ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ଇଡ଼ି ନୋଟିସ , ୩୦ କୋଟି ହଡପ କରିଥିବା ଅଭିଯୋଗ

ମୁମ୍ବାଇ: ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ । ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ । ଗୌରୀ ଖାନ୍‌ଙ୍କୁ ନୋଟିସ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ ମିଳିଛି । ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି । ଏବେ କମ୍ପାନୀ ବ୍ୟାଙ୍କର ୩୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏଣୁ ଇଡି ଗୌରୀଙ୍କୁ ପଚରାଉଚରା କରିପାରେ ବୋଲି କୁହାଯାଉଛି । ଗୌରୀଙ୍କୁ ନୋଟିସ ମିଳିଥିବା ବେଳେ ସେ ଏଯାଏ ଏହା ଉପରେ ଉତ୍ତର ରଖିନାହାନ୍ତି । ହେଲେ ତାଙ୍କୁ ଆମ୍ବାସଡର ଭାବେ କମ୍ପାନୀ କେତେ ଟଙ୍କା ଦେଇଥିଲା ତାର ଯାଞ୍ଚ କରାଯିବ । ତାଙ୍କୁ କିଭଳି ଉକ୍ତ ଟଙ୍କା ମିଳିଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବ । ଏପରିକି ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାର କାଗଜପତ୍ର ଯାଞ୍ଚ କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ଗୌରୀଙ୍କୁ ପଚରାଉଚରା କରିବ ଇଡି

ଗୌରୀ ଖାନଙ୍କୁ ନୋଟିସ ଦେବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ମୁଖ୍ୟାଳୟରୁ ଅନୁମତି ନେବାକୁ ପ୍ରସ୍ତୁତି ଚାଲିଛି । ଅନୁମତି ପାଇବା ପରେ ଇଡି ଗୌରୀ ଖାନଙ୍କୁ ପଚରାଉଚରା କରିବ । ମୁମ୍ବାଇ ବାସିନ୍ଦା କିରିଟ ଜସୱନ୍ତ ଶାହା ୨୦୧୫ ରେ ଏହି ପ୍ରକଳ୍ପରେ ୮୫ ଲକ୍ଷ ଟଙ୍କାରେ ଫ୍ଲାଟ କିଣିଥିଲେ, କିନ୍ତୁ କମ୍ପାନୀ ତାଙ୍କୁ ଏହି ସମ୍ପତ୍ତି ଦେଇନାହିଁ କିମ୍ବା ରାଶି ଫେରସ୍ତ କରିନାହିଁ । ଏହି କାରଣରୁ ଜସୱନ୍ତ ଶାହା ନିକଟରେ ତୁଲସିଆନି ଗ୍ରୁପ୍ ନିର୍ଦ୍ଦେଶକ ଅନିଲ କୁମାର ତୁଲସିଆନି, ମହେଶ ତୁଲସିଆନି ଏବଂ ଗୌରୀ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହି ମାମଲାରେ କିରିଟ ଜସୱନ୍ତ ଶାହା ଗୌରୀ ଖାନଙ୍କୁ ଅଭିଯୋଗ କରି କହିଛନ୍ତି ଯେ ଏହି ପ୍ରକଳ୍ପ ଗୌରୀଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇଛି । ବର୍ତ୍ତମାନ ଅନୁମତି ପାଇବା ପରେ ଇଡି ଗୌରୀ ଖାନଙ୍କୁ ପଚରାଉଚରା କରିପାରିବ । କିନ୍ତୁ ଅନ୍ୟ ପଟରେ ଏହା ଏକ ମିଛ ଖବର ବୋଲି ସୂଚନା ମିଳିଛି । ଗୌରୀଙ୍କ ଉପରେ ସେଭଳି କିଛି ଆକ୍ସନ ନିଆଯାଇ ନ ଥିବା କହିଛି ଇଡି ।

bollywood actor saharukh khan wife gourishah rukh khan wife gauri khan stuck in legal problem as ed sends her notice
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami