍ତି ।

ଉତ୍ତରାଖଣ୍ଡର ତ୍ରିବେନ୍ଦ୍ର ସିଂହ ରାବତ ଏହି କ୍ରମରେ ପ୍ରଥମେ ନିଜ ପଦ ହରାଇଥିଲେ । ମାର୍ଚ୍ଚ ମାସରେ ତାଙ୍କ ସ୍ଥାନ ନେଇଥିଲେ ତିରଥ ସିହଂ ରାବତ । ସେହିଭଳି ମେ ମାସରେ ହୋଇଥିବା ଆସାମ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲଙ୍କୁ ନିଜ ପଦ ତ୍ୟାଗ କରିବାକୁ ପଡିଥିଲା । ଦଳ ଜିତିଥିଲା କିନ୍ତୁ ବିଜେପି ତାଙ୍କ ସ୍ଥାନରେ କଂଗ୍ରେସରୁ ଆସିଥିବା ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଉତ୍ତରାଖଣ୍ଡରେ ପୁଣିଥରେ ତିରଥ ସିଂହଙ୍କୁ ବଦଳାଇ ବିଜେପି ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । କର୍ଣ୍ଣାଟକରେ ବିଏସ ୟୁଦୟୁରେପାଙ୍କୁ ବିଜେପି ବଦଳାଯଇ ବାସବ ରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ୟେଦୁୟୁରେପ୍ପାଙ୍କ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କୁ ମଧ୍ୟ ଦଳ ବଦଳାଇ ଥିଲା । ନିକଟରେ ରୁପାଣୀଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି

ରାଜନୀତିର ନ୍ୟୁ ନର୍ମାଲ ?

ଯେଉଁଭଳି ଭାବେ କଂଗ୍ରେସ ଓ ବିଜେପି ନିଜ ନିଜ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଉଛନ୍ତି ଲାଗୁଛି ଏହା ଭାରତୀୟ ରାଜନୀତିର ନ୍ୟୁ ନର୍ମାଲ । ଲାଗୁଛି ଯେ, କ୍ଷମତାରେ ଥିବା ଦଳ ସବୁ ଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟରକୁ ନେଇ ଚିନ୍ତିତ । ସେମାନେ ଭାବୁଛନ୍ତି ଯେ, ଚେହେରା ବଦଳି ଗଲେ ହୁଏତ ଭୋଟର ସରକାରଙ୍କ ଭୁଲକୁ ଭୁଲିଯିବେତେବେ ଏହି ଧାରଣା କେତେ ଠିକ୍ ତାହା ସେହି ସବୁ ରାଜ୍ୟର ଭୋଟ ପରେ ହିଁ ଜଣା ପଡିବ ।

6 months 6 chief ministers changed୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀanti incumbency factorAssamcaptain amarinder singhchattisgarh cm raman singhcongress and bjpdelhi cm sheela dixitFormer Chief minister of SikkimGujaratIndian politicsJyoti basu west bengal cmkarnatakanarendra modi gujarat cmnew normalPawan Kumar Chamlingpunjabrajasthan cm mohan lal sukhadiaSikkim Democratic FrontUttarakhanduttarakhand jitendra singh rawatଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟରଆସାମଉତ୍ତରାଖଣ୍ଡଉତ୍ତରାଖଣ୍ଡର ତ୍ରିବେନ୍ଦ୍ର ସିଂହ ରାବତକଂଗ୍ରେସ ଓ ବିଜେପିକର୍ଣ୍ଣାଟକକ୍ୟାପ୍ଟେନ ଅମରିନ୍ଦର ସିଂହଗୁଜରାଟଛତିସଗଡର ରମନ ସିଂହଜ୍ୟୋତି ବାସୁନ୍ୟୁ ନର୍ମାଲପଂଜାବପବନ କୁମାର ଚାମଲିଙ୍ଗ୍ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭାରତୀୟ ରାଜନୀତିଭାରତୀୟ ରାଜନୀତିର ନ୍ୟୁ ନର୍ମାଲରାଜସ୍ଥାନର ମୋହନ ଲାଲ ସୁଖାଡିଆଶିଲା ଦିକ୍ଷିତସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ପ୍ରତିଷ୍ଠାତା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami