ଶିମିଳିପାଳ ଅଭୟାରଣ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରବେଶ ସାମୟିକ ସ୍ଥଗିତ ରଖାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ଶନିବାର ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିିରେ ଜଣାଇଛନ୍ତି । ଅନିର୍ବାଯ୍ୟ କାରଣ ବା ଏଡାଇ ହେଉ ନ ଥିବା ପରିସ୍ଥିତି ପାଇଁ ଅନ୍ୟ ଆଦେଶ ଯାଏ ଶିମିଳିପାଳ ଅଭ୍ୟୟାରଣ୍ୟର ଦୁଇ ପ୍ରବେଶ ଫାଟକ ବାରିପଦା ନିକଟ ପୀଠାବଟା ଓ ଯଶିପୁର ନିକଟ କାଳିଆଣୀକୁ ବନ୍ଦ କରାଯାଇଛି । ସେ ଅନୁସାରେ ପର୍ଯ୍ୟଟକ ନିଜର ଗସ୍ତ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଛି ।

ସ୍ଥାନୀୟ ଲୋକଙ୍କ ପାଇଁ ଅସୁବିଧା ଭୋଗୁଛନ୍ତି ପର୍ଯ୍ୟଟକ

ଚଳିତ ବର୍ଷ ଅକ୍ଟୋବର ୧୪ତାରିଖରୁ ଉପରୋକ୍ତ ପ୍ରବେଶ ଫାଟକ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲାପର୍ଯ୍ୟଟକ ମଧ୍ୟ ବହୁ ସଂଖ୍ୟାରେ ଭ୍ରମଣରେ ଆସି ମଜା ନେଉଥିଲେ । ତେବେ ଶିମିଳିପାଳ ଆଭ୍ୟନ୍ତରୀଣରେ ଥିବା କେତେକ ଗ୍ରାମର ଜନସାଧାରଣ ବିଭିନ୍ନ ଦାବି ନେଇ ଅକ୍ଟୋବର ୧୪ତାରିଖରୁ ବିଭିନ୍ନ ସମୟରେ ଆନ୍ଦୋଳନ ଯୋଗୁ ପର୍ଯ୍ୟଟକମାନେ ଅଡୁଆରେ ପଡୁଛନ୍ତି । ଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକମାନେ ଉଦ୍ଦିଷ୍ଟ ରାସ୍ତା ଅବରୋଧ ଯୋଗୁ ସେମାନେ ଯଥା ସମୟରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଦର୍ଶନ ବା ବୁଲିବାରୁ ବଞ୍ଚିତ ରହୁଛନ୍ତି । ଶନିବାର ଏନେଇ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହେବାରୁ ସମ୍ଭବତଃ ଏଭଳି ପଦକ୍ଷେପ ନେବାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି । ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ ପ୍ରାୟତଃ ପର୍ଯ୍ୟଟକଙ୍କ ଭିଡ ଶିମିଳିପାଳରେ ରହୁଥିବା ବେଳେ ଏଭଳି ଅନିଚ୍ଛାକୃତ ବନ୍ଦ ପର୍ଯ୍ୟଟନ ଶିଳ୍ପ ପାଇଁ କ୍ଷତି ପହଞ୍ଚାଇବଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ସାଙ୍ଗକୁ ପୁନର୍ବାର ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ଦେବାକୁ ସମସ୍ତ ମହଲରୁ ଦାବି ହେଉଛି ।

simlipal national parksimlipal-national park is closedsimlipal-national park is closed for tourists
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami